ଅନ୍ତରୀକ୍ଷ ଯାତ୍ରାରେ ପୁଣି ଇତିହାସ ରଚିଲା ଭାରତ : ଶ୍ରୀହରିକୋଟାରୁ ମହାକାଶକୁ ପଠାଗଲା ଇଲୋକ୍ଟ୍ରୋନିକ୍ସ ଇଂଟିଲିଜେନ୍ସ ସାଟେଲାଇଟ୍ ସହ ୨୮ ଉପଗ୍ରହ

251

ଅନ୍ତରୀକ୍ଷ ଅଭିଯାନରେ ଭାରତ ଆଜି ପୁଣି ଇତିହାସ ରଚିଛି । ଇସ୍ରୋ ଆଜି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଂଟରରୁ ଉତକ୍ଷେପଣ ହୋଇଛି ଇଲୋକ୍ଟ୍ରୋନିକ୍ସ ଇଂଟିଲିଜେନ୍ସ ଉପଗ୍ରହ ଏମିସାଟ । ଶତ୍ରୁପକ୍ଷ ଉପରେ ନଜର ରଖିବ ଏମିସାଟ୍ । ଇସ୍ରୋ ଓ ଡିଆରଡିଓ ମିଳିତ ଭାବେ ଏବି ଉପଗ୍ରହକୁ ତିଆରି କରିଛନ୍ତି । ଏହାଦ୍ୱାରା ସୀମାରେ ପାକିସ୍ତାନ ଦ୍ୱାରା ଇଲେକ୍ଟ୍ରୋନିକ ଓ ମାନବିକ ଗତିବିଧି ଉପରେ ନଜର ରଖିବ । ଅର୍ଥାତ ସୀମାରେ ରାଡାର ଓ ସେନସର ଉପରେ ଏହି ଉପଗ୍ରହ ନଜର ରଖିବ ।

ଏମିସାଟ ସହ ବିଭିନ୍ନ ଦେଶର ୨୮ ଉପଗ୍ରହ ସହ ମହାକାଶକୁ ଉତକ୍ଷେପଣ କରାଯାଇଛି । ଏଥିରେ ଆମେରିକାର ୨୪ଟି ଉପଗ୍ରହ ଅଛି । ଏମିସାଟ ସହ ୨୮ ଉପଗ୍ରହକୁ ନେଇ ପିଏସଏଲଭି ତିନିଟି ଅଲଗା ଅଲଗା କକ୍ଷପଥରେ ସ୍ଥାପିତ କରିବ । ଏଥିପାଇଁ ୩ ଘଂଟା ସମୟ ଲାଗିବ । ପ୍ରଥମ ଥର ପାଇଁ ଏଭଳି ଉତକ୍ଷେପଣକୁ ଲୋକେ ଲାଇଭ ଦେଖିପାରିଛନ୍ତି । ଏଭଳି କରିବାରେ ଆମେରିକା ଗବେଷଣା ସଂସ୍ଥା ନାସା ପରେ ଇସ୍ରୋ ହେଉଛି ଦ୍ୱିତୀୟ ସଂସ୍ଥା । ଇସ୍ରୋ ଅନୁସାରେ, ୪୩୬ କିଲୋଗ୍ରାମର ଏମିସାଟକୁ ୭୪୯ କିଲୋମିଟର କକ୍ଷପଥରେ ସ୍ଥାପିତ କରିବ । ଏହାପରେ ୨୮ ଉପଗ୍ରହକୁ ୫୦୪ କିଲୋମିଟର ଉଚ୍ଚରେ ସେମାନଙ୍କ କକ୍ଷପଥରେ ସ୍ଥାପିତ କରାଯିବ ।