ଆଜି ଅମ୍ବାନୀ ପରିବାରର ଲାଡଲୀ ଇଶାଙ୍କ ବାହାଘର ! ନବବଧୂ ପରି ସଜେଇ ହୋଇଛି ଘର ଆଂଟିଲିଆ ।

501

ବୋହୂ ହେବେ ଇଶା ଅମ୍ବାନୀ । ସଜେଇ ହୋଇଛି ଆଂଟିଲିଆ । ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କର ଆଜି ବାହାଘର । ଆନନ୍ଦ ପାଇରାମଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ଇଶା । ଉଦୟପୁରରେ ପ୍ରିୱେଡିଂ ପାର୍ଟି ଏବଂ ସଂଗୀତ ପରେ ଆଜି ମୁମ୍ବାଇରେ ବାହାଘର ଅନୁଷ୍ଠିତ ହେବ । ସେଥିପାଇଁ ଅମ୍ବାନୀଙ୍କ ଆଂଟାଲିଆକୁ ସୁନ୍ଦର ଭାବେ ସଜେଇ ଦିଆଯାଇଛି । ବାହାଘରରେ ମୁକେଶଙ୍କ ଅତି ନିକଟତମ ବନ୍ଧୁ ଯୋଗ ଦେବେ ବୋଲି ଜଣାପଡିଛି । ସେଥିପାଇଁ ଏକ ୬୦୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଇଶାଙ୍କ ପ୍ରିୱେଡ଼ିଙ୍ଗ ସେରିମନିରେ ଷ୍ଟାରକାଷ୍ଟଙ୍କ ଭିଡ଼ ଜମିଥିଲା ।

ବଲିଉଡ୍ ର ନାମୀଦାମୀ କଳାକାର ଏହି ସେରିମନିରେ ନିଜର ଡ୍ୟାନ୍ସିଙ୍ଗ୍ ଜଲୱା ଦେଖାଇଥିଲେ । ଉଦୟପୁରରେ ଇଶାଙ୍କ ମେହେନ୍ଦି ଏବଂ ସଙ୍ଗୀତ୍ କାର‌୍ୟ୍ୟକ୍ରମ ରଖାଯାଇଥିଲା ଯେଉଁଠି ଅନେକ ବଲିଉଡ୍ ଏବଂ ହଲିଉଡ଼୍ କଳାକାର ଯାଇ ପହଞ୍ଚିଥିଲେ । ସଙ୍ଗୀତରେ ଅମ୍ବାନୀ ପରିବାର ନାଚିବା ସହ ଶାହାରୁଖ୍-ଗୌରୀ,ଐଶ୍ୱର‌୍ୟ୍ୟା-ଅଭିଷେକ,ଦୀପ୍-ବୀର,ପ୍ରିୟଙ୍କା ଇତ୍ୟାଦିଙ୍କୁ ନିଜ ନୃତ୍ୟର ଯାଦୁରେ ସମସ୍ତଙ୍କୁ ମୋହିତ କରିବା ଦେଖିବାକୁ ମିଳିଥିଲା।