ପୁଲୱାମା ଘଟଣାରେ ପ୍ରତିଶୋଧ ନେବ ଭାରତ କହିବା ପରେ ଡରିଗଲା ପାକିସ୍ତାନ ! ଆଇଏସଆଇ ମସୁଦ ଅଜହରର ବଦଳାଇଦେଲା ଠିକଣା

ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି

204

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ଘଟଣାକୁ ନିନ୍ଦା କରିଯାଇଛି । ଅନେକ ଦେଶ ଭାରତ ଏହି ଆକ୍ରମଣର ପ୍ରତିଶୋଧ ନେବା ଉଚିତ ବୋଲି ମଧ୍ୟ କହିଛନ୍ତି । ତେବେ ପାକିସ୍ତାନ ଏପରି ସମୟରେ ନିଜକୁ ବଞ୍ଚାଇବା ପାଇଁ ବିବ୍ରତ ହୋଇପଡିଛି । ହେଲେ ପାକିସ୍ତାନ ଭାରତ ସହ କଥାବାର୍ତା କରି ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛି । କେବଳ ଏତିକି ନୁହେଁ ବରଂ ଭାରତ ଯଦି ସେହି ଘଟଣାରେ କୌଣସି ପ୍ରମାଣ ଦିଏ ।

ତେବେ ଆତଙ୍କବାଦ କରିଥିବା ସଂଗଠନ ଉପରେ ପାକିସ୍ତାନ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଇମ୍ରାନ କହିଛନ୍ତି । ଏହାସହ ଇମ୍ରାନ କହିଥିଲେ ଯେ, ଭାରତ ଯଦି ଆମ ଦେଶ ଉପରେ ଆକ୍ରମଣ କରେ ତେବେ ପାକିସ୍ତାନ ମଧ୍ୟ ତାହାର ମୁକାବିଲା କରିବ ଓ କଡା ଯବାବ ମଧ୍ୟ ଦେବ । କିନ୍ତୁ ସାରା ବିଶ୍ୱର ଭାରତ ସମବେଦନା ପରେ ଚିନ୍ତାରେ ପଡିଯାଇଛି ପାକିସ୍ତାନ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସେଠାକାର ଗୁଇନ୍ଦା ସଂସ୍ଥା ଆଇଏସଆଇ ଜୈସ-ଏ-ମହମ୍ମଦର ଗ୍ୟାଙ୍ଗଷ୍ଟର ମାସୁଦ ଅଜହରକୁ ଲୁଚାଇଦେଇଛି । ୧୪ ଫେବୃଆରୀରେ ହୋଇଥିବା ପୁଲୱାମା ଆକ୍ରମଣରେ ଭାରତ ନିଜର ୪୦ରୁ ଅଧିକ ଯବାନଙ୍କୁ ହରାଇଥିଲା । ଏହି ଘଟଣାପରେ ପାକ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ସାରା ଦେଶର ଲୋକ ଦାବି କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିସାରିଛନ୍ତି ଯେ, ଆତଙ୍କବାଦୀଙ୍କୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କାରଣ ଭାରତରେ ଯେପରି ଭାବରେ ଉଚ୍ଚସ୍ତରୀୟ ବୈଠକ ଗୃହ ଓ ରକ୍ଷାମନ୍ତ୍ରୀ ସେନା ମୁଖ୍ୟଙ୍କ ସହ କରୁଛନ୍ତି । ତାହାକୁ ଦେଖି ଏବେ ଚିନ୍ତାରେ ରହିଛି ପାକିସ୍ତାନ । ତେଣୁ ମାସୁଦ ଅଜହରକୁ ସୁରକ୍ଷିତ ସ୍ଥାନକୁ ନେଇାଯାଇଛି ପାକିସ୍ତାନ ।