ଇସ୍ରୋ ଲଂଚ କଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନେଭିଗେସନ ସାଟେଲାଇଟ : ଶ୍ରୀହରିକୋଟା ଅନ୍ତରୀକ୍ଷ କେନ୍ଦ୍ରରୁ ଭୋରରୁ ହେଲା ଉତକ୍ଷେପଣ

28

କନକ ବ୍ୟୁରୋ : ସ୍ୱଦେଶୀ ନ୍ୟାଭିଗେସନ୍ ସାଟେଲାଇଟ୍ ଲଂଚ୍ କଲା ଇସ୍ରୋ । ଆଜି ସକାଳେ ନ୍ୟାଭିଗେସନ୍ ସାଟେଲାଇଟ୍ ଆଇଆରଏନଏସଏସ-୧-ଆଇ ଲଂଚ୍ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଭୋର ୪ଟାରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଏହି ସାଟେଲାଇଟ୍ ଲଂଚ୍ କରାଯାଇଛି ।

ପିଏସଏଲଭି-ସି ୪୧ ରକେଟ୍ ସହାୟତାରେ ନ୍ୟାଭିଗେସନ୍ ସାଟେଲାଇଟ୍ ଲଂଚ୍ କରିଛି ଇସ୍ରୋ । ଆଇଆରଏନଏସଏସ-୧-ଆଇ ନ୍ୟାଭିଗେସନ୍ ସାଟେଲାଇଟ୍ର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ଏହି ସାଟେଲାଇଟର ଓଜନ ୧୪ ଶହ ୨୫ କିଲୋ, ଲମ୍ବ ୧ ଦଶମିକ ୫୮ ମିଟର, ପ୍ରସ୍ଥ ଓ ଉଚ୍ଚତା ୧ ଦଶମିକ ୫ ମିଟର । ଏହି ସାଟେଲାଇଟକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ହୋଇଛି ୧୪ ଶହ ୨୦ କୋଟି ଟଙ୍କା । ଏହି ସାଟେଲାଇଟ୍ ସାମୁଦ୍ରିକ କ୍ଷେତ୍ରରେ ନୌସେନାକୁ ମ୍ୟାପ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ ।