ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ଖରାଛୁଟିରେ ସ୍କୁଲପିଲାଙ୍କୁ ଟ୍ରେନିଙ୍ଗ୍ ଦେବ ଇସ୍ରୋ , ଜାଣନ୍ତୁ ଏଥିପାଇଁ କିଭଳି ହେବ ଛାତ୍ରଛାତ୍ରୀଙ୍କ ଚୟନ ।

203

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ତରଫରୁ ଚଳିତ ବର୍ଷ ଗ୍ରୀଷ୍ମଛୁଟିରେ ସ୍କୁଲପିଲାଙ୍କ ପାଇଁ ଏକ ଖାସ୍ ସର୍ଟ ଟର୍ମ କୋର୍ସର ଆରମ୍ଭ କରିବାକୁ ଯାଉଛି । ଏହି ପ୍ରୋଗ୍ରାମ୍ ଅନୁସାରେ ରାଜ୍ୟ ବୋର୍ଡ,ସିବିଏସଇ ଏବଂ ଆଇସିଏସଇ ସ୍କୁଲର ନବମ ଶ୍ରେଣୀର ପିଲାଙ୍କୁ ଚୟନ କରାଯିବ । ଇସ୍ରୋ ତରଫରୁ ସ୍କୁଲପିଲାଙ୍କ ଏହି କାର୍ଯ୍ୟକ୍ରମକୁ ଯୁବ ବୈଜ୍ଞାନିକ କାର୍ଯ୍ୟକ୍ରମ – ‘ୟୁବିକା’ ର ନାଁ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପିଲାଙ୍କୁ ଖଗୋଲିୟ ଘଟଣାକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ କୁହାଯିବ ଏବଂ ସ୍ପେଶ୍ ସାଇନ୍ସ ଉପରେ ଆଗ୍ରହ ଅଣାଯିବ ।

 

ଏହି ପ୍ରୋଗ୍ରାମ୍ ଅନୁସାରେ ପ୍ରତି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ନବମ ଶ୍ରେଣୀର ୩ ଜଣ ପିଲାଙ୍କୁ ଏଥିପାଇଁ ଚୟନ କରାଯିବ । ଛାତ୍ରଙ୍କ ଚୟନର ଦାୟିତ୍ୱ ରାଜ୍ୟ ମୁଖ୍ୟସଚିବଙ୍କ ହେବ ଯେଉଁଥିପାଇଁ ଛାତ୍ରଙ୍କ ଆକାଡେମିକ୍ ଏବଂ ଏକ୍ସଟ୍ରା କରିକୁଲାର୍ ଆକ୍ଟିଭିଟିରେ ଭଲ ପ୍ରଦର୍ଶନ ହେବ । ଗ୍ରାମୀଣ ପୃଷ୍ଠଭୂମିର ଛାତ୍ରଛାତ୍ରୀଙ୍କୁ ଇସ୍ରୋର ଏହି ପ୍ରୋଗ୍ରାମରେ ଅଧିକ ଧ୍ୟାନ ଦିଆଯିବ । ଦୁଇ ସପ୍ତାହର ଏହି ଟ୍ରେନିଙ୍ଗରେ ପିଲାଙ୍କ ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଗ୍ରୀଷ୍ମଛୁଟିରେ ଏହି ପ୍ରୋଗ୍ରାମର ଆରମ୍ଭ ହେବ । ଚୟନ ପିଲାଙ୍କୁ ଇସ୍ରୋର ତିନୋଟି ସେଣ୍ଟର ବାଙ୍ଗାଲୋର, ଥିରୁବନନ୍ତପୁରମ୍ ଏବଂ ଅହମ୍ମଦାବାଦ୍ ରେ ଟ୍ରେନିଙ୍ଗ୍ ଦିଆଯିବ ।