ସଚିବାଳୟରେ ସିବିଆଇ ପଶିବା ପ୍ରସଙ୍ଗ ! ତେଜିଲା ରାଜନୀତି, ସ୍ପଷ୍ଟିକରଣ ମାଗିଲେ ବିରୋଧୀଦଳ ନେତା ।

ନରସିଂହ ମିଶ୍ର କହିଲେ. ସରକାର ଦିଅନ୍ତୁ ସ୍ପଷ୍ଟିକରଣ--କାହିଁକି ଓ କଣ ପାଇଁ ସଚିବାଳୟରେ ପଶିଥିଲା ସିବିଆଇ ?

75

କନକ ବ୍ୟୁରୋ: ସଚିବାଳୟରେ ସିବିଆଇ ପଶିବା ପ୍ରସଙ୍ଗରେ ବିରୋଧୀ ମାଗିଲେ ଉତ୍ତର । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ସରକାର ଏନେଇ ସ୍ପଷ୍ଟିକରଣ ରଖନ୍ତୁ । କାହିଁକି ଓ କଣ ପାଇଁ ସଚିବାଳୟରେ ସିବିଆଇ ପଶିଥିଲା ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ଏନେଇ ସରକାରଙ୍କ ସ୍ପଷ୍ଟିକରଣ ଦାବି କରିଛନ୍ତି  ନରସିଂହ । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ଦୁଇଟି ରାଜ୍ୟ ସିବିଆଇକୁ ବିନା ଅନୁମତିରେ ନିଜ ପ୍ରଦେଶରେ ପଶିବାକୁ ଦେବେ ନାହିଁ ବୋଲି ଘୋଷଣାନାମା ପ୍ରକାଶ କରିବା ପରେ ଜାତୀୟସ୍ତରରେ ଏ ସମ୍ପର୍କରେ ଚର୍ଚ୍ଚା ଜୋର ଧରିଛି। ସିବିଆଇ ସକ୍ରିୟ ଥିବା ରାଜ୍ୟ ଓଡ଼ିଶା, ବିହାର, ତେଲଙ୍ଗାନା ଇତ୍ୟାଦି କ୍ଷେତ୍ରରେ ସ୍ଥାନୀୟ ସରକାର କେଉଁ ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବେ ସେଥି ନେଇ ମଧ୍ୟ ସରକାରୀସ୍ତରରେ ସମୀକ୍ଷା ହେଉଥିବାର ଖବର ମିଳିଛି ।

ସୂଚନାଯୋଗ୍ୟ ଯେ, ସି-ଶୋର କମ୍ପାନି ନିବେଶକମାନଙ୍କଠାରୁ ୫ ହଜାର କୋଟି ଟଙ୍କା ସଂଗ୍ରହ କରି ବେଆଇନ କାରବାର ଭଳି କିଛି ଅଭିଯୋଗ ଉପରେ ସିବିଆଇ ମାମଲା ଚଳେଇଛି। ୨୦୦୯-୧୦ରେ ମହାନଦୀ ନୌବିହାର ଚୁକ୍ତିନାମା ସତ୍ତ୍ବେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ନଥିଲା। ଏହା ପରେ କେତେକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ପର୍ୟ୍ୟଟନ ବିଭାଗ ପକ୍ଷରୁ କମ୍ପାନିକୁ ଦାୟିତ୍ୱ ଦିଆଯାଇଥିଲା। କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କେତେକ କାର୍ଯ୍ୟ ସି-ଶୋର କମ୍ପାନିକୁ ସରକାରଙ୍କ ପକ୍ଷରୁ ନ୍ୟସ୍ତ କରାଯାଇଥିଲା। ଏହି ମାମଲାରେ ପୂର୍ବରୁ ଜଣେ ବରିଷ୍ଠ ପ୍ରଶାସକଙ୍କୁ ସିବିଆଇ ଗିରଫ କରିଛି।

narasingh mishraତେବେ ଓଡ଼ିଶାରେ ମୋଟ ୪୪ଟି ଚିଟଫଣ୍ଡ କମ୍ପାନି କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ୩୦ରୁ ଊର୍ଦ୍ଧ୍ବ କମ୍ପାନି ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି। ସ୍ୱତନ୍ତ୍ର ନିର୍ଦେଶକ ଆସ୍ଥାନା ଅକ୍ଟୋବର ୨୪ ତାରିଖରେ ଛୁଟିରେ ଯିବା ପରେ ଏବେ ଗତ ଅକ୍ଟୋବର ୨୯ ତାରିଖ ଦିନ ସି-ଶୋର ପ୍ରସଙ୍ଗରେ ସିବିଆଇ ଖୋଳତାଡ଼ ଚଳେଇଛି। ଏ ପର୍ୟ୍ୟନ୍ତ ରାଜ୍ୟ ସରକାର ସିବିଆଇକୁ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଉଛି। ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା, ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ହିତେଶ ବଗର୍ତ୍ତୀ ପ୍ରମୁଖଙ୍କ ବିରୋଧରେ ବିଭିନ୍ନ ମାମଲାରେ ସିବିଆଇ ଗିରଫ କରିଛି । ବିଜେଡି ମଧ୍ୟ ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି।

Comments are closed.