ମହାକାଶ ବିଜ୍ଞାନରେ ଇସ୍ରୋର ଆଉ ଏକ ମାଇଲଖୁଂଟ ! ଆଜି ସଂଧ୍ୟାରେ ମହାକାଶକୁ ପ୍ରେରଣ ହେବ ଜିସାଟ୍-୧୯ ଉପଗ୍ରହ

22

କନକ ବ୍ୟୁରୋ: ଇଂଟରନେଟ୍ ଓ ଯୋଗାଯୋଗ କ୍ଷେତ୍ରରେ ଭାରତ ସୃଷ୍ଟି କରିବ ଏକ ନୂଆ ଅଧ୍ୟାୟ । ହାଇ ସ୍ପିଡ ଇଂଟରନେଟ୍ ସହ ପରିବର୍ଦ୍ଧିତ ମୋବାଇଲ ସିଗନାଲ ଏଣିକି ସହଜରେ ଉପଲବ୍ଧ ହେବ । ଏଥିପାଇଁ ଭାରତ ଆଜି ସଂଧ୍ୟା ୫ଟା ୨୮ମିନିଟରେ ଜିସାଟ୍-୧୯ ଉପଗ୍ରହ ମହାକାଶକୁ ପଠେଇବ । ଯାହା ଯୋଗଯୋଗ କ୍ଷେତ୍ରରେ ଆଣିବ ଏକ ବଡ଼ ପରିବର୍ତ୍ତନ । ଆଉ ଜିସାଟକୁ ନେବା ପାଇଁ ସବୁଠାରୁ ଦକ୍ଷ ମହାକାଶ ଯାନ ଜିଏସଏଲଭି ବି ପ୍ରସ୍ତୁତ ହୋଇ ସାରିଛି ।