ପ୍ରଶଂସକଙ୍କୁ ପସନ୍ଦ ହେଲାନି ‘ଇସ୍ ପ୍ୟାର୍ କୋ କ୍ୟା ନାମ୍ ଦୁଁ ୩’ ! ଖୁବ୍ ଶୀଘ୍ର ବନ୍ଦ ହେବ ପ୍ରସାରଣ

78

Iss-Pyaar-Ko-Kya-Naam-Doon-3ଖୁବ୍ ଶୀଘ୍ର ବନ୍ଦ ହୋଇପାରେ ଧାରାବାହିକ ‘ଇସ୍ ପ୍ୟାର କୋ କ୍ୟା ନାମ୍ ଦୁଁ -୩ ’ । ଦର୍ଶକଙ୍କ ହୃଦୟ ଜିତିବାରେ ବିଫଳ ହୋଇଛି ଧାରାବାହିକଟି । ଏହା ସହ ଲିଡ୍ ରୋଲରେ ଥିବା ବରୁଣ ସୋବତୀ ଏବଂ ଶିବାନୀ ତୋମରଙ୍କ କେମିଷ୍ଟ୍ରି ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସୁନାହିଁ । ତେଣୁ ଚଳିତ ମାସ ଶେଷ ସୁଦ୍ଧା ଏହି ସୋ’ ର ସୁଟିଂ ଶେଷ ହୋଇପାରେ ।

ରିପୋର୍ଟ ମୂତାବକ , କମ୍ ଟିଆରପି ଯୋଗୁଁ ଚ୍ୟାନେଲ୍ କର୍ତ୍ତୃପକ୍ଷ ଏହି ଧାରାବାହିକର ପ୍ରସାରଣ ବନ୍ଦ କରିବାକୁ ଚାହୁଁଛନ୍ତି । କିନ୍ତୁ ସୋ’ର ପ୍ରଯୋଜକଙ୍କ କହିବା ଅନୁଯାୟୀ ଏହା ଏକ ଗୁଜବ । ହେଲେ ସୋ ସହ ଜହିତ ସୂତ୍ରାନୁସାରେ ଚଳିତ ମାସରେ ଧାରାବାହିକର ପ୍ରସାରଣ ବନ୍ଦ ହୋଇଯିବ ।

iss pyar‘ଇସ୍ ପ୍ୟାର କୋ କ୍ୟା ନାମ୍ ଦୁଁ’ ସିଜିନ୍ ୱାନ୍ ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଥିଲା । ଏଥିରେ ଲିଡ୍ ରୋଲରେ ଥିବା ବରୁଣ ଏବଂ ସାନାୟାଙ୍କ ଯୋଡି ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା । ହେଲେ ତୃତୀୟ ସିଜିନରେ ନାଁ କାହାଣୀରେ କିଛି ନୂଆ ଅଛି ନା ଯୋଡି ଦର୍ଶକଙ୍କ ପସନ୍ଦ ହେଉଛି । କହିବାକୁ ଗଲେ ଧାରାବାହକର ପ୍ରଥମ ସିଜିନର କପି ପେଷ୍ଟ୍ ହେଉଛି ତୃତୀୟ ସିଜିନ୍ । ଉଭୟ ସିଜିନର ବ୍ୟାକ୍ ଗ୍ରାଉଣ୍ଡ୍ ମ୍ୟୁଜିକ୍ ସମାନ ରହିଥିବା ବେଳେ ସିନ୍ ଗୁଡିକ ମଧ୍ୟ ପ୍ରାୟ ସମାନ ରହିଛି । ଖୁସି ବେହୋସ୍ ହେଲେ ଅର୍ଣ୍ଣବ ଯେଉଁଭଳି ଭାବରେ ପ୍ରତିକ୍ରିୟା ଦିଏ ଏବଂ ଯେଉଁଭଳି ଭାବରେ ଉଠାଏ ସମାନ ସିନ୍ ଅଦଭୟ ଏବଂ ଚାନ୍ଦିନୀ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଛି । ଯଦିଓ ସିନ୍ ସମାନ ରହିଛି କିନ୍ତୁ କେମିଷ୍ଟ୍ରି ସମାନ ନାହିଁ ।

ଏହା ବାଦ୍ ଧାରାବାହିକରେ ବ୍ୟବହୃତ ଅତ୍ୟଧିକ ମେକ ଅପ୍ ସୋକୁ ଟିଆରପି ଦେବାରେ ମଧ୍ୟ ଫେଲ୍ ମାରିଛି । ଦର୍ଶର୍କଙ୍କ ମନ ଜିତିବାରେ ବିଫଳ ହୋଇଛି କାଷ୍ଟଙ୍କର ମାତ୍ରାଧିକ ମେକ୍ ଅପ୍ । ଅନ୍ୟଏକ ଖବର ଅନୁଯାୟୀ, ଦର୍ଶକ ଏହି ସୋ’ରେ ବରୁଣଙ୍କ ସହ ସାନାୟାଙ୍କୁ ଦେଖିବାକୁ ଚାହୁଁଥିଲେ । କିନ୍ତୁ ନିର୍ଦ୍ଦେଶକ ଶିବାନୀଙ୍କୁ ନେବାକୁ ଚାହିଁଥିଲେ । ଯାହା ଦର୍ଶକଙ୍କ ପସନ୍ଦ ଏବଂ ଟିଆରପି ଉପରେ ପ୍ରଭାବ ପକାଇଛି ।

ସୌଜନ୍ୟ : ଆଜ୍ ତକ୍