କେତେ ସୁରକ୍ଷିତ ହ୍ୱାଟ୍ସଆପ ପେମେଣ୍ଟ ସର୍ଭିସ ? ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ ।

37
ହ୍ୱାଟ୍ସଆପ ପେମେଣ୍ଟ କେତେ ସୁରକ୍ଷିତ ? ହ୍ୱାଟ୍ସଆପ ପେମେଣ୍ଟ  ସର୍ଭିସ ରିଜର୍ଭ ବ୍ୟାଙ୍କର ନିୟମ ଏବଂ ଗ୍ରାହକ ମାନଙ୍କର ଡାଟା ସୁରକ୍ଷିତ ନିୟମକୁ ପୁରା କରିଛି ନା ନାହିଁ ? ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)କୁ ଏହାର ତଦନ୍ତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି ।
୨୦୧୮ ଏପ୍ରିଲ ୫ ତାରିଖରେ ରିଜର୍ଭ ବ୍ୟାଙ୍କ କହିଥିଲା ଯେ, ସମସ୍ତ ପେମେଣ୍ଟ ସିଷ୍ଟମ ଅପରେଟରଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ପେମେଣ୍ଟ ସମ୍ବନ୍ଧିତ ସମସ୍ତ ମାମଲା କେବଳ ଭାରତରେ ଷ୍ଟୋର କରାଯିବ । ଏହାର ଅନୁପାଳନ କରିବା ପାଇଁ ୬ ମାସର ସମୟ ମଧ୍ୟ ଦିଆଯାଇଥିଲା ।
ସୂଚନା ଅନୁଯାୟୀ, ଫେସବୁକ ଅଧିନତ୍ୱ ହ୍ୱାଟ୍ସଆପ ଭାରତରେ ଆଗାମୀ ସପ୍ତାହ ମଧ୍ୟରେ ପେମେଣ୍ଟ ସର୍ଭିସ ଲଞ୍ଚ କରିପାରେ । ଏହି ମାମଲା ସହ ଯୋଡିହୋଇଥିବା ଲୋକମାନେ କହିଛନ୍ତି ଯେ, ଏହି ସର୍ଭିସ ପାଇଁ ଏହାର ପାର୍ଟନର୍ସ ମାନେ ସମ୍ପୂର୍ଣ୍ଣ ରାଜି ନୁହନ୍ତି । ତେବେ ଏହି ମେସେଜିଙ୍ଗ ଆପର ପାର୍ଟନର୍ସଙ୍କ ଲିଷ୍ଟରେ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କର ନାମ ସାମିଲ ଅଛି ।  ଏହା ସହ ସମସ୍ତ ଜରୁରୀ ପ୍ରସ୍ତୁତି ପରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ନାମ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଯିବ । ସମସ୍ତ ଟ୍ରାନ୍ସଫର ଏହି ପାର୍ଟନର୍ସ ମାନଙ୍କ ଜରିଆରେ କରାଯିବ । ଭାରତରେ ହ୍ୱାଟ୍ସଆପ ପେମେଣ୍ଟ ସର୍ଭିସ We Chat ସହ ଯୋଡାଯାଉଛି । ତେବେ ହ୍ୱାଟ୍ସଆପ ମେସେଜିଙ୍ଗର ବ୍ୟବହାର ଭାରତରେ ୨୦ କୋଟିରୁ ଅଧିକ ଲୋକ କରୁଛନ୍ତି ।