ଓଡ଼ିଶାରେ ଇସ୍ରୋ ମୁଖ୍ୟ କେ.ଶିବନ୍ : କହିଲେ, ୯୮ ପ୍ରତିଶତ ସଫଳ ହୋଇଛି ଚନ୍ଦ୍ରଯାନ-୨ 

1,254
କନକ ବ୍ୟୁରୋ : ଓଡ଼ିଶାରେ ଇସ୍ରୋ ମୁଖ୍ୟ । ଭୁବନେଶ୍ୱର ପହଞ୍ଚିଲେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବନ । ତେବେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଚନ୍ଦ୍ରାୟନ-୨ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି କେ . ଶିବନ୍ । ଲାଣ୍ଡର ବିକ୍ରମ ସହ ଏଯାଏଁ ଯୋଗଯୋଗ ସମ୍ଭବ ହୋଇପାରିନାହିଁ ।  ବିକ୍ରମ ସହ ତ୍ରୁଟି କେଉଁଠି ରହିଗଲା, ତାହାର ଅନୁସନ୍ଧାନ କରିବା ସହ ଚନ୍ଦ୍ରଯାନ-୨ ଅଭିଯାନ ୯୮ ପ୍ରତିଶତ ସଫଳ ହୋଇଛି ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ଲାଣ୍ଡର ବିକ୍ରମ ସହ ଯୋଗଯୋଗ କରିବା ପାଇଁ ସମସ୍ତ ଚେଷ୍ଟା ଇସ୍ରୋ ପକ୍ଷରୁ ଜାରି ରହିଛି । ଚନ୍ଦ୍ରଯାନ ପରେ ଏବେ ଗଗନଯାନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଥିବା ସେ କହିଛନ୍ତି ।
ଭୁବନେଶ୍ୱର ଆଇଆଇଟିର ଅଷ୍ଟମ ସମାବର୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କେ ଶିବନ୍  । ଏହି ଅବସରରେ ଆଇଆଇଟିରେ ଦୀକ୍ଷାନ୍ତ ଭାଷଣ ଦେବେ । ଚନ୍ଦ୍ରଯାନ-୨ ଅଭିଯାନର ମୁଖ୍ୟ ଥିବା କେ ଶିବନଙ୍କୁ ପାଖରେ ପାଇବା  ଏବଂ ତାଙ୍କଠାରୁ କିଛି ଶୁଣିବା ପାଇଁ ଆଇଆଇଟିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଜଟଣୀ ଅରୁଗୁଳ ସ୍ଥିତ କ୍ୟାମ୍ପସରେ ପୂର୍ବାହ୍ନ ୧୧ଟାର ହେବାକୁ ଥିବା ଏହି ଉତ୍ସବରେ ୩ ଜଣଙ୍କୁ ସ୍ୱର୍ଣ୍ଣ ପଦକଓ ୧୫ ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯିବ । କାର୍ଯ୍ୟକ୍ରମ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  ।