ମିଶନ୍-୧୨୦ କ’ଣ ଭୁଲିଗଲେଣି କି ମୋଦି ? ସସପେନ୍ସ ବଢ଼ାଉଛି ବିଜେପିର ଓଡ଼ିଶା ଫୋକସ୍  ।

ବିଜେପିର ଏହି ମିଶନ ୧୨୦କୁ ଏବେ ଗାଁ ଗହଳିର ଢ଼ଗ ଢ଼ମାଳି  ‘ଆକାଶ କଇଁଆ ଚିଲିକା ମାଛ’ ପରି ହୃଦୟଙ୍ଗମ କରିବାକୁ ଲାଗିଲେଣି ଜନତା ବୋଲି ରାଜନୀତି ଅନ୍ଦର ମହଲରେ ଶୁଣିବାକୁ ମିଳିଛି ।

324

କନକ ବ୍ୟୁରୋ: ୨୦୧୪ ନିର୍ବାଚନ ପରେ ପରେ କେନ୍ଦ୍ରର କ୍ଷମତା ଡ଼ୋରୀକୁ ହାତରେ ନେଇଥିଲେ ନରେନ୍ଦ୍ର ମୋଦି । ଆଉ ଏହାପରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଗେରୁଆ କରିବାକୁ ମନସ୍ଥ କରିଥିଲେ ମୋଦତ-ଶାହ ଯୋଡ଼ି । ବିଜେପି ଫୋକସରେ ପୂର୍ବ ଭାରତକୁ ଦଖଲ କରିବା ପାଇଁ ବାରମ୍ବାର ପ୍ରୟାସ କରୁଥିବା ଦେଖିବାକୁ  ମଧ୍ୟ ମିଳିଥିଲା । ଏହାର ଶୁଭାରମ୍ଭ ଓଡ଼ିଶାରୁ କରିବେ ବୋଲି ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରଠାରୁ ବିଜେପି କ୍ୟାମ୍ପରେ ପ୍ରସ୍ତୁତି ମଧ୍ୟ ହୋଇଥିଲା । ଆଉ ଏହାର ନାଁ ଦିଆଗଲା ମିଶନ-୧୨୦ । କେତେବେଳେ ବିଜେପି ଚାଣକ୍ୟ ଅମିତ ଶାହ ତ କେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ମିଶନ ୧୨୦ର ଟାସ୍କ ରାଜ୍ୟ ବିଜେପିର ମଙ୍ଗୁଆଳ ମାନଙ୍କୁ ବାରମ୍ବାର ଦେଇଯାଉଥିଲେ । ହେଲେ ଏବେ ବିଜେପି କ୍ୟାମ୍ପରେ ସତେ ଯେମିତି ମିଶନ ୧୨୦ କ’ଣ ବୋଲି କେହି ଜାଣି ନାହାନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଖୋଦ୍ ମୋଦି ଓଡ଼ିଶାରେ ମିଶନ ୧୨୦ ଭୁଲିଗଲେଣି ବୋଲି ରାଜନୀତି ଅନ୍ଦର ମହଲରେ ଶୁଣିବାକୁ ମିଳିଛି ।

modi and naveenଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ୧୨୦ଟି ଆସନ ଅକ୍ତିଆର କରି ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ମିଶନ ୧୨୦ ନାରା ଦେଇଥିଲେ ବିଜେପି ଚାଣକ୍ୟ ଅମିତ ଶାହ । ଏବଂ ଏହାପରେ ପରେ ମୋଦି ଗତ କେଇ ମାସ ମଧ୍ୟରେ ଓଡ଼ିଶା ଗସ୍ତରେ ବାରମ୍ବାର ଆସିଥିଲେ ମଧ୍ୟ ମିଶନ-୧୨୦ କଥା ଭୁଲିଯାଇଛନ୍ତି ବୋଲି ଶୁଣାଯାଉଛି । କାରଣ ଦୀର୍ଘ ୧୮ ବର୍ଷ ଧରି ରାଜ୍ୟରେ ବିଜେଡ଼ି ସରକାରଙ୍କ ଯେଉଁ ଦବଦବା ରହି ଆସିଛି ସତେ ଯେମିତି ମୋଦିଙ୍କ ମୁଣ୍ଡରୁ ଏହି ମିଶନର ଲକ୍ଷ୍ୟ ଭୁଲିବାକୁ ବାଧ୍ୟ କରିଦେଇଛି । ବରଂ ରାଜ୍ୟ ସରକାରଙ୍କୁ ସିଧା ନିଶାନା ନକରି ବୁଲେଇ ବଙ୍କେଇ ଅରୋପ ପ୍ରତ୍ୟାରୋପ କରିବା ରାଜ୍ୟ ବିଜେପିକୁ ଦ୍ୱନ୍ଦର ପକାଇଛି । ଏବଂ ବିଜେପିର ଏହି ମିଶନ ୧୨୦କୁ ଏବେ ଗାଁ ଗହଳିର ଢ଼ଗ ଢ଼ମାଳି  ‘ଆକାଶ କଇଁଆ ଚିଲିକା ମାଛ’ ପରି ହୃଦୟଙ୍ଗମ କରିବାକୁ ଲାଗିଲେଣି ଜନତା ।

NABIN MODIଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦିଙ୍କ ଏଭଳି ଅନ୍ଦାଜ୍ ହୁଏତ ଓଡ଼ିଶାରେ ମିଶନ୍ ୧୨୦ ପୂରଣ ନ କରିପାରେ ବୋଲି ଚର୍ଚ୍ଚା ହେଉଛି । ଗତ ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟରେ ବିଜେପି ବିଜେଡ଼ି ବିରୁଧରେ ପ୍ରମୂଖ ବିରୋଧୀ ଦଳ ଭାବେ ଛିଡ଼ା ହୋଇଛି । କଂଗ୍ରେସ ସ୍ଥିତି ଖୋଜୁଥିଲା ବେଳେ ବିଜେପି ବାରମ୍ବାର ମିଶନ୍-୧୨୦ ପୂରଣ ପାଇଁ ଦାବି କରିଆସୁଥିଲା । ଆଉ ଏହାର କମାଣ୍ଡର ଥିଲେ ବିଜେପି ଚାଣକ୍ୟ ଅମିତ୍ ଶାହ । ହେଲେ ଏବେ ମୋଦିଙ୍କ ପୂର୍ବ ଭାରତକୁ ଦଖଲ କରିବା ଆଶା ଆଉ ଆଶାରେ ରହି ଯିବନି ତ ? ଏଭଳି କିଛି ରାଜନୀତି ଗସିପ୍ ବିଜେପି କରିଡ଼ରରେ ଶୁଣିବାକୁ ମିଳୁଛି ।