ଅନଲାଇନ ସୁଧାରି ପାରିବେ ପ୍ୟାନ ଓ ଆଧାର କାର୍ଡରେ ଛପିଥିବା ଭୁଲ ! ଆୟକର ବିଭାଗ ଲଞ୍ଚ କଲା ନୂଆ ସୁବିଧା

166

ଯଦି ଆପଣଙ୍କ ପ୍ୟାନ କାର୍ଡ କିମ୍ବା ଆଧାର କାର୍ଡରେ କୌଣସି ପ୍ରକାର ଭୁଲ ଥାଏ, ଏହାକୁ ଅନଲାଇନ ଠିକ କରିବା ପାଇଁ ଆପଣଙ୍କୁ ନୂଆ ସୁବିଧା ମଳିବ । ଆୟକର ବିଭାଗ ନିଜର ଇ-ଫାଇଲିଙ୍ଗ ୱେବାସାଇଟରେ ଏହି ସୁବିଧା ଲଞ୍ଚ କରିଛି । ଏହାଦ୍ୱାରା ପ୍ୟାନକାର୍ଡ କିମ୍ବା ଆଧାର କାର୍ଡରେ ଛପିଥିବା ଭୁଲକୁ ଆପଣ ଅତି ସହଜରେ ସୁଧାରି ପାରିବେ । ଏହାସହ ନୂଆ ପ୍ୟାନକାର୍ଡ ମଧ୍ୟ ଆବେଦନ କରିପାରିବେ ।

ଆୟକର ବିଭାଗ ଇ-ଫାଇଲିଙ୍ଗ ୱେବସାଇଟରେ ଦୁଇଟି ହାଇପରଲିଙ୍ଗ ଜାରି କରିଛି । ଏଥିରୁ ଗୋଟିଏ ପ୍ୟାନ କାର୍ଡ ଅନ୍ୟଟି ଆଧାର କାର୍ଡରେ ହୋଇଥିବା ଭୁଲକୁ ସୁଧାରିବ । ଏହି ଲିଙ୍କ ସହ ଆଉ ଏକ ସୁବିଧା ଦିଆଯାଇଛି ଆପଣ ନଜର ପ୍ୟାନକାର୍ଡ ଓ ଆଧାର କାର୍ଡର ସ୍କାନ କପି ଲଗାପାରିବେ ଯେଉଁଠି କିଛି ଭୁଲ ଥିବ ।

ନିକଟରେ ଆୟକର ବିଭାଗ ପ୍ୟାନ କାର୍ଡ ଓ ଆଧାର କାର୍ଡକୁ ଲିଙ୍କ କରିବାପାଇଁ ଇ-ଫାଇଲିଙ୍ଗ ଲଞ୍ଚ କରିଥିଲେ ଯାହା ଆଇଟି ରିଟର୍ଣ୍ଣ ଫାଇଲ କରିବା ପାଇଁ ଜରୁରୀ ଥିଲା । ଏବେ ଆୟକର ବିଭାଗର ଇ-ଫାଇଲିଙ୍ଗ ୱେବସାଇଟରେ ଏଥିପାଇଁ ନୂଆ ଲିଙ୍କ ଏଚଟିଟିପି://ଇନକମଟାକ୍ସଇଣ୍ଡିଆଇଫାଇଲିଙ୍ଗ.ଗଭ.ଇନ ଦିଆଯାଇଛି । ଏହି ଲିଙ୍କରେ କ୍ଲିକ କରିବା ପରେ ଏକ ନୂଆ ପେଜ ଖୋଲିବ ।

ସେଥିରେ ନିଜର ଆଧାର ନମ୍ବର ଓ ପ୍ୟାନ ନମ୍ବର ସହ ଆଧାର କାର୍ଡ ହିସାବରେ ନିଜର ସମସ୍ତ ବିବରଣୀ ଦେବାକୁ ପଡିବ । ଏହପରେ ୟୁନିକ ଆଇଡେଣ୍ଟଇଫିକେସନ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ବିବରଣୀର ଯାଞ୍ଚ ହେବ । ସମସ୍ତ ବିବରଣୀ ଠିକ ପାଇବା ପରେ ଆଧାର ଓ ପ୍ୟା କାର୍ଡର ଲିଙ୍କ କନଫର୍ମ କରାଯିବ ।

                                                             ସୌଜନ୍ୟ-ମନିଭାସ୍କର.କମ