ବଲିଉଡ଼ରେ ପ୍ରବେଶ କରିବେ ଇଶା ଆମ୍ବାନୀ ! ଅଭିନେତ୍ରୀ ନୁହେଁ ପ୍ରଯୋଜକ ଭାବେ ସିନେ ଜଗତକୁ ଓହ୍ୱାଇବେ

32

ମୁକେଶ ଆମ୍ବାନୀଙ୍କ ଝିଅ ଖୁବ ଶୀଘ୍ର ବଲିଉଡ଼ରେ ପ୍ରବେଶ କରିବା ପାଇଁ ଯାଉଛନ୍ତି । ଆପଣ ଯଦି ଭାବୁଛନ୍ତି ଜଣେ ଅଭିନେତ୍ରୀ ରୂପେ ଇଶା କ୍ୟାରିୟର ଆରମ୍ଭ କରିବେ ତେବେ ଏହା ଆପଣଙ୍କ ଭ୍ରମ ଧାରଣା । ସେ କୌଣସି ସିନେମାରେ ଅଭିନୟ କରିବେ ନାହିଁ । ସୂଚନା ଅନୁସାରେ ଇଶା ‘ବ୍ୟାଟେଲ ଅଫ ସାରାଗଢ଼ୀ’ ସିନେମାକୁ କରଣ ଜୋହରଙ୍କ ସହ ନିର୍ମାଣ କରିବେ । ଏଇଠି କହି ରଖୁଛୁୁ ଏହି ସିନେମାକୁ ପ୍ରଥମେ ସଲମାନ ଖାନ୍ ଓ କରଣ ଜୋହର ନିର୍ମାଣ କରିବାର ଯୋଜନା ଥିଲା । କିନ୍ତୁ ସଲମାନ କିଛି ସମୟ ପୂର୍ବରୁୁ ଏହି ପ୍ରୋଜେକ୍ଟରୁ ହଟି ଯାଇଛନ୍ତି । ସିନେମାରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିବେ ।

ଖବର ଅନୁସାରେ, କିଛି ଦିନ ପୂର୍ବରୁ କରଣ ଜୋହରଙ୍କ ଘରେ ଅକ୍ଷୟ କୁମାର ଓ ଇଶା ଆମ୍ବାନୀଙ୍କ ଏକ ମିଟିଂ ହୋଇଥିଲା । ଇଶାଙ୍କୁ ଏହି ପ୍ରୋଜେକ୍ଟ ଭଲ ଲାଗିଲା । ଅକ୍ଷୟ କୁମାର, କରଣ ଓ ଇଶାଙ୍କ ଫାଇନାଲ ମିଟିଂ ୨୯ ଅଗଷ୍ଟରେ ଅକ୍ଷୟ କୁମାରଙ୍କ ଘରେ ହୋଇଥିଲା । ସିନେମାକୁ ନେଇ ଅନେକ ଆଲୋଚନା ହୋଇଥିଲା ବୋଲି ସୂଚନା ମିଳିଛି ।

ସାରାଗଢ଼ୀ ଯୁଦ୍ଧର ଗୁରୁତ୍ୱପୂର୍ଣ୍ଣ ଦିଗ –
ସାରାଗଢ଼ୀ ଯୁଦ୍ଧ ୧୨ ଡିସେମ୍ବର, ୧୮୯୭ରେ ହୋଇଥିଲା । ଏହି ଯୁଦ୍ଧ ୩୬ତମ ଶିଖ୍ (ଯାହା ଏବେ ଶିଖ ରେଜିମେଂଟର ୪ତମ ବାଟାଲିଆନ୍ ନାମରେ ଜଣାଶୁଣା )ର ୨୧ ଜଣ ସୈନିକ ଓ ୧୦ ହଜାର ଆଫଗାନୀ ମଧ୍ୟରେ ହୋଇଥିଲା । ସାରାଗଢ଼ୀ ଯୁଦ୍ଧ ପାଇଁ ସେହି ସମୟରେ ଭାରତୀୟ ସୈନିକଙ୍କୁ ସ୍ୱତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସାରାଗଢ଼ୀ, ପାକିସ୍ତାନର ଏନଡବ୍ଲ୍ୟୁ ଏଫପିରେ ପୋର୍ଟ ଗୁଲିସ୍ତାନ ଓ ଫୋର୍ଟ ଲକହାର୍ଟ ମଧ୍ୟରେ ପଡ଼ୁଥିବା ଏକ ପୋଷ୍ଟ । ଏହି ଯୁଦ୍ଧରେ ୬୦୦ ଆଫଗାନୀ ମୃତ୍ୟୁବରଣ କରିଥିଲେ । ଏହି ଦିନକୁ ଶିଖ ରେଜିମେଂଟ , ରେଜିମେଂଟ ବ୍ୟାଟେଲ ଓନର୍ସ ଡ଼େ ରୂପରେ ପାଳନ କରାଯାଏ ।