ସାବଧାନ , ବିନା ମୋଜାରେ ଜୋତା ପିନ୍ଧୁଛନ୍ତି କି ? ସଂକ୍ରମଣର ଶିକାର ହୋଇପାରନ୍ତି

118

ଆଜିକା ସମୟରେ ବିନା ମୋଜାରେ ଜୋତା ପିନ୍ଧିବା ଫ୍ୟାସନ୍ ହୋଇଗଲାଣି । ଏବେ ଯୁବପୀଢ଼ି ବିନା ମୋଜାରେ ହିଁ ଜୋତା ପିନ୍ଧିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ବିନା ମୋଜାରେ ଯୋତା ପିନ୍ଧିବା ଦ୍ୱାରା କେବଳ ପାଦରୁ ଦୁର୍ଗନ୍ଧ ଆସେ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ । କଲେଜ ଅଫ ପେଡ଼ିଆଟ୍ରି ମୁତାବକ ନୂଆ ଫ୍ୟାସନ ଯୋଗୁଁ ପୁରୁଷମାନେ ଜୋତାରେ ମୋଜା ପିନ୍ଧୁ ନାହାନ୍ତି ।

ଯାହାଦ୍ୱାରା ଫଙ୍ଗାଲ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଛି । ପାଦର ଚିକିତ୍ସା ପାଇଁ ଜଣେ ବିଶେଷଜ୍ଞ କହିଛନ୍ତି ୧୮-୨୫ ବର୍ଷର ପୁରୁଷଙ୍କ ମଧ୍ୟରେ ବିନା ମୋଜା ଓ ଖରାପ ଫିଟିଂର ଜୋତା ପିନ୍ଧିବା ଦ୍ୱାରା ରୋଗର ଆଶଙ୍କା ଅଧିକ ବଢ଼ିଥାଏ । ସାଧାରଣତଃ ପ୍ରତିଦିନ ପାଦରୁ ୩୦୦ମିଲିଲିଟର ଝାଳ ନିର୍ଗତ ହୁଏ । ଗରମ ଯୋଗୁଁ ପାଦରେ ସଂକ୍ରମଣର ହେବାର ଭୟ ଥାଏ ଏଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ । ପାଦରୁ ଅଧିକ ଝାଳ ନିର୍ଗତ ହେବା ବହୁତ ଭୟଙ୍କର ସାବ୍ୟସ୍ତ ହୋଇପାରେ ।

ଚେଷ୍ଟା କରନ୍ତୁ କମରୁ କମ୍ ସମୟ ପାଇଁ ବିନା ମୋଜାର ଜୋତା ପିନ୍ଧନ୍ତୁ । ଜୋତା ପିନ୍ଧିବା ପୂର୍ବରୁ ଧ୍ୟାନ ରଖନ୍ତୁ ପାଦ ଯେପରି ଓଦା ନରହେ । ଓଦା ରିହବା ଦ୍ୱାରା ଭିତରେ ପାଦରେ ରୋଗ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବା ସହ ଦୁର୍ଗନ୍ଧ ଆସେ । ଏହା ବ୍ୟତୀତ କେବେ ବି ପାଦରେ କଷ୍ଟ ଅନୁଭବ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।