ଏହି ବ୍ୟକ୍ତିଙ୍କ ଅଦ୍ଭୁତ ସଉକ : ନିର୍ମାଣ କଲେ ଲୁଣ-ଲଙ୍କା ଡବାର ସଂଗ୍ରହାଳୟ, ଜାଣନ୍ତୁ କ’ଣ ରହିଛି ଏହି ମ୍ୟୁଜିୟମର ବିଶେଷତ୍ୱ 

144

ଇସ୍ରାଏଲର ହଦେରା ସହରରେ ରହୁଥିବା ଇତନ ବାର ଅନ୍ ନାମକ ଜଣେ ବ୍ୟକ୍ତି ନିଜ ଘରର ପଛ ପାଶ୍ୱର୍ରେ ଏକ ଅଦ୍ଭୁତ ମ୍ରୁଜିୟମ ନିର୍ମାଣ କରିଛନ୍ତି  । ଏଥିରେ ଲୁଣ-ଲଙ୍କା ରଖାଯାଉଥିବା ଡବାର ୩୭ହଜାର ଯୋଡି ରଖିଛନ୍ତି । ଇତନ ତାଙ୍କ ମ୍ୟୁଜିୟମର ନାମ ସଲ୍ଟ ଆଣ୍ଡ ପେପର ମ୍ୟୁଜିୟମ ରଖିଛନ୍ତି ।

ଗିନିଜ୍ ୱାଲର୍ଡ ରେକର୍ଡ ମଧ୍ୟ ଏଭଳି କଲେକ୍ସନକୁ ଦେଖିବା ଓ ରେକର୍ଡରେ ସାମିଲ କରିବାର ଇଚ୍ଛା ପ୍ରକାଶ କରିଛି । ଏଥିପାଇଁ ଗିନିଜର ଅଧିକାରୀ ବି ଅତି ଶୀଘ୍ର ଏହି ମ୍ୟୁଜିୟମକୁ ଆସିବେ । ସୂଚନାଯୋଗ. ୫୮ ବର୍ଷୀୟ ଇତନ ବର୍ଷ ୨୦୧୪ରେ ଭିନ୍ନ ଭିନ୍ନ ପ୍ରକାରର ଡବା ଏକତ୍ରିତ କରିବା ଆରମ୍ଭ କରିଥିଲେ । ତାଙ୍କ କଲେକ୍ସନରେ ସାଣ୍ଟାକ୍ଲଜ୍, କ୍ରିସମସ୍ ଟ୍ରି, ଟଏଲେଟ୍ ସିଟ୍ସ, କେତେକ ପଶୁ, ପାରମ୍ପରିକ ପରିଧାନ ପିନ୍ଧିଥିବା ଲୋକ, ବ୍ରିଟିଶ ରାଣୀ ଏଲିଜାବେଥ୍ ଓ ତାଙ୍କ କୁକୁରର ପ୍ରତିକୃତି ଥିବା ଡବା ସାମିଲ ଅଛି । ଏମଧ୍ୟରୁ ଅନେକ ଡବା ତାଙ୍କୁ ଉପହାର ସ୍ୱରୂପ ଓ ଦାନରେ ମିଳିଛି । ଯେବେକି କିଛି ଡବା ସେ କିଣିଛନ୍ତି ।

ଇତନ କହନ୍ତି କି, ୪୦ ହଜାର ଡବା ହେବାପରେ ସେ ଡବାର କଲେକ୍ସନ କରିବା ବନ୍ଦ କରିଦେବେ । ଏଠି ମୁସଲିମ୍, ଇସାଇ, ଇହୁଦୀ ସମସ୍ତ ସମାଜର ଲୋକ ଆସନ୍ତି ଓ ଦେଖି ଖୁସି ହୋଇଯାଆନ୍ତି ।