ସମୁଦ୍ରର ଲୁଣି ପାଣି ହୋଇଯିବ ମିଠା ! ମୋଦିଙ୍କ ପାଇଁ ଉପହାର ସ୍ୱରୂପ ଇସ୍ରାଏଲରୁ ଆସିଲା ସ୍ୱତନ୍ତ୍ର ଜିପ୍

47

କନକ ବ୍ୟୁରୋ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆଜି ୬ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେପହଞ୍ଚିଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟକୋଲ ଭାଙ୍ଗି ତାଙ୍କୁ ଏୟାରଫୋର୍ସ ଷ୍ଟେସନରେ ସ୍ୱାଗତ କରିଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ଉଭୟ ପରସ୍ପରକୁ ଦୁଇଥର ଆଲିଙ୍ଗନ କରିଥିଲେ । ଯାହା ଦୁଇଦେଶ ମଧ୍ୟରେ ଥିବା ଗଭୀର ବନ୍ଧୁତାକୁ ସୂଚାଇଥିଲା । ବେଞ୍ଜାମିନ ନିଜ ପତ୍ନୀଙ୍କ ସହ ଭାରତ ଗସ୍ତରେ ଆସିଛନ୍ତି । ୧୪ ବର୍ଷ ପରେ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି । ତେବେ ଭାରତ ଗସ୍ତରେ ବେଞ୍ଜାମିନ ଆସିବା ପୂର୍ବରୁ ମୋଦି ଟ୍ୱିଟ୍ କରି ବେଞ୍ଜାମିନଙ୍କ ଏହି ଗସ୍ତକୁ ଐତିହାସିକ ବୋଲି ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ନେତନ୍ୟାହୁଙ୍କୁ ସ୍ୱାଗତ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଭାରତରେ ଆପଣଙ୍କୁ ସ୍ୱାଗତ । ଆପଣଙ୍କ ଭାରତ ଗସ୍ତ ଐତିହାସିକ ଓ ସ୍ୱତନ୍ତ୍ର । ଏହା ଦୁଇଦେଶର ସଂପର୍କକୁ ସୁଦୃଢ କରିବ । ଏହାର ଜବାବରେ ନେତନ୍ୟାହୁ ଲେଖିଛନ୍ତି ଭବ୍ୟ ସ୍ୱାଗତ ପାଇଁ ମୋର ପ୍ରିୟ ବନ୍ଧୁଙ୍କୁ ଆନ୍ତରିକ ଧନ୍ୟବାଦ ।

DTfSrLYU0AE__sRଏହାଛଡା ବେଞ୍ଜାମିନ ନିଜର ପ୍ରଥମ ଭାରତ ଗସ୍ତରେ ୧୩୦ ଜଣ ବ୍ୟବସାୟିକ ପ୍ରତିନିଧିମଣ୍ଡଳି ସାଙ୍ଗରେ ଧରି ଆସିଛନ୍ତି । ତେଣୁ ବେଞ୍ଜାମିନଙ୍କ ଏହି ଗସ୍ତରେ ପ୍ରତିରକ୍ଷା, କୃଷି, ଜଳ ସରଂକ୍ଷଣ,ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସହ ଚୁକ୍ତି ହୋଇପାରେ । ତେବେ ମୋଦିଙ୍କ ଘନିଷ୍ଠ ବନ୍ଧୁ ଭାବେ ଜଣାଶୁଣା ନେତ୍ୟାନାହୁ ଭାରତ ଆସିବା ସହ ସାଙ୍ଗରେ କିଛି ମୂଲ୍ୟବାନ ଉପହାର ମଧ୍ୟ ଆଣିଛନ୍ତି । ଯାହାକୁ ସେ ମୋଦିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବେ । ନେତ୍ୟାନାହୁ ଭାରତ ଆସିବା ପୂର୍ବରୁ ଏହି ଉପହାରଟି ଭାରତକୁ ପଠାଯାଇଛି । ମୋଦିଙ୍କ ପାଇଁ ନେତ୍ୟାନାହୁ ଏକ ସ୍ୱତନ୍ତ୍ର ଜିପ ଉପହାର ଆଣିଛନ୍ତି ।ତେବେ ଏହି ସ୍ୱତନ୍ତ୍ର ଜିପର ଅନେକ ବିଶେଷତ୍ୱ ରହିଛି ।

୨୦୧୭ରେ ଇସ୍ରାଏଲ ଗସ୍ତରେ ମୋଦି ଯାଇଥିବା ବେଳେ ନେତ୍ୟାନାହୁଙ୍କ ସାଙ୍ଗରେ ଏଭଳି ସ୍ୱତନ୍ତ୍ର ଜିପରେ ବସି ସମୁଦ୍ର ବେଳାଭୂମି ବୁଲିଥିଲେ । ନେତନ୍ୟାହୁ ଏହି ଜିପକୁ ଚଳାଉଥିବା ବେଳେ ମୋଦି ପାଖରେ ବସିଥିଲେ । ତେବେ ଏହି ଜିପର ଖାସ ବିଶେଷତ୍ୱ ହେଲା, ସମୁଦ୍ରର ଖାର ପାଣିକୁ ମଧ୍ୟ ଏହି ଜିପ ମଧୁର ପାଣିରେ ପରିଣତ କରିପାରିବ । ଏପରିକି ଏହି ଜିପ ସାହାଯ୍ୟରେ ସମୁଦ୍ରର ଖାର ପାଣିରୁ ପ୍ରସ୍ତୁତ ହୋଇଥିବା ମଧୁର ପାଣିକୁ ନରେନ୍ଦ୍ର ମୋଦି ମଧ୍ୟ ପିଇଥିଲେ । ଏହାଛଡା ଏହାର ନମୂନା ମଧ୍ୟ ଦେଖିଥିଲେ । ଏହି ଜିପ ଭାରତକୁ ଆସିବା ଦ୍ୱାରା କିଛି ମାତ୍ରାରେ ଜଳକଷ୍ଟ ଦୂର କରାଯାଇପାରିବ ।

modi-1ଇସ୍ରାଏଲରେ ନିର୍ମିତ ଏହି ସ୍ୱତନ୍ତ୍ର ଜିପର ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା । ଏହି ଜିପଟି ମୋବାଇଲ ଜିପ ଭଳି କାମ କରିବ । ଅଥାର୍ତ ଏହି ଜିପକୁ ଯେକୌଣସି ସ୍ଥାନକୁ ଚାହିଁଲେ ନିଆଯାଇପାରିବ ଏବଂ ଏହାକୁ କୌଣସି ସ୍ଥାନରେ ସ୍ଥାୟୀ ଭାବେ ସେଟ-ଅପ କରିବାର ଆବଶ୍ୟକତା ନାହିଁ । ଏହାଛଡା ଏହି ଜିପଟି ସ୍ୱୟଂଚାଳିତ ତେଣୁ ଏହାକୁ ଚଳାଇବାରେ କୌଣସି ଅସୁବିଧା ଦେଖାଦେବ ନାହିଁ । ଏହି ଅତ୍ୟାଧୁନିକ ଜିପଟିର ଓଜନ ୧୫୪୦ କିଲୋ । ତେଣୁ ଏହାକୁ ଟ୍ରାନ୍ସପୋର୍ଟ କରିବା ବେଳେ କୌଣସି ଅସୁବିଧା ଦେଖାଦେବ ନାହିଁ ।
ଏହି ସ୍ୱତନ୍ତ୍ର ମେସିନ ନଦୀ, ଝରଣା, ମହାସାଗର, କୂଅ ,ସମୁଦ୍ରରୁ ଅପରିଷ୍କାର ପାଣି ନେଇ ଏହାକୁ ପାନୀୟ ଉପଯୋଗୀ ଜଳରେ ପରିଣତ କରିପାରିବ । ଏପରିକି ଏଥିରେ ବିଶୁଦ୍ଧୀକରଣ କରାଯାଉଥିବା ଜଳ ଡବ ର ଜଳ ଭଳି ହୋଇଥାଏ । ତେଣୁ ଏହି ଜଳକୁ ଜଣେ ଚିନ୍ତା ନକରି ପିଇପାରିବ । ଏହି ଜିପର ଆଉ ଏକ ସ୍ୱତନ୍ତ୍ରତା ହେଲା, ଏହାକୁ ଥରେ ସେଟ ଅପ କରିବା ପରେ ଏଥିରେ ଆଉ ଅଧିକ ଖର୍ଚ୍ଚ କରିବାକୁ ପଡିନଥାଏ । ଏପରିକି ଜଳ ବିଶୁଦ୍ଧିକରଣୀ ପାଇଁ ଜିପଟି ଆପଣାଛାଏଁ ବିଜୁଳି ଉତ୍ପାଦନ କରିଥାଏ ।

Modi in Israelସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାକୁ ଯେକୌଣସି ପାଗରେ ମଧ୍ୟ ନିଆଯାଇପାରିବ । ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ଯାଉଥିବା ଏହି ଜିପକୁ ସ୍ଥାପନ କରିବା ପାଇଁ ପାଖାପାଖି ଅଧଘଣ୍ଟା ସମୟ ଲାଗିଥାଏ । ଏପରିକି ଏହାକୁ ସାଧାରଣ ଲୋକ ମଧ୍ୟ ଅପରେଟ କରିପାରିବେ ।ଏହି ସ୍ୱତନ୍ତ୍ର ମେସିନରେ ସର୍ବାଧିକ ୧୦,୦୦୦ ଲିଟର ପାଣି ଷ୍ଟୋର କରାଯାଇପାରିବ ।

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ବହୁ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟତଃ ପ୍ରତିରକ୍ଷା, ଜଳ ସଂରକ୍ଷଣ, କୃଷି, ଆଭ୍ୟନ୍ତରୀଣ ସୁରକ୍ଷା ଆଦି ବିଷୟ ଗୁରୁତ୍ୱ ପାଇବ ବୋଲି ସୂଚନା ମିଳିଛି । ଇସ୍ରାଏଲ ଓ ଭାରତ କୂଟନୈତିକ ସଂପର୍କର ୨୫ତମ ବର୍ଷ ପୂର୍ତି ଉତ୍ସବରେ ମୋଦି ଓ ନେତନ୍ୟାହୁ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ଏହା ପ୍ରଥମ ଭାରତ ଗସ୍ତ ହୋଇଥିବା ବେଳେ ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଗସ୍ତ କରିଥିଲେ । ଆସନ୍ତାକାଲି ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଶିଖର ସ୍ତରୀୟ ଆଲୋଚନା ହେବ । ଏହା ସହ ଇସ୍ରାଏଲର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟସୂଚୀ ରହିଛି । ଏହି ଗସ୍ତ ଦୁଇ ଦେଶ ପାଇଁ ଏକାଧିକ କାରଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

– ଭାରତ ଗସ୍ତ କରି ଇସ୍ରାଏଲ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର ସହ ତାର ସଂପର୍କ ସୁଦୃଢ ବୋଲି ବିରୋଧୀଙ୍କୁ ଦେଖାଇବାକୁ ଚାହୁଁଛି ।
– ଇସ୍ରାଏଲ-ଭାରତ ବନ୍ଧୁତା ମଧ୍ୟ ପ୍ରାଚ୍ୟ ଓ ଏସିଆର ଅନ୍ୟ ଦେଶ ସହ କୁଟନୈତିକ ସଂପର୍କ ବୃଦ୍ଧିର ମାଧ୍ୟମ ହୋଇପାରିବ
– ଭାରତ ଇସ୍ରାଏଲ ସହ ଏକ ବଡ ପ୍ରତିରକ୍ଷା ଚୁକ୍ତିର ସମ୍ଭାବନା ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆକୁ ଇସ୍ରାଏଲର ସମର୍ଥନ ମିଳିବ । ଫଳରେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ସଂପର୍କ ବଢିବାର ସମ୍ଭାବନା ରହିଛି ।
– କୃଷି ଓ ସୂଚନା- ପ୍ରଯୁକ୍ତି କ୍ଷେତ୍ରରେ ବୁଝାମଣା ଦୁଇଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ
– ବିଶ୍ୱ ଅର୍ଥନୀତିରେ ଭାରତ ଏକ ବଡ ଅର୍ଥନୀତି ହୋଇଥିବା ବେଳେ ଇସ୍ରାଏଲର ବାୟୁଶକ୍ତି ଓ ପ୍ରତିରକ୍ଷା ଏହାର ଫାଇଦା ନେବାକୁ ଉଦ୍ୟମ କରିବ