ଆପଣଙ୍କ ଫୋନ ଚାର୍ଜ ହେବା ପାଇଁ ଅଧିକ ସମୟ ଲାଗୁଛି କି ! ସମସ୍ୟା ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

34

ବର୍ତ୍ତମାନ ସ୍ମାଟଫୋନର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହି ଫୋନ ଅନେକ କାମକୁ ସହଜ କରିଦେଇଛି । ଏଥିପାଇଁ ଭଲ ବ୍ୟାଟେରୀ ବ୍ୟାକଅପର ଆବଶ୍ୟକତା ରହିଛି । ଆଉ ଏହାକୁ ନଜରରେ ରଖି ବିଭିନ୍ନ କମ୍ପାନୀ ଭଲ ବ୍ୟାଟେରୀ ବ୍ୟାକଅପ ଥିବା ଫୋନ ବଜାରକୁ ଛାଡୁଛନ୍ତି । ଯଦି ଆପଣଙ୍କ ସ୍ମାଟଫୋନର ବ୍ୟାଟେରୀ ବ୍ୟାକଅପ କମ ହେଉଥାଏ ଓ ଫୋନକୁ ଚାର୍ଜ କରିବା ପାଇଁ ଲମ୍ବା ସମୟ ଲାଗିଥାଏ ତେବେ ସେମାନଙ୍କ ପାଇଁ ଆମେ ଆଣିଛୁ ଖୁସି ଖବର ।

ଫୋନକୁ ଅସଲି ଚାର୍ଜରେ ଚାର୍ଜ କରନ୍ତୁ

ସ୍ମାଟଫୋନକୁ ସର୍ବଦା କମ୍ପାନୀର ଚାର୍ଜରେ ଚାର୍ଜ କରିବା । ଫୋନ ସହିତ ଆସିଥିବା ଚାର୍ଜରେ ଫୋନ ଚାର୍ଜ କଲେ ଫୋନ ଏବଂ ଚାର୍ଜର ଦୁଇଟା ଯାକ ଠିକ ରହିଥାଏ । ଏହାସହ ଫୋନକୁ କିଛି କ୍ଷତି ହୋଇନଥାଏ ଏବଂ ଫୋନ ଶୀଘ୍ର ଚାର୍ଜ ହୋଇଥାଏ । ଯଦି ଚାର୍ଜର ଖରାପ ହୋଇଯାଇଥିବ ତେବେ ଅନ୍ୟ କମ୍ପାନୀର ଚାର୍ଜରେ ଚାର୍ଜ ନକରି ସେହି କମ୍ପାନୀର ଚାର୍ଜର କିଣନ୍ତୁ ।

ଫ୍ଲାଇଟ ମୋଡରେ ଚାର୍ଜ କରନ୍ତୁ

ଫୋନ ଚାର୍ଜ କରିବା ସମୟରେ ସ୍ମାଟଫୋନର ଫ୍ଲାଇଟ ମୋଡ ଅନ କରି ଚାର୍ଜ କରନ୍ତୁ । ଏହା କରିବା ଦ୍ୱାରା ଫୋନ କଲ, ଇଂଟରନେଟ, ଜିପିଏସ ଆଦି ବନ୍ଦ ହୋଇଯାଇଥାଏ । ଫଳରେ ଫୋନ ଶୀଘ୍ର ଚାର୍ଜ ହେବାସହ ବ୍ୟାଟେରୀ ଲମ୍ବା ସମୟ ଧରି ଚାଲିଥାଏ ।

ୱାଇଫାଇ କିମ୍ବା ବ୍ଲୁ-ଟୁଥ କନେକ୍ଟିଭିଟି ବନ୍ଦ ରଖନ୍ତୁ

ସ୍ମାଟଫୋନ ଚାର୍ଜ କରିବା ସମୟରେ ଫୋନରେ ୱାଇଫାଇ କିମ୍ବା ବ୍ସୁ-ଟୁଥ କନେକ୍ଟିଭିଟି ବନ୍ଦ କରି ଚାର୍ଜ କରନ୍ତୁ । ଏହା କରିବା ଦ୍ୱାରା  ଫୋନ ଶୀଘ୍ର ଚାର୍ଜ ହେବ ।

ଏନଏଫସି ମୋଡକୁ ବନ୍ଦ ରଖନ୍ତୁ

ଫୋନ ଚାର୍ଜ କରିବା ସମୟରେ ଫୋନର ଏନଏଫସି ମୋଡକୁ ଅଫ ରଖନ୍ତୁ ଫଳରେ ଫୋନ ବ୍ୟାଟେରୀ ଶୀଘ୍ର ଚାର୍ଜ ହୋଇଯିବ ।

ବ୍ୟାଟେରୀ ସେଭର ମୋଡ ଅନ ରଖନ୍ତୁ

ବର୍ତ୍ତମାନ ପ୍ରତ୍ୟେକ ସ୍ମାଟଫୋନରେ ବ୍ୟାଟେରୀ ସେଭର ଅପଶନ ଦିଆଯାଉଛି । ଏହା ଫୋନର ବ୍ୟାଟେରୀକୁ ସେଭ କରିବାରେ ସାହାଯ୍ୟ କରେ । ତେଣୁ ଚାର୍ଜ କରିବା ସମୟରେ ବ୍ୟାଟେରୀ ସେଭର ଅନ ରଖନ୍ତୁ ।

ଫୋନର ବ୍ରାଇଟନେସକୁ କମ ରଖନ୍ତୁ

ଫୋନର ବ୍ରାଇଟନେସ ଚାର୍ଜକୁ ଶୀଘ୍ର ଶେଷ କରିଥାଏ । ତେଣୁ ବ୍ରାଇଟନେସକୁ କମ କରି ରଖନ୍ତୁ ଓ ଚାର୍ଜ କରନ୍ତୁ । ଏହା କରିବା ଦ୍ୱାରା ଫୋନ ଚର୍ଜ ବେଶୀ ସମୟ ରହିଥାଏ ।