ବ୍ୟାଙ୍କରେ ଟଙ୍କା ଜମା ରଖିଛନ୍ତି କି ? ସାବଧାନ . . . ପଢ଼ନ୍ତୁ ଏହି ଖବର

38

ସାଧାରଣ ଲୋକେ ନିଜର ଜମା ପୁଞ୍ଜିକୁ ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ ଆକାରରେ ରଖନ୍ତି । କଷ୍ଟ ଉପାର୍ଜିିତ ଧନ ହେଉ କି ଦରମା ଟଙ୍କା ହେଉ ପ୍ରାୟ ଲୋକେ ସଂଚୟର ଏକ ବଡ଼ ଭାଗ ବ୍ୟାଙ୍କରେ ରଖନ୍ତି । ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ସମସ୍ତେ ସୁରକ୍ଷିତ ମଣନ୍ତି । କିଛି ଲୋକ ଅଳ୍ପ ଟଙ୍କା ବଞାଙ୍କରେ ରଖିବା ସହ କିଛି ଲୋକ ରୋଜଗାର ଅଧିକ ଭାଗ ବ୍ୟାଙ୍କରେ ରଖନ୍ତି । କ’ଣ ଏଫଡ଼ିରେ ଅଧିକ ଟଙ୍କା ରଖିବା ସୁରକ୍ଷିତ ? ଗୋଟିଏ ବ୍ୟାଙ୍କରେ ଜମା କରିବା ପରିବର୍ତ୍ତେ ଅଧିକ ବ୍ୟାଙ୍କରେ ଜମା କଲେ କ୍ଷତି ହେବ କି ଲାଭ ମିଳିବ, ଏପରି ଅନେକ ପ୍ରଶ୍ନର ଉତ୍ତର ଲୋକଙ୍କୁ ଜଣାନଥାଏ ।

ବ୍ୟାଙ୍କରେ ଜମା ଟଙ୍କାର ସୁରକ୍ଷା ଡିପୋଜିଟ୍ ଇନସ୍ୟୁରାନ୍ସ କ୍ରେଡ଼ିଟ୍ ଗ୍ୟାରେଂଟି କର୍ପୋରେସନ (ଊଓଉଏଉ) ତରଫରୁ ଉପଲବ୍ଧ କରାଯାଏ । ବ୍ୟାଙ୍କ ମାମଲାରେ ଜଣେ ଗ୍ରାହକର ଅଧିକରୁ ଅଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କାର ଗ୍ୟାରଂଟି ପ୍ରଦାନ କରିଥାଏ । ଏହି ନିୟମ ବ୍ୟାଙ୍କର ସମସ୍ତ ବ୍ୟାଙ୍କରେ ଲାଗୁ ଥାଏ । ଏହାର ଅର୍ଥ ହେଲା ବ୍ୟାଙ୍କରେ କୌଣସି ଆକାଉଂଟଧାରୀଙ୍କୁ କେବଳ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାକୁ ହିଁ ସୁରକ୍ଷିତ ଥାଏ । ଏଥିରେ ମୂଳଧନ ଓ ସୁଧ ଦର ଉଭୟ ସାମିଲ ଥାଏ । ଯଦି ଆପଣଙ୍କ ମୂଳଧନ ସହ ସୁଧଦର ଯୋଡି ହୋଇ ୧ ଲକ୍ଷ ଟଙ୍କା ଅଛି ତେବ ଆପଣଙ୍କ ଟଙ୍କା ସୁରକ୍ଷିତ ଅଛି । କିନ୍ତୁ ମୂଳଧନ ଯଦି ୧ ଲକ୍ଷ ଟଙ୍କାରୁ ଅଧିକ ହେଲୋ ତେବେ ବି ଆପଣଙ୍କ ଟଙ୍କା ସୁରକ୍ଷିତ ନାହିଁ ।

ତେବେ ଏପରି ଅସୁବିଧାରୁ ରକ୍ଷା ପାଇବେ କିପରି ?
ଯଦି ଆପଣ ପାଖରେ ୩ରୁ ୪ ଲକ୍ଷ ଟଙ୍କା ନିବେଶ କରିବା ପାଇଁ ଚାହୁଁଛନ୍ତି, ତେବେ ଗୋଟିଏ ବ୍ୟାଙ୍କରେ ନରଖି ଅଲଗା ଅଲଗା ବ୍ୟାଙ୍କରେ ଟଙ୍କା ଜମା କରନ୍ତୁ ।

କ’ଣ ହେବ ଲାଭ ?
ଯଦି ଏଫଡ଼ି କରାଇବା ପରେ କୌଣସି ବି ପରିସ୍ଥିତିରେ ଏଫଡ଼ି ଭାଙ୍ଗିବା ପାଇଁ ଚାହାନ୍ତି, ତେବେ କୌଣସି ଏକ ଏଫଡ଼ି ଭାଙ୍ଗି କାମ ଚଳାଇପାରିବେ । ଏପରି କରିବା ଦ୍ୱାରା କ୍ଷତି କମ ହେବ ।

ଜାଣନ୍ତୁ କିପରି ଯୋଜନା ପ୍ରସ୍ତୁତ କରିବେ –
ଅନେକ ଥର ବ୍ୟାଙ୍କ ଏଫଡ଼ି ଉପରେ ସୁଧ ଦର କମ କରିଦିଅନ୍ତି ଓ ବଢ଼େଇ ଦିଅନ୍ତି । ଏପରିସ୍ଥଳେ ଗୋଟିଏ ଯୋଜନାରେ ଟଙ୍କା ଜମା କଲେ ତାହା ସ୍ଥିର ହୋଇଯାଏ ଓ ସୁଧା ଦର ଉପରେ କ୍ଷତି ହୁଏ । ଏପରି କ୍ଷତିରୁ ବଞ୍ଚିବା ପାଇଁ ଆପଣ ଭିନ୍ନ ଭିନ୍ନ ବ୍ୟାଙ୍କରେ ଡିପୋଜିଟରେ କରନ୍ତୁ ।

ତେବେ ଭାରତ ଇତିହାସରେ ବ୍ୟାଙ୍କରେ ଏପରି ଅସୁବିଧାର ମାମଲା ବିଲକୁଲ ନାହିିଁ । ତଥାପି ଆପଣ ସାବଧାନ ହେବା ଜରୁରୀ । ଅତୀତରେ କିଛି ବ୍ୟାଙ୍କ ସହ ଏପରି କିଛି ଅସୁବିଧା ହେଲେ ସରକାର ତୁରନ୍ତ ପଦକ୍ଷେପ ନେଇ ବ୍ୟାଙ୍କକୁ ମର୍ଜ କରିଦିଅନ୍ତି । ଯାହାଦ୍ୱାରା ନିବେଶକଙ୍କ ଟଙ୍କା ସୁରକ୍ଷିତ ରହେ ।