ଇସ୍ରାଏଲ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଜୁଲାଇ ୪ରୁ ୬ ଯାଏଁ ମୋଦିଙ୍କ ଗସ୍ତ

24

କନକ ବ୍ୟୁରୋ: ଇସ୍ରାଏଲ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦି ଜୁଲାଇ ୪ରୁ ୬ ଯାଏଁ ଇସ୍ରାଏଲ ଗସ୍ତରେ ଯିବେ । ମୋଦି ଇସ୍ରାଏଲ ଗସ୍ତରେ ଯାଉଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଏୟାରପୋର୍ଟରେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ନେତାନ୍ୟାହୁ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

ଇସ୍ରାଏଲ ଦୂତାବାସ ତରଫରୁ ଜାରି ବୟାନରେ କୁହାଯାଇଛି, ମୋଦିଙ୍କ ଏହି ଗସ୍ତ ଭାରତ ଓ ଇସ୍ରାଏଲର ୨୫ବର୍ଷର ଦ୍ୱିପାକ୍ଷିକ ସଂପର୍କର ପୃଷ୍ଠଭୂମିକୁ ନୂତନ ପରିଚୟ ଦେବ । ଏହା ଉଭୟ ଦେଶ ମଧ୍ୟରେ ଗଢି ଉଠୁଥିବା ସଂପର୍କକୁ ଆହୁରି ସୁଦୃଢ କରିବ । ମୋଦିଙ୍କ ଗସ୍ତ ଅବସରରେ ବୈଷୟିକ ଜ୍ଞାନକୋ÷ଶଳ, କୃଷି, ସ୍ୱାସ୍ଥ୍ୟ , ଏଜୁକେସନ, ସାମରୀକ ସହଯୋଗ, ସ୍ମାର୍ଟସିଟି, ସାଇବର ସିକ୍ୟୁରିଟି ଆଦି ପ୍ରସଙ୍ଗରେ ବୁଝାମଣା ସ୍ୱାକ୍ଷର ହେବାର ସମ୍ଭାବନା ରହିଛି ।