ଶେଷ ଶୋ’ର ଶେଷ ଶବ୍ଦ ! ବନ୍ଦ ହେବ ଆମ ଚ୍ୟାନେଲ୍ . .

41

ଗତ କିଛି ଦିନ ତଳେ ଛତିଶଗଡର ଜଣେ ଟେଲିଭିଜନ୍ ଆଙ୍କର୍ ନିଜ ସ୍ୱାମୀଙ୍କ ମୃତ୍ୟୁ ଖବର ଟିଭି ପରଦାରେ ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଥିଲେ । ଆଉ ଏବେ ପୁଣି ଜଣେ ଆଙ୍କର୍ ଚର୍ଚ୍ଚାରେ । ହେଲେ ଏଥର ଘଟଣା ହେଉଛି ଅଲଗା । ନ୍ୟୁଜ୍ ପଢିବା ସମୟରେ ହଠାତ୍ ଆଙ୍କର୍ ଜଣକ ଜାଣିବାକୁ ପାଇଲେ ଏହା ହେଉଛି ତାଙ୍କର ଶେଷ ପ୍ରୋଗ୍ରାମ୍ । କାରଣ ସରକାର ନିର୍ଦେଶ ଦେଇଛନ୍ତି ଉକ୍ତ ଚ୍ୟାନେଲକୁ ବନ୍ଦ କରିବାକୁ । ଘଟଣାଟି ଘଟିଛି ଇସ୍ରାଏଲରେ ।

ପ୍ରସାରଣ ସମୟରେ ଏହି ଖବର ଆସିଥିବାରୁ ନିଜ ଭାବପ୍ରବଣକୁ ଚାପି ରଖି ଉପସ୍ଥାପିକା ଗେଉଲା ନିଜ କର୍ତ୍ତବ୍ୟ ପାଳନ କରିଥିଲେ । ଆଉ ନିଜ ଚ୍ୟାନେଲ୍ ବନ୍ଦ ହେବାର ଖବର ବ୍ରେକିଂ ନ୍ୟୁଜ୍ ଭାବରେ ପଢିଥିଲେ । ଆଜି ରାତି ହେଉଛି ଆମ ଚ୍ୟାନେଲ ପାଇଁ ଶେଷ ରାତି, ଆମେ କୌଣସି ନ୍ୟୁଜ୍ କାର୍ଯ୍ୟକ୍ରମ ଦେଖାଇବୁ ନାହିଁ । ଏହା ହେଉଛି ଆମ ଶେଷ କାର୍ଯ୍ୟକ୍ରମ । ଥରିଲା କଣ୍ଠରେ ନ୍ୟୁଜ୍ ଆଙ୍କର ଜଣକ ଏହି ଘୋଷଣା କରିଥିଲେ । ଏବଂ ଆଙ୍କର ଜଣକ କହିଚାଲିଥିଲେ, ଏହି ନିଷ୍ପତି ଫଳରେ ଅନେକ କର୍ମଚାରୀ ଚାକିରି ହରାଇବା ପାଇଁ ଯାଉଛନ୍ତି । ମୁଁ ଆଶା କରୁଛି ସେମାନେ ନୂଆ ଚାକିରି ପାଇବେ ଏବଂ ଜନସାଧାରଣଙ୍କ ପାଇଁ ଉଦିଷ୍ଟ ପ୍ରସାରଣ ସେବା ଆଗରୁ ସଂବୃଦ୍ଧ ହେବ ।

୫୫ ସେକେଣ୍ଡର ଏହି ଭିଡିଓଟି ଇଜରାଏଲର ଚ୍ୟାନେଲ ୱାନର ଫେସବୁକ୍ ପୃଷ୍ଟାରେ ସ୍ଥାନ ପାଇଛି । ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏହି ଭିଡିଓଟି ଦେଖୁଛନ୍ତି । ବିବିସି କହିଛି- ଚ୍ୟାନେଲ ବନ୍ଦ ହେବାର ଖବର ଜାଣିଥିଲେ ସୁଦ୍ଧା । ଏତେ ଶୀଘ୍ର ଏହି ନିଷ୍ପତି ହେବ ବୋଲି କେହି ଜାଣିନଥିଲେ । ଶେଷ ରାତିର ଖବରକୁ କର୍ମଚାରୀମାନେ ଲୁହପୁର୍ଣ୍ଣ ଆଖିରେ ଜାତୀୟ ସଂଗୀତ ଗାଇବା ଭିତରେ ଶେଷ କରିଥିଲେ । ସେହି ଦିନର ଏହି ବ୍ରେକିଂ ନ୍ୟୁଜ୍ ଚ୍ୟାନେଲର କର୍ମକର୍ତାଙ୍କ ପାଇଁ ଉଦିଷ୍ଟ ଥିଲା । ନ୍ୟୁଜ୍ ପଢିବା ସମୟରେ ଗେଉଲାଙ୍କ କଷ୍ଟ ତାଙ୍କ ଆଖିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା । ନ୍ୟୁଜ୍ ପଢୁ ପଢୁ ଭାଙ୍ଗିପଡିଥିଲେ ଗେଉଲା ।

ଦେଖନ୍ତୁ ଏହି ଭିଡିଓ :