ଚର୍ଚ୍ଚାରେ ଫିଲ୍ମ ‘ଇସ୍କ ଜୁନୁନ୍’ର ବୋଲ୍ଡ ସିନ୍ : ୫୩ ଲକ୍ଷ ଟପିଲା ଟ୍ରେଲରର ଦର୍ଶକଙ୍କ ସଂଖ୍ୟା

282

ରିଲିଜ୍ ହୋଇଛି ବଲିଉଡର ପ୍ରଥମ ଥ୍ରୀସମ୍ ମୁଭି ‘ଇସ୍କ ଜୁନୁନ୍’ର ଟ୍ରେଲର୍ । ଥ୍ରୀସମ୍ ମାନେ ଏକ ଏମିତି ସଂପର୍କ ଯେଉଁଥିରେ ତିନି ଜଣ ଲୋକ ପ୍ରତ୍ୟକ୍ଷ ଭାବରେ ଜଡିତ ଥାନ୍ତି । ଫିଲ୍ମର ଟ୍ରେଲରରେ ରହିଛି ଭରପୂର ବୋଲ୍ଡ ସିନ୍ । ଯାହା ଆଜି ପର୍ଯ୍ୟନ୍ତ କୌଣସି ବଲିଉଡ୍ ମୁଭିରେ ଦେଖିବାକୁ ମିଳିନାହିଁ । ତେଣୁ ରିଲିଜ୍ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଏହି ଏହାର ଦର୍ଶକଙ୍କ ସଂଖ୍ୟା ପ୍ରାୟ ୫୩ ଲକ୍ଷରେ ପହଂଚି ସାରିଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ରାଜବୀର୍ ସିଂ, ଦିବ୍ୟା ସିଂ ଓ ଅକ୍ଷୟ ରଙ୍ଗସାହି ।

ଫିଲ୍ମର କାହାଣୀ ଏକ ଏମିତି ଝିଅକୁ ନେଇ ଆଧାରିତ ଯିଏ ଦୁଇଜଣ ପୁଅଙ୍କ ଜାଲରେ ଫସିଯାଇଛି । ଜଣଙ୍କୁ ସେ ନିଜେ ପସନ୍ଦ କରେ ଆଉ ଜଣେ ସେ ଝିଅକୁ ନିଜର କରିବାକୁ ଚାହେଁ । ତେବେ ଫିଲ୍ମର ବୋଲ୍ଡ କଣ୍ଟେଟ୍ ଏବେ ଚର୍ଚ୍ଚାର କାରଣ ପାଲଟି ଯାଇଛି । ଏହା ପୂର୍ବରୁ ଫିଲ୍ମର ପୋଷ୍ଟରକୁ ନେଇ କାଫି ବିବାଦ ମଧ୍ୟ ହୋଇ ସାରିଛି । ନଭେମ୍ବର ୧୧ ତାରିଖରେ ରିଲିଜ୍ ହେବ ଏହି ଫିଲ୍ମ ।

ଦେଖନ୍ତୁ ଏହି ବୋଲ୍ଡ ଫିଲ୍ମର ଟ୍ରେଲର୍ :