ଚନ୍ଦ୍ରାୟନ-୨ ନେଇ ବଡ଼ ସୂଚନା ଦେଲେ ଇସ୍ରୋ ମୁଖ୍ୟ । କହିଲେ, ୯୫% ସଫଳ ହୋଇଛି ଚନ୍ଦ୍ରୟାନ-୨, ଚନ୍ଦ୍ରର କକ୍ଷରେ ପଥରେ ଅବସ୍ଥାପିତ ହୋଇଛି ଅର୍ବିଟର ।

1,586

କନକ ବ୍ୟୁରୋ: ବିଫଳ ହୋଇନି ମିଶନ୍ ମୁନ୍ । ଚନ୍ଦ୍ରାୟନ-୨ ନେଇ ବଡ଼ ସୂଚନା ଦେଲା ଇସ୍ରୋ । ଚନ୍ଦ୍ରଯାନ-୨ର ୯୫ ପ୍ରତିଶତ ଅଶଂ ସୁରକ୍ଷିତ ରହିଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ୍ । ଏପରିକି ଚନ୍ଦ୍ରର କକ୍ଷରେ ଅବସ୍ଥାପିତ ହୋଇ ସାରିଛି ଅର୍ବିଟର ଦମ୍ଭୋକ୍ତି ବାଢ଼ିଛନ୍ତି ଇସ୍ରୋ ମୁଖ୍ୟ । ତେବେ ଏହି ଅର୍ବିଟର ଆଗାମୀ ସାଢ଼େ ୭ ବର୍ଷ ପର୍ଯ୍ୟନ୍ତ ଚନ୍ଦ୍ରର କକ୍ଷ ପଥରେ କାମ କରି ପାରିବ ।

ଅନ୍ୟପଟେ ଚନ୍ଦ୍ର ପୃଷ୍ଠରୁ ଠିକ୍ ୨.୧ କିମି ଦୂରରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଚନ୍ଦ୍ରାୟନ-୨ ଲ୍ୟାଣ୍ଡ ବିକ୍ରମ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଜାରି ରହିଛି । ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଲ୍ୟାଣ୍ଡର ସହିତ ଯୋଗାଯୋଗ ପ୍ରକ୍ରିୟା ଜାରି ରଖିବ ଇସ୍ରୋ । ତେବେ କକ୍ଷପଥରେ ସୁରକ୍ଷିତ ଭାବେ ଅବସ୍ଥାପିତ ହୋଇଥିବା ଚନ୍ଦ୍ରାୟନ-୨ର ଅର୍ବିଟର ପାଇଁ ମିଶନ ମୁନ୍ ୯୫% ସଫଳ ହୋଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଇସ୍ରୋର ଅବଶିଷ୍ଟ ମିଶନ୍ ସମୟାନୁସାରେ କରାଯିବ । ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଇସ୍ରୋ ମୁଖ୍ୟ । କହିଛନ୍ତି, ପ୍ରଧାନମନ୍ତ୍ରୀ ହେଉଛନ୍ତି ଆମପାଇଁ ପ୍ରେରଣାର ଉତ୍ସ । ତାଙ୍କ ପ୍ରତିଟି କଥା ଆମ ପାଇଁ ଉତ୍ସାହପ୍ରଦ । ଶେଷରେ ଦେଶବାସୀଙ୍କୁ ଧନ୍ୟବାଦ ଦେବା ସହ ଏଭଳି ଉଦ୍ୟମ ଆଗକୁ ଜାରି ରହିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ।