ସୀମା ଜଗିବ ସାଟେଲାଇଟ୍ ! ଭାରତୀୟ ଯବାନଙ୍କ ପାଇଁ ନୂଆ ଯୋଜନା, ମହାକାଶକୁ ଉପଗ୍ରହ ପଠାଇବ ଇସ୍ରୋ ।

133

ଖୁବ୍ ଶୀଘ୍ର ଇସ୍ରୋ ଏକ ନୂଆ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି । ଭାରତୀୟ ସୀମାକୁ ଅଧିକ ସୁରକ୍ଷିତ ରଖିବାରେ ଗୃହ ମନ୍ତ୍ରାଳୟକୁ ସାହାଯ୍ୟ କରିବା ପାଇଁ ଇସ୍ରୋ ଏହି ନୂଆ ସାଟେଲାଇଟ୍ ପ୍ରସ୍ତୁତ କରୁଥିବା ଜଣା ପଡ଼ିଛି । ଦୁର୍ଗମ ଏବଂ ବିପଦସଙ୍କୁଳ ସ୍ଥାନରେ ନିୟୋଜିତ କରାଯାଇଥିବା କେନ୍ଦ୍ରୀୟ ଅର୍ଦ୍ଧ-ସାମରିକ ବଳକୁ ମାଗ ଦର୍ଶାଇବା ପାଇଁ ଏହି ସାଟେଲଇଟର ବ୍ୟବହାର କରାଯିବ ବୋଲି ଇସ୍ରୋ ପ୍ରକାଶ କରିଛି । ପୂର୍ବରୁ ଏ ସୁବିଧା ଭାରତୀୟ ସୀମାରେ ଉପଲବ୍ଧ କରାଇବା ପାଇଁ ସାମରିକ ବାହିନୀ ପକ୍ଷରୁ ଆବେଦନ କରାଯାଇଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ୍ ସିଂହ ଏହି ଆବେଦନକୁ ମଞ୍ଜୁର କରିଛନ୍ତି ।

ମଞ୍ଜୁର କରାଯାଇଥିବା ଆବେଦନରେ ସୀମାର ସୁରକ୍ଷା, ଯୋଗାଯୋଗ, ପଥ ପ୍ରଦର୍ଶନ, ଜିଆଇଏସ୍ ଏବଂ ସଞ୍ଚାଳନ ଯୋଜନା ପ୍ରଣାଳୀ ଏବଂ ସୀମାର ବିକାଶ ଆଦି କାର୍ଯ୍ୟ ସଂପାଦନ ଲାଗି ଏହା ଆବଶ୍ୟକ ବୋଲି ଉଲ୍ଲେଖ ରହିଛି । ଆବେଦନ ମଞ୍ଜୁର ହେବା ପରେ ଏବେ ଏହି ସବୁ ଦିଗ ଉପରେ କାମ କରାଯିବ । ଏ ସବୁ ପାଇଁ ଇସ୍ରୋ ଗୃହ ମନ୍ତ୍ରାଳୟକୁ ଏକ ସାଟେଲାଇଟ୍ ଯୋଗାଇଦେବ। ଯାହା ଦ୍ୱାରା ଏ ସବୁ କାମ ସହଜରେ ହୋଇ ପାରିବ ।