ହାତୀ କରୁଛି Smoking ! ଜାଣନ୍ତୁ ଏହି ଭାଇରାଲ ଭିଡିଓର ସତ୍ୟତା

25

ୱାଇଲ୍ଡ ଲାଇଫ କଂଜର୍ବେସନ ସୋସାଇଟି ତରଫରୁ ୟୁଟ୍ୟୁବ ରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରଦେଇଛି । ବାସ୍ତବରେ ଏହି ଭିଡିଓରେ ଏମିତି ଲାଗୁଛି ଯେ, ଗୋଟେ ହାତୀ Smoking କରୁଛି । ଏହି ଭିଡିଓକୁ ଅନେକ ଲୋକ ଦେଖି ସାରିଲେଣି ଏବଂ ଏହାକୁ ସେୟାର ମଧ୍ୟ କରାଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ଏବେ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପ୍ରକୃତରେ ହାତୀଟି କଣ କରୁଥିଲା ? ସତରେ କଣ ହାତୀ Smoking କରନ୍ତି ?

କୁହାଯାଉଛି ଯେ, ଏହି ଭିଡିଓ ୨୦୦୭ରେ ଭାରତୀୟ ବନ୍ୟଜୀବ ସଂରକ୍ଷଣ ସମିତି ସଂରକ୍ଷକ ସହାୟତା ଏବଂ ନୀତି ସହାୟକ ନିର୍ଦ୍ଦେଶକ ବିନୟ କୁମାର ଏହି ଭିଡିଓଟି ସୁଟିଂ କରିଥିଲେ । ଏବଂ ଏହା ପରେ ଏହାକୁ କିଛି ଦିନ ପୂର୍ବେ ହିଁ ଅପଲୋଡ କରାଯାଇଛି । ଯାହାକି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଅଟେ । ଏହି ଭିଡିଓରେ ଦେଖାଯାଉଛି ଯେ, ହାତୀଟି ମାଟିରୁ କିଛି ଉଠାଉଛି ଏବଂ ନିଜ ପାଟିରେ ପୁରାଉଛି । ଆଉ ଏହା ପରେ ଏମିତି ଲାଗୁଛି ଯେ, ହାତୀଟି Smoking କରୁଛି । ଏହି ଭିଡିଓଟି କର୍ଣ୍ଣାଟକର ନଗରହୋଲ ରାଷ୍ଟ୍ରୀୟ ଉଦ୍ୟାନର ଅଟେ ।

ସତରେ କଣ ହାତୀ Smoking କରେ ?

ଡବ୍ଲୁସିଏସ ଇଣ୍ଡିଆର ବୈଜ୍ଞାନିକ ହାତୀ ଜୀବ ବିଜ୍ଞାନୀ ଡାଃ ବରୁଣ ଗୋସ୍ୱାମୀ କହିଛନ୍ତି ଯେ, ହାତୀଟି କାଠରୁ ଜଳିସାରିବା ପରେ ହୋଇଥିବା ଅଙ୍ଗାରକୁ ପାଟିରେ ପୁରାଇବାକୁ ଚେଷ୍ଟା କରୁଥିଲା । ଜଳିଯାଇଥିବା କାଠ ଖଣ୍ଡକୁ ସେ ନିଜ ଶୁଣ୍ଢରେ ଉଠାଉଥିଲା । ଗୋସ୍ୱାମୀଙ୍କ କହିବା କଥା ଯେ, କାଠଖଣ୍ଡ ଅଙ୍ଗାରର କୌଣସି ପୌଷ୍ଟିକ ମହତ୍ୱ ନଥାଏ । କିନ୍ତୁ ଜଙ୍ଗଲର ପଶୁମାନେ ଅଧିକାଂଶ ସମୟ ଏହାର ଔଷଧୀୟ ଗୁଣ ପାଇଁ ଆକୃଷ୍ଟ ହୋଇଥାନ୍ତି ।

ସତ କଥା ଏହା ଯେ, ହାତୀ Smoking କରିନଥାନ୍ତି । ଯେତେବେଳେ ହାତୀଟି ସେହି ଜଳିଯାଇଥିବା କାଠଖଣ୍ଡଟିକୁ ପୁଣି ଥରେ ତଳକୁ ଫୋପାଡିଥାଏ, ସେତେବେଳେ ଏପରି ଲାଗିଥାଏ ଯେ, ହାତୀ Smoking କରୁଛି ।