ଚନ୍ଦ୍ରରୁ ହିଲିୟମ୍-୩ ଆଣିବ ଭାରତ ! ୨୫୦ ବର୍ଷ ପର୍ଯ୍ୟନ୍ତ ରହିବନି ଶକ୍ତିର ଅଭାବ ।

32

ଉର୍ଜ୍ଜା ସମ୍ବନ୍ଧୀୟ ଆବଶ୍ୟକତାକୁ ପୁରା କରିବା ପାଇଁ ଚନ୍ଦ୍ରର ଦକ୍ଷିଣ ପାଶ୍ୱର୍ରେ ହିଲିୟମ-୩ କୁ ଖୋଜିବାକୁ ଯାଉଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) । ଦୁନିଆର କେତେକ ବ୍ୟକ୍ତିଗତ ଏବଂ ସାର୍ବଜନିନ ଅନ୍ତରୀକ୍ଷ ସଂଗଠନ ମଧ୍ୟ ଚନ୍ଦ୍ରରେ ହିଲିୟମ ଏବଂ ପାଣିର ଖୋଜ୍ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

ହିଲିୟମ-୩ ଖୋଜିବାରେ ନେତୃତ୍ୱ ଗ୍ରହଣ କରିବ ଭାରତ :

ଇସ୍ରୋ ଅଧ୍ୟକ୍ଷ ଏବଂ ଅନ୍ତରୀକ୍ଷ ବିଭାଗର ସଚିବ ଡ. ସିବନଙ୍କ କହିବା ଅନୁସାରେ, ଯେଉଁ ଦେଶ ପାଖରେ ଚନ୍ଦ୍ରରୁ ଏହି ସ୍ରୋତକୁ ଆଣି ପାରିବାର କ୍ଷମତା ଅଛି ସେହି ଦେଶ ଏହି ପ୍ରକ୍ରିଆରେ ନିଜର ପ୍ରଭୁତ୍ୱ ବଜାୟ ରଖିପାରିବେ । ସେ ଏହା ମଧ୍ୟ କହିଛନ୍ତି, ଆମେ ଚାହୁଁଛୁ ଏହି ପ୍ରକ୍ରିଆରେ ଭାରତ ଏହାର ନେତୃତ୍ୱ ନେଉ । ଆସନ୍ତା ଅକ୍ଟୋବର ମାସରେ ଇସ୍ରୋ ଏକ ରୋବର ଏବଂ ପ୍ରୋବ ମିଶନ ଲଞ୍ଚ କରିବ, ଯାହା ଚନ୍ଦ୍ରରେ ଥିବା ମାଟି ଏବଂ ପାଣିର ନମୁନାକୁ ଏକତ୍ରିତ କରି ଏହାର ବିଶ୍ଲେଷଣ ପାଇଁ ବୈଜ୍ଞନିକ ମାନଙ୍କୁ ପ୍ରଦାନ କରିବ ।

୨୫୦ ବର୍ଷ ପର୍ଯ୍ୟନ୍ତ ଆବଶ୍ୟକତା ପୁରା କରିବ ଏହି କ୍ଷମତା :

ନାସାର ପରାମର୍ଶଦାତା ମଣ୍ଡଳର ସଦସ୍ୟ ଗେରାଲ୍ଡ କୁସିଂସକୀଙ୍କ ମତରେ, ପ୍ରାୟ ୧୦ ଲକ୍ଷ ମେଟ୍ରିକ ଟନ୍ ହିଲିୟମ-୩ ଚନ୍ଦ୍ରରେ ଉପଲବ୍ଧ ରହିଛି । ଯାହାର ଏକ ଚତୁର୍ଥାଂଶ ପୃଥିବୀ ପୃଷ୍ଠକୁ ଅଣାଯାଇ ପାରିବ । ସେ ଏହା ମଧ୍ୟ କହିଛନ୍ତି ପୃଥିବୀର ଚୁମ୍ଭକୀୟ ଶକ୍ତି ଏହାକୁ ପୃଥିବୀ ପୃଷ୍ଠକୁ ଆସିବାରେ ବାଧା ସୃଷ୍ଟି କରୁଛି । କିନ୍ତୁ ଚନ୍ଦ୍ରରେ ଏପରି କିଛି ବାଧା ନଥିବାରୁ ଚନ୍ଦ୍ରପୃଷ୍ଠ ବହୁ ବର୍ଷରୁ ହିଲିୟମକୁ ଶୋଷଣ କରି ରଖୁଛି । ତେଣୁ ବିଶେଷଜ୍ଞଙ୍କ କହିବା ଅନୁସାରେ ଚନ୍ଦ୍ରରେ ଏତେ ମାତ୍ରାରେ ହିଲିୟମ-୩ ରହିଛି ଯାହା ୨୫୦ ବର୍ଷ ପର୍ଯ୍ୟନ୍ତ ପୃଥିବୀର ଆବଶ୍ୟକୀୟ ଉର୍ଜ୍ଜାକୁ ଭରଣ କରିପାରିବ ।

ଚନ୍ଦ୍ରରେ ହିଲିୟମର ଉପସ୍ଥିତିକୁ ବିଶ୍ୱ ବିକ୍ଷାତ ଭୁବିଜ୍ଞାନୀ ହେରିସନ ଶ୍ମିଥ, ୧୯୭୨ ମସିହାରେ ଅପୋଲୋ ୧୭ ମିଶନରୁ ଫେରିବା ପରେ ଅବଗତ କରାଇଥିଲେ । ଯଦି ହିଲିୟମ-୩କୁ ପର୍ଯ୍ୟାପ୍ତ ପରିମାଣରେ ଖନନ ଏବଂ ଅଳ୍ପ ଖର୍ଚ୍ଚରେ ପରିବହନ କରାଯାଇପାରିବ ତେବେ ଏହା ଶକ୍ତିର ଏକ ଆକର୍ଷଣୀୟ ବିକଳ୍ପ ହୋଇପାରିବ ।