ଜାଲ୍ ନୋଟ୍ ଚାଲ୍ ଖେଳୁଛି ପାକିସ୍ତାନ । କରାଚିରେ ଛପା ଯାଉଛି ୨୦୦୦ ଟଙ୍କିଆ ଜାଲ୍ ନୋଟ୍  । ଦାଉଦ୍-ଆଇଏସଆଇ ଇସାରାରେ ଭାରତକୁ ଆସୁଛି ନକଲି ନୋଟ୍… 

916

କନକ ବ୍ୟୁରୋ: ହୁସିଆର୍ ଜାଲ୍ ନୋଟ ଚାଲ୍ ଖେଳୁଛି ପାକିସ୍ତାନ । ଅସୁରକ୍ଷିତ ହେବାରେ ଲାଗିଛି ୨୦୦୦ ଟଙ୍କିଆ ଭାରତୀୟ ନୋଟ୍ । କରାଚିରେ କାରସାଦି କରି ପାକିସ୍ତାନ ଛାପୁଛି ଏହି ଭାରତୀୟ ନୋଟ୍ । ଆଉ ଏହାକୁ ଭାରତୀୟ ବଜାରକୁ ମଧ୍ୟ ଛାଡ଼ି ଦେଶକୁ ଦେବାଳିଆ କରିବାକୁ ସାଂଘାତିକ ଷଡ଼ଯନ୍ତ୍ର କରିଛି ପାକ୍ । ଏକଥା ଆମେ କହୁନାହୁଁ ବରଂ ଏହାର ଖୁଲାସା କରିଛି ଭାରତୀର ଏକ ଗୁପ୍ତ ଏଜେନ୍ସି । ଯେଉଁଥିରେ ସତର୍କ କରାଯାଇଛି କି ପାକିସ୍ତାନ ଏବେ ଭାରତୀୟ ବଜାରକୁ ନକଲି ୨୦୦୦ ନୋଟ୍ ଛାଡିଛି । ଆଉ ଏଥିରେ ଆଇଏସଆଇର ବଡ଼ ହାତ ରହିଥିବା ସୂତ୍ରରୁ ଜଣାପଡ଼ିଛି ।

ସୂଚନା ମୁତାବକ, ଭାରତର ଏହି ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ୨୦୦୦ ଟଙ୍କିଆ ନୋଟକୁ ପାକିସ୍ତାନର ସହାୟତାରେ କପି କରୁଛି ଆଇଏସଆଇ । ନକଲି ନୋଟରେ ହାଇଟେକ୍ ଅପ୍ଟିକାଲ୍ ଭାରିଏବଲ କାଳିର ବ୍ୟବହାର କରି ଜାଲିଆତି କରୁଛି ପାକ୍ । ଏପରିକି କରାଚିର ମାଲିର୍ ହଲ୍ଟସ୍ଥିତ ଏକ ସରକାରୀ ପ୍ରେସରେ ଏହି ୨୦୦୦ ଟଙ୍କିଆ ଜାଲ୍ ନୋଟ୍ ଛପା ହେଉଥିବା ଖବର ମିଳିଛି । ଏଭଳି କୁଢ଼ କୁଢ଼ ୨ ହଜାର ଟଙ୍କିଆ ନୋଟକୁ ଜବତ କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ।

ନକଲି ୨୦୦୦ ଟଙ୍କିଆ ନୋଟ ପାଇଁ ଆଇଏସଆଇର ଅନ୍ୟତମ ପ୍ରମୁଖ ବିତରକ ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ୍ ଦାଉଦ ଇବ୍ରାହମ୍ର କୁଖ୍ୟାତ ସଂସ୍ଥା ତଥା କରାଚିରୁ ଏହି ନକଲି ନେରାଟ୍ କାରବାର କରୁଥିବା ଡି- କମ୍ପାନୀ । ଆଉ ଏହି ଡି-କମ୍ପାନୀର ଏଜେଣ୍ଟଅସଲାମ୍ ଅନସାରୀ ଠାରୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ବିପୁଳ ୨୦୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି । ତେବେ ଏସବୁର କନେକସନ୍ ମୋଷ୍ଟ ୱାଣ୍ଟେଡ୍ ଦାଉଦ-ଇବ୍ରାହିମର ଡି-ଲିଙ୍କ୍ କମ୍ପାନି ଜରିଆରେ ନେପାଳ-କତାର ଦେଇ ଭାରତୀୟ ବଜାରକୁ ଆସୁଥିବା ସୂଚନା ମିଳିଛି ।

fake- 2000 noteଗତ କିଛି ଦିନ ତଳେ ପାକିସ୍ତାନରୁ ଆସୁଥିବା ଜାଲ୍ ନୋଟ୍ ତଦନ୍ତରୁ ଜଣାପଡ଼ିଛି ଯେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ବରିଷ୍ଠ ଅଧିକାରୀଙ୍କ ତତ୍ୱାବଧାନରେ ଏହି ନୋଟ୍ ଗୁଡ଼ିକ କରାଚିରେ ଛପା ଯାଉଛି । ପାକିସ୍ତାନରେ ଏଭଳି ଚାଲ୍ ଦ୍ୱାରା ଅସଲି ଓ ନକଲି ନୋଟ୍ ମଧ୍ୟରେ ଫରକ କ’ଣ ତାହା ଜାଣିବା ସାଧାରଣ ଲୋକଙ୍କ ମଧ୍ୟରେ କାଠିକର ପାଠ ହୋଇପଡ଼ିଛି । ତେବେ ଆପଣଙ୍କ ପକେଟରେ ଥିବା ନୂଆ ୨୦୦୦ଟଙ୍କିଆ ନୋଟ୍ ଜାଲ ମଧ୍ୟ ହୋଇପାରେ । ଯଦି ଆପଣଙ୍କ ପାଖରେ ଥିବା ୨ ହଜାର ଟଙ୍କିଆ ନୋଟକୁ ନେଇ ଯଦି ସନ୍ଦେହ ହୁଏ ତେବେ ଆପଣ ତୁରନ୍ତ ବ୍ୟଙ୍କ କର୍ତ୍ତୁପକ୍ଷ କିମ୍ବା ପୋଲିସକୁ ଏ ସମ୍ପର୍କରେ ଜଣାଇପାରିବେ । ଯାହାଦ୍ୱାରା ଏହା ପଛରେ ଥିବା କନେକସନର ପ୍ରକୃତ ସତ ସାମ୍ନାକୁ ଆସିପାରିବ ।

୨୦୦୦ଟଙ୍କିଆ ନୋଟ୍ ଚିହ୍ନିବେ କିପରି ?

• ଏହି ନୋଟକୁ ଯଦି ଆପଣ ଲାଇଟ୍ ପକାଇ ଦେଖିବେ ତେବେ ଆପଣ ଏହି ୨୦୦୦ଟଙ୍କା ଅଙ୍କରେ ଲେଖା ହୋଇଥିବା ଦେଖିବାକୁ ପାଇବେ ।

• ନୋଟକୁ ଯଦି ଆପଣ ୪୫ ଡିଗ୍ରୀ ତେରଛା କରି ଦେଖିବେ ତେବେ ଏହି ୨୦୦୦ଟଙ୍କା ଅଙ୍କରେ ଲେଖାଥିବା ନଜର ଆସିବ ।

• ସେହିପରି ଦେବନଗରୀ ଭାଷାରେ ୨୦୦୦ଲେଖା ହୋଇଥିବା ସହିତ ନୋଟର ଠିକ୍ ମଧ୍ୟ ଭାଗରେ ମହାତ୍ମା ଗାନ୍ଧୀଙ୍କର ଫଟୋ ମଧ୍ୟ ନଜର ଆସିବ ।

• ଛୋଟ ଛୋଟ ଫଂଟରେ ଆରବିଆଇ ଏବଂ ୨୦୦୦ ଲେଖାଯାଇଥିବ ।

• ଯେତେବେଳେ ନୋଟକୁ ତେରଛା କରି ଦେଖିବେ, ସୁତାର ରଙ୍ଗ ସବୁଜରୁ ପରିବର୍ତ୍ତନ ହୋଇ ନୀଳ ରଙ୍ଗରେ ନଜର ଆସିବ ।

• ଏଥିରେ ଗଭର୍ଣ୍ଣରଙ୍କର ଦସ୍ତଖସ୍ତ ରହିଥାଏ ।

• ନୋଟକୁ ଟିକିଏ କଣେଇକି ଦେଖିଲେ ଏଥିରେ ଗାନ୍ଧୀଙ୍କ ଫଟୋ ନଜର ଆସିବ ।

• ଡାହାଣ ପାଶ୍ୱରେ ଅଶୋକ ସ୍ତମ୍ଭ ରହିଥିବା ସହିତ ଛୋଟିଆ ୨୦୦୦ ବାହାରକୁ ନଜର ଆସିବ ।

• ଏଥିସହିତ ଡାହାଣ ପାଖରେ ହିଁ ୭ଟି ଗାର ନଜର ଆସିବ ଏବଂ ଯେଉଁବର୍ଷ ନୋଟ୍ ଛପା ହୋଇଥିବ ସେହି ବର୍ଷ ହିଁ ଏଠାରେ ଲେଖା ହୋଇଥିବା ନଜର ଆସିବ ।

• ଗାନ୍ଧୀଙ୍କ ଆଇକନ ଥିବା ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ରହିଥିବ ଏବଂ ମଙ୍ଗଳଯାନର ଫଟୋ ମଧ୍ୟ ରହିଥିବ । ନୋଟ ଉପରେ ଭିନ୍ନ ଭିନ୍ନ ଭାଷାରେ ୨ ହଜାର ଟଙ୍କା ଲେଖାଯାଇଥିବ ।

Rs 27 Lakhs In Fake Notes Seized In Jajpurନକଲି ନୋଟକୁ କଣ କରିବେ ? 

• ବ୍ୟାଙ୍କ ଏକ୍ସପର୍ଟଙ୍କ ମତାନୁସାରେ, ଯଦି ଆପଣଙ୍କୁ ଏଟିଏମରୁ ନକଲି ନୋଟ ମିଳିଛି ତେବେ ଏହି ନୋଟକୁ ସର୍ବପ୍ରଥମେ ସେଠାରେ ଉପସ୍ଥିତ ଲୋକଙ୍କୁ ଏବଂ ଗାର୍ଡକୁ ଦେଖାନ୍ତୁ ।

• ଏହାପରେ ବ୍ୟାଙ୍କର ଟୋଲ ଫ୍ରି ନମ୍ବରରେ କଲ କରି ଏସଂପର୍କରେ ବ୍ୟାଙ୍କ ଅଧିକାରୀଙ୍କୁ ଅବଗତ କରାନ୍ତୁ ।

• ପୁଲିସକୁ ମଧ୍ୟ ଏସଂପର୍କରେ ଜଣାନ୍ତୁ । ଏହାଦ୍ୱାରା ଆପଣ ବିଭିନ୍ନ ଚିନ୍ତାରୁ ରକ୍ଷା ପାଇପାରିବେ ।

• ଯଦି ଆପଣ ଏଭଳି କରନ୍ତି ତେବେ ଏହା ପ୍ରମାଣିତ ହୋଇଯିବ କି ଆପଣଙ୍କୁ ଏଟିଏମରୁ ହିଁ ନକଲି ନୋଟ୍ ମିଳିଛି ।