ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତନ୍ୟାହୁ : ଆର୍ମି କମାଣ୍ଡରରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ

22

benjaminଏବେ ଖୁବ୍ ଚର୍ଚ୍ଚାରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ଏହାର କାରଣ ମୋଦି ଓ ନେତନ୍ୟାହୁଙ୍କ ସାକ୍ଷାତ୍ । ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ବନ୍ଧୁ ବୋଲି କହିଛନ୍ତି । ଆଉ ମୋଦି ମଧ୍ୟ ତାଙ୍କୁ ବନ୍ଧୁ ଭାବେ ସମ୍ବୋଧନ କରିଛନ୍ତି । ତଳ ସ୍ତରରୁ ଦେଶର ପ୍ରଧାନମନ୍ତ୍ରୀ ହେବା ଯାଏ ଦୁଇ ଜଣଙ୍କର କାହାଣୀ ଖୁବ୍ ସଂଘର୍ଷମୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ତ ଜାଣିଛେ । ଏବେ ଆସନ୍ତୁ ଜାଣିବା ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତନ୍ୟାହୁ କେମିତି ହୋଇଛନ୍ତି ନିଜ ଦେଶର ପ୍ରଧାନମନ୍ତ୍ରୀ ।

ବେଂଜାମିନ୍ ନେତନ୍ୟାହୁ ଇସ୍ରାଏଲରେ ୪ର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନ ସମ୍ଭାଳିଛନ୍ତି । ସେ ଇସ୍ରାଏଲରେ ସବୁଠୁ ଅଧିକା ସମୟ ଧରି ଶାସନ ଗାଦିରେ ବସିବାର ରେକର୍ଡ ବନେଇଛନ୍ତି । ଲୋକଙ୍କର ହୋଇଛନ୍ତି ପ୍ରିୟଭାଜନ । ଏହି ଚତୁର ଓ ଅଭିଜ୍ଞ ରାଜନେତା ୨୦୧୪ରେ ଶେଷ ମୁହୂର୍ତ୍ତରେ ଅଚାନକ ନିର୍ବାଚନ ଘୋଷଣା କରିଦେଇଥିଲେ । ଓପନିୟନ୍ ପୋଲ୍ ରେ ଖରାପ ସ୍ଥିତି ସତ୍ତ୍ୱେ ସେ ନାଟକୀୟ ଢଙ୍ଗରେ ଜିତିଥିଲେ ନିର୍ବାଚନ ।

netaନେତନ୍ୟାହୁଙ୍କ ମିଲିଟାରୀ ରେକର୍ଡ-
ବେଂଜାମିନ୍ ନେତନ୍ୟାହୁଙ୍କ ଜନ୍ମ ୧୯୪୯ରେ ତେଲ ଅବିବରେ ହୋଇଥିଲେ । ୧୯୬୩ରେ ସେ ପରିବାର ସହ ଆମେରିକା ଚାଲିଯାଇଥିଲେ । ସେଠାରେ ତାଙ୍କ ପିତା ବେଂଜିଆନଙ୍କୁ ଏକ ଏକାଡେମିକ୍ ପୋଷ୍ଟ ଅଫର କରାଯାଇଥିଲା । ୧୮ ବର୍ଷ ବୟସରେ ନେତନ୍ୟାହୁ ଇସ୍ରାଏଲ ଫେରିଆସିଥିଲେ ଏବଂ ସେଠାରେ ସେ ୫ବର୍ଷ ଆର୍ମିରେ ବିତେଇଲେ । ଏକ କମୋଣ୍ଡୋ ୟୁନିଟର କ୍ୟାପଟେନ ହୋଇଥିଲେ । ନେତନ୍ୟାହୁ ୧୯୬୮ରେ ବେରୁତ ଏୟାରପୋର୍ଟରେ ହୋଇଥିବା ଏକ ଅପରେସନରେ ସାମିଲ ଥିଲେ । ଏହା ସହ ସେ ୧୯୭୩ରେ ମଧ୍ୟ-ପୂର୍ବର ଯୁଦ୍ଧ ମଧ୍ୟ ସେ ଲଢିଛନ୍ତି । ଆର୍ମି ସର୍ଭିସ୍ ସରିବା ପରେ ନେତନ୍ୟାହୁ ପୁଣି ଆମେରିକା ଚାଲିଯାଇଥିଲେ । ସେଠାରେ ମାସାଚୁସେଟ୍ସ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ବ୍ୟାଚଲର ଓ ମାଷ୍ଟର ଡିଗ୍ରୀ ପଢିଲେ ।

୧୯୭୬ରେ ଏକ ଅପହୃତ ବିମାନକୁ ରକ୍ଷା କରିବାକୁ ଯାଇ ନେତନ୍ୟାହୁଙ୍କ ଭାଇ ଜୋନାଥନ ଏକ ଅଭିଯାନରେ ସାମିଲ ହୋଇଥିଲେ । ଏହି ଅଭିଯାନରେ ୟୁଗାଣ୍ଡାର ଏନ୍ତେବେ ଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଭାଇ ଜୋନାଥନଙ୍କ ମୃତ୍ୟୁର ଗଭୀର ପ୍ରଭାବ ନେତନ୍ୟାହୁଙ୍କ ପରିବାର ଉପରେ ପଡିଥିଲା । ତାଙ୍କ ଭାଇଙ୍କ ନାଁ ଇସ୍ରାଏଲର ମହାନ ବ୍ୟକ୍ତିଙ୍କ ସ୍ଥାନରେ ସାମିଲ ହୋଇଗଲା । ନେତନ୍ୟାହୁ ନିଜ ଭାଇଙ୍କ ସ୍ମୃତିରେ ଏକ ଆତଙ୍କବାଦୀ ବିରୋଧି ସଂସ୍ଥା ସ୍ଥାପନ କଲେ । ଏହି କାରଣରୁ ଆମେରିକାରେ ଇସ୍ରାଏଲର ରାଜଦୂତ ଓ ଭବିଷ୍ୟତର ବିଦେଶ ମନ୍ତ୍ରୀ ମୋଶେ ଏରେନ୍ସଙ୍କ ଧ୍ୟାନ ତାଙ୍କ ଉପରେ ପଡିଲା । ୧୯୮୨ରେ ଏରେନ୍ସ ନେତନ୍ୟାହୁଙ୍କୁ ୱାଶିଂଟନରେ ତାଙ୍କର ଡେପୁଟି ଚିଫ୍ ଅଫ୍ ମିଶନ ନି୍ୁକ୍ତ କରିଥିଲେ । ରାତାରାତି ନେତାନ୍ୟାହୁ ପାଲଟିଗଲେ ଜଣେ ଚିହ୍ନା ମୁହଁ । ଜୀବନ ପାଲଟିଗଲା ସାର୍ବଜନୀନ । ନେତନ୍ୟାହୁ ମଧ୍ୟ ଆମେରିକା ଅନ୍ଦାଜରେ ଇଂରାଜୀ କହିପାରୁଥିଲେ । ଖୁବ୍ ଶୀଘ୍ର ସେ ଆମେରିକାର ଟେଲିଭିଜନରେ ଛାଇ ଗଲେ । ପରିଚିତ ବ୍ୟକ୍ତିତ୍ୱ ପାଲଟିଗଲେ ।

ଏହାପରେ ଗୋଟିଏ ପରେ ଗୋଟିଏ ସିଡି ଚଢିଲେ ନେତନ୍ୟାହୁ । ୧୯୮୪ରେ ନ୍ୟୁୟର୍କରେ ୟୁଏନରେ ଇସ୍ରାଏଲର ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ ହେଲେ । ୧୯୮୮ରେ ଯେତେବେଳେ ସେ ଇସ୍ରାଏଲ ଫେରିଲେ ତ ଦେଶର ରାଜନୀତିରେ ମିଶିଗଲେ । ସଂସଦୀୟ ନିର୍ବାଚନ ଜିତି ବୈଦେଶିକ ମନ୍ତ୍ରୀ ହୋଇଗଲେ । ୧୯୯୨ରେ ସାଧାରଣ ନିର୍ବାଚନରେ ପାର୍ଟିର ପୂର୍ବ ଲିଡର ଲିକୁଡ୍ ହାରିବା ପରେ ସେ ଦଳର ଚେୟାରମ୍ୟାନ ନିଯୁକ୍ତ ହେଲେ । ୧୯୯୬ରେ ସେ ହେଲେ ଇସ୍ରାଏଲର ପ୍ରଥମ ସିଧାସଳଖ ନିର୍ବାଚିତ ପ୍ରଧାନମନ୍ତ୍ରୀ । ଦେଶର ସବୁଠୁ କମ୍ ବୟସର ପ୍ରଧାନମନ୍ତ୍ରୀ ଭାବେ ସେ ଆସନ ଗ୍ରହଣ କରିଥିଲେ । ନେତନ୍ୟାହୁଙ୍କ ପ୍ରଥମ କାର୍ଯ୍ୟକାଳ କମ ସମୟ ଥିଲା । କିନ୍ତୁ ଥିଲା ଖୁବ୍ ନାଟକୀୟ  । ଏହିପରି ଭାବେ ନେତନ୍ୟାହୁ ଆରମ୍ଭ କରିଥିଲେ ନିଜର ରାଜନୈତିକ ଜୀବନ ।
(ସୌଜନ୍ୟ- ବିବିସି ନ୍ୟୁଜ୍ )