ଖୁବ୍ ଶୀଘ୍ର ମହାକାଶକୁ ପ୍ରେରଣ ହେବ ଚନ୍ଦ୍ରଯାନ ୨ । ଚନ୍ଦ୍ରପୃଷ୍ଠ ସଂପର୍କରେ ଅଧିକ ରହସ୍ୟ ଜାଣିବାକୁ କରିବ ସହାୟତା

31

କନକ ବ୍ୟୁରୋ : ନୂଆ କୀର୍ତିମାନ ଅଭିମୁଖେ ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋ ଖୁବ ଶୀଘ୍ର ଆରମ୍ଭ କରିବ ଚନ୍ଦ୍ରଯାନ ୨ ମିଶନ । ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ ୨ କୁ ଖୁବଶୀଘ୍ର ମହାକାଶକୁ ପ୍ରେରଣ କରିବ ଇସ୍ରୋ । ଚନ୍ଦ୍ରପୃଷ୍ଠ ସଂପର୍କରେ ରହସ୍ୟକୁ ଅଧିକ ନିକଟରୁ ଜାଣିବାକୁ ସହାୟତା କରିବ ଚନ୍ଦ୍ରଯାନ ୨ ।

ଚନ୍ଦ୍ରପୃଷ୍ଠର ଦକ୍ଷିଣ ପାଶ୍ୱର୍ ଧ୍ରୁବ ନିକଟକୁ ଏହା ହେବ ଇସ୍ରୋର ପ୍ରଥମ ସାହସିକ ଅଭିଯାନ । ଏହି ଅଭିଯାନ ପାଇଁ ଦୁଇଟି ସ୍ଥାନକୁ ଚିହ୍ନଟ କରାଯାଇଛି । ଏହା ମଧ୍ୟରୁ ଗୋଟିଏକୁ ନିଶ୍ଚିତ କରାଯିବ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏ.ଏସ କିରଣ କୁମାର । ଚନ୍ଦ୍ରପୃଷ୍ଠର ଦକ୍ଷିଣ ପାଶ୍ୱର୍ ଧ୍ରୁବ ନିକଟସ୍ଥ ଏହି ଅଂଚଳରେ ଏଯାଏ କୌଣସି ମହାକାଶ ଯାନ ଅବତରଣ କରିନାହାନ୍ତି ।

ଇସ୍ରୋର ତାମିଲନାଡୁ ସ୍ଥିତ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ ସେଂଟର ଏଲପିଏସସିରୁ ଚନ୍ଦ୍ରଯାନ ୨ ପ୍ରେରଣ କରାଯିବ ବୋଲି ସୂଚନା ମିଳିଛି ।