ଆତଙ୍କବାଦୀ ବିରୋଧୀ ଭାରତର ଆଭିମୁଖ୍ୟକୁ ଇସ୍ରାଏଲର ସମର୍ଥନ । ଦେଶର ସୁରକ୍ଷା ପାଇଁ ସୀମାରେ ଆତଙ୍କବାଦୀକୁ ରୋକିବା ଭାରତର ଅଧିକାର

14

କନକ ବ୍ୟୁରୋ : ଭାରତ ନିଜ ଦେଶର ସୁରକ୍ଷା ପାଇଁ ସୀମାରେ ଆତଙ୍କବାଦୀଙ୍କୁ ନିହତ କରିପାରିବ । ଭାରତ ଗସ୍ତରେ ଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ ଏହି ମନ୍ତବ୍ୟ ଦେଇଛନ୍ତି । ଦେଶର ସୁରକ୍ଷା ପାଇଁ ଭାରତ ବିଭିନ୍ନ ପଦକ୍ଷେପ ନେଉଛି । ଭାରତ ନିଜ ସୁରକ୍ଷା ପାଇଁ ସୀମା ପାର ଆତଙ୍କବାଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ଏବଂ ଏହା ଭାରତର ସୁରକ୍ଷା ଅଧିକାର ବୋଲି କହିଛନ୍ତି ନେତନ୍ୟାହୁ ।

ତେବେ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏହା କହିଛନ୍ତି । ଏହାସହ ଇସ୍ରାଲଏ କଣ ଏପରି ଏକ ଦେଶକୁ ସମର୍ଥନ ଜଣାଇବ କି ବୋଲି ପଚରାଯିବାରୁ ମଧ୍ୟ ସେ ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ, ଭାରତ ଓ ଇସ୍ରାଏଲ ମଧ୍ୟରେ ଭଲ ବୁଝାମଣା ରହିଛି ଏବଂ ସେ ଭାବୁନାହାନ୍ତି ଯେ ଏହାପରେ କିଛି କହିବା ଆବଶ୍ୟକ ବୋଲି କହିଛନ୍ତି ନେତନ୍ୟାହୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ନାଁ ଇସ୍ରାଏଲର ଶତ୍ରୁ, ନା ଇସ୍ରାଏଲ, ପାକିସ୍ତାନର ଶତ୍ରୁ । କୌଣସି ଦେଶ ଆମର ଶତ୍ରୁ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।