ପଡୋଶୀଙ୍କ ଉପରେ ଆକଶରୁ ଆଖି ରଖିବ ଭାରତ !  ମହାକାଶକୁ କାର୍ଟୋସାଟ୍ ଉପଗ୍ରହ ଛାଡିଲା ଇସ୍ରୋ

56

କନକ ବ୍ୟୁରୋ : ପୁଣି ମାଇଲଖୁଂଟ ସ୍ଥାପନ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ବିଦେଶର ୨୮ଟି ଓ ଭାରତର ୩ଟି ଉପଗ୍ରହକୁ ମହାକାଶରେ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଅବସ୍ଥାପିତ କରିଛି ପିଏସଏଲଭି ରକେଟ୍  । ତେବେ ଭାରତର ଏହି ତିନୋଟି ଉପଗ୍ରହ ମଧ୍ୟରେ ରହିଛି ଗୁରୁତ୍ୱପୂର୍ଣ୍ଣ କାର୍ଟୋସାଟ୍-୨ ଉପଗ୍ରହ । ଯାହା ପଡୋଶୀ ଶତ୍ରୁ ରାଷ୍ଟ୍ର ଉପରେ ତୀକ୍ଷ୍ଣ ନଜର ରଖିବାର କ୍ଷମତା ରଖିଛି  । ତେଣୁ ଏହାକୁ ପ୍ରତିବାଦ କରିଛି ପାକିସ୍ତାନ । ପାକିସ୍ତାନର ବୈଦେଶିକ ବିଭାଗ କହିଛି ଏହି ଉପଗ୍ରହ ଆଂଚଳିକ ଅସ୍ଥିରତା ସୃଷ୍ଟି କରିବ ।

ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଥିଲା ଆଉ ଏକ ମାଇଲଖୁଂଟ । ଗତ ୪ ମାସ ପୂର୍ବରୁ ଏକ ବିଫଳତା ପରେ ପୁଣି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋ ତା’ର ପୁରୁଣା ରଙ୍ଗକୁ ଫେରିଛି । ଗୋଟିଏ ରକେଟରେ ୩୧ ଟି ଉପଗ୍ରହକୁ ଧରିି ଆଜି ସକାଳ ୯.୨୮ ମନିଟରେ ଯାତ୍ରା ଆରମ୍ଭ କରିଥିଲା । ପୋଲାର ସାଟେଲାଇଟ୍ ଲଂଚ ଭେଇକିଲ ଯାହା ଭିତରେ ଥିଲା ୨୮ ଟି ବିଦେଶୀ ଉପଗ୍ରହ । ଆମେରିକା, ଫ୍ରାନ୍ସ, ଫିନଲାଂଡ଼, ବ୍ରିନ୍୍େ, ସାଉଥ୍ କୋରିଆ ଓ କାନାଡ଼ାର ଏହି ୨୮ ଟି ଉପଗ୍ରହକୁ ସଫଳତାର ସହ କକ୍ଷ ପଥରେ ଅବସ୍ଥାପିତ କରାଇଛି ପିଏସଏଲଭି ସି ୪୦ ।

ତେବେ ଏହି ଉତକ୍ଷେପଣର ଆଉ ଏକ ଗୁରୁତ୍ୱୂର୍ଣ୍ଣ କଥା ହେଉଛି ଭାରତ ସାଟେଲାଇଟ୍ ୨ ସିରିଜରେ ଉପଗ୍ରହକୁ କକ୍ଷ ପଥରେ ଅବସ୍ଥାପିତ କରିଛି । କାର୍ଟୋସାଟ୍-୨ ଉପଗ୍ରହ ଆକାଶମାର୍ଗରୁ ପାକିସ୍ତାନ ଓ ଚୀନର ଗତିବିଧିକୁ ସଠିକ୍ ନଜର ରଖିପାରିବ । ଶତ୍ରୁର ଗତିବିଧିକୁ ସଠିକ ଭାବରେ ଟ୍ରାକ୍ କରାଯାଇପାରିବ । ତେଣୁ କାର୍ଟୋସାଟ୍ -୨ର ଉତକ୍ଷେପଣକୁ ବିରୋଧ କରିଛି ପାକିସ୍ତାନ । ମିଡ଼ିଆ ରିପୋର୍ଟ ଅନୁସାରେ ପାକିସ୍ତାନ କହିଛି ଏହି ଭାରତୀୟ ଉପଗ୍ରହ ଆଂଚଳିକ ଅସ୍ଥିରତା ସୃଷ୍ଟି କରିବ ।