ଅନ୍ତରୀକ୍ଷରେ ଭାରତର ବଡ ସଫଳତା : ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

695
  • ଚନ୍ଦ୍ରର ପ୍ରଥମ କକ୍ଷରେ ପହଞ୍ଚିଲା ଚନ୍ଦ୍ରଯାଂନ -୨
  • ୧୦.୯୮କିମି/ସେକେଣ୍ଡ ବେଗରେ ଚାଲୁଥିଲା ଚନ୍ଦ୍ରଯାନ-୨
  • ୧.୯୮ କିମି / ସେକେଣ୍ଡ ଗତିକୁ ଆଣିବା ପରେ ମିଳିଲା ସଫଳତା

ଅନ୍ତରୀକ୍ଷରେ ଭାରତର ବଡ ସଫଳତା । ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-ଟୁ । ସଫଳତାର ସହ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ -୨ । ପୃଥିବୀର କକ୍ଷପଥ ଛାଡି ଏହି ମହାକାଶଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଚନ୍ଦ୍ରଯାନ-ଟୁ ଅଗଷ୍ଟ ୩୧ ଯାଏଁ ଚନ୍ଦ୍ରକୁ ପରିକ୍ରମଣ କରିବ ।

ଏହି ସମୟରେ ଚନ୍ଦ୍ରର ଅତି ନିକଟକୁ ଯିବା ପାଇଁ ୪ ଥର କକ୍ଷପଥ ପରିବର୍ତନ କରିବ ଚନ୍ଦ୍ରଯାନ-ଟୁ । ଏଥିରେ ସଫଳ ହେଲେ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁକୁ ଛୁଇଁବ ଲାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । କିନ୍ତୁ ଅର୍ବିଟର ଚନ୍ଦ୍ର ଚାରିପାଖରେ ଘୁରିବ । ଏକ ବର୍ଷ ପାଇଁ ଏହା କାମ କରିବ ବୋଲି ଆକଳନ କରାଯାଉ ଥିବା ବେଳେ ଏହାର ଇନ୍ଧନ ଯାହା ବଂଚିବ, ସେଥିରେ ଏହା ଆଉ ଏକ ବର୍ଷ କାମ କରି ପାରିବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ ।