ଇସ୍ତାନବୁଲରେ ଆତଙ୍କବାଦୀ ଆକ୍ରମଣ : ୨୭ ପୁଲିସ କର୍ମଚାରୀଙ୍କ ସମେତ ୨୯ ମୃତ, ୧୬୬ ଆହତ

30

କନକ ବ୍ୟୁରୋ : ତୁର୍କି ଇସ୍ତାନବୁଲରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ । ଏଥିରେ ୨୭ ଜଣ ପୁଲିସ ଅଫିସରଙ୍କ ସମେତ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ୧୬୬ ଲୋକ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି । ଏକ ଘରୋଇ ଫୁଟବଲ ମ୍ୟାଚ ପରେ ଏହି ବିସ୍ଫୋରଣ ହୋଇଥିଲା । ଷ୍ଟାଡିୟମ ବାହାରେ ଥିବା ଏକ କାରରେ ବୋମା ବିସ୍ଫୋରଣ ହୋଇଥିବା ଜଣାପଡିଛି । କିଏ ଏପରି ଆକ୍ରମଣ କରିଛି, ଏ ନେଇ ତୁର୍କୀ ପକ୍ଷରୁ ସରକାରୀ ଭାବେ କିଛି କୁହାଯାଇନାହିଁ । ହେଲେ ଇସଲାମିକ୍ ଷ୍ଟେଟ୍ କିମ୍ବା କୁର୍ଦ୍ଦିସ ଆତଙ୍କବାଦୀ ଏପରି ଆକ୍ରମଣ କରିଥିବା ସଂଦେହ କରାଯାଉଛି ।