୫ଟି ପ୍ରତିରକ୍ଷା ଉପଗ୍ରହ ମହାକାଶକୁ ପ୍ରେରଣ କରିବ ଇସ୍ରୋ : ସାଟେଲାଇଟ୍ ସର୍ଭିଲେନ୍ସ କ୍ଷେତ୍ରରେ ମହାକାଶରେ ଭାରତ ହେବ ଶକ୍ତିଶାଳୀ

141

ଚଳିତ ବର୍ଷ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ବଡ ଯୋଜନା । ଚଳିତ ବର୍ଷ ଇସ୍ରୋ ଆହୁରି ୫ ଟି ମିଲିଟାରୀ ସାଟେଲାଇଟ୍ ମହାକାଶକୁ ପଠାଇବାକୁ ଯୋଜନା କରିଛି। ମହାକାଶରେ ଭାରତ ତାର ଗବେଷଣା ପାଇଁ ଆବଶ୍ୟକ ଉପଗ୍ରହ ସଂଖ୍ୟା ବଢାଇବାକୁ ଏପରି ଯୋଜନା କରିଛି । ମହାକାଶରେ ଏହି ସାଟେଲାଇଟ୍ ଗୁଡିକ ସର୍ଭିଲେନ୍ସ କ୍ଷେତ୍ରରେ କାମ କରି ପ୍ରତିରକ୍ଷାକୁ ଅଧିକ ଶକ୍ତିଶାଳୀ କରିବ । ୫ଟି ସାଟେଲାଇଟ୍ ମଧ୍ୟରୁ ୪ଟି ରିସାଟ୍ ସିରିଜର ନୂଆ ସାଟେଲାଇଟ୍ ଓ ଗୋଟିଏ କାଟ୍ରୋସାଟ୍ ସାଟେଲାଇଟ୍ ବୋଲି ଜଣାପଡିଛି । ସର୍ଜିକାଲ୍ ଷ୍ଟ୍ରାଇକ୍ ସମୟରେ ମହକାଶରୁ ରିସାଟ୍ ସାଟେଲାଇଟ୍ ଜରିଆରେ ସହଜରେ ଚିତ୍ର ଉତ୍ତୋଳନ କରାଯାଇପାରିବ ।