ମହାକାଶକୁ ଶହେତମ ଉପଗ୍ରହ ପ୍ରେରଣ କରି ଇତିହାସ ରଚିଲା ଇସ୍ରୋ । ଭାରତ ସମେତ ୭ଟି ଦେଶର ୩୧ ଟି ଉପଗ୍ରହ ଗଲା ମହାକାଶ

74

କନକ ବ୍ୟୁରୋ : ମହାକାଶକୁ ଉପଗ୍ରହ ପ୍ରେରଣ କରି ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ କରାଗଲା ଉତକ୍ଷେପଣ । ପୂବ ନିର୍ଦ୍ଧାରିତ ସମୟ ୯ଟା ୨୯ ସମୟରେ  ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆରମ୍ଭ କରିଥିଲା ତାର ଅଭିଯାନ । ଶହେତମ ଉପଗ୍ରହ ପଠାଇ ବିରଳ ରେକର୍ଡର ଅଧିକାରୀ ହୋଇଛି ଭାରତ । ୩ଟି ସ୍ୱଦେଶୀ ଓ ୨୮ଟି ବିଦେଶୀ ଉପଗ୍ରହକୁ ପଠାଇଲା ଇସ୍ରୋ । । ପିଏସଏଲଭି-୪୦ ସାହାଯ୍ୟରେ ୩୧ଟି ଉପଗ୍ରହ ପଠାଇଛି ଭାରତୀୟ ଗବେଷଣା ସଂସ୍ଥା ।

ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ସାତଟି ଦେଶର ଉପଗ୍ରହକୁ ପଠାଇଲା ଇସ୍ରୋ ।  ଶହେତମ ଉପଗ୍ରହ ପଠାଇ  ଇତିହାସ ରଚିଲା ଭାରତ । ବ୍ରିଟେନ,ଆମେରିକା, ଫ୍ରାନ୍ସ,କାନାଡା, ଫିନଲାଣ୍ଡ,କୋରିଆ ଆଦି ଦେଶର ଉପଗ୍ରହ ପ୍ରେରଣ କରି ଇତିହାସ ରଚିଛି ଭାରତ ।

ଇସ୍ରୋ ନିଜର ଶକ୍ତିଶାଳୀ ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ(ପିଏସଏଲଭି) ଶ୍ରେଣୀୟ ଉପଗ୍ରହ ପରିବହନକାରୀ ଉତକ୍ଷେପକ ମାଧ୍ୟମରେ ୨୫୦ରୁ ଅଧିକ ସ୍ୱଦେଶୀ ଓ ବିଦେଶୀ କୃତ୍ରିମ ଉପଗ୍ରହକୁ ସଫଳତାର ସହ ସେମାନଙ୍କ କକ୍ଷପଥରେ ସ୍ଥାନିତ କରିସାରିଛି। ଏଥିରେ ଉତ୍ସାହିତ ହୋଇ ଇସ୍ରୋ ଏହାର ୪୨ତମ ଅଭିଯାନରେ ପିଏସଏଲଭି-ସି୪୦ ରକେଟ ମାଧ୍ୟମରେ ଛୋଟବଡ଼ ୩୧ଟି ଉପଗ୍ରହକୁ ମହାକାଶ ପଠାଇବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ସାରିଥିଲା ।

ତେବେ ବିଶେଷତ୍ୱ ହେଲା, ଏହା ଦ୍ୱାରା ଇସ୍ରୋ ସେହି ରକେଟରେ ବହୁସ୍ତରୀୟ ଇନ୍ଧନ ଦହନ ଜ୍ଞାନକୌଶଳର ମଧ୍ୟ ଉନ୍ନୀତ ପରୀକ୍ଷଣ କରିବ। ଭୂପୃଷ୍ଠରୁ ପିଏସଏଲଭି-ସି୪୦ ଉତକ୍ଷେପଣ ହେବା ପରେ ପରେ ସେଥିରେ ୪ ଥର ଧରି ଏପରି ଇନ୍ଧନ ଦହନ ପ୍ରକ୍ରିୟା ଉତଜୀବିତ ରହି ଖଞ୍ଜାଯାଇଥିବା କୃତ୍ରିମ ଉପଗ୍ରହଗୁଡ଼ିକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କକ୍ଷପଥରେ ସ୍ଥାନିତ କରିବ।