ବଳାତ୍କାରୀକୁ ଧରିବାକୁ ଅସମର୍ଥ କି ଓଡ଼ିଶା ପୋଲିସ ? ଉପକୂଳରୁ ଉପାନ୍ତ ଯାଏଁ ନାରୀ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ !

ରାଜ୍ୟର ଐତିହ୍ୟ ସ୍ଥାନଠାରୁ ଉପାନ୍ତ ଅଞ୍ଚଳରେ ଅସୁରକ୍ଷିତ ମହିଳା ! ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ବିରୋଧୀ ଉଠାଇଲେ ପ୍ରଶ୍ନ ।

82

କନକ ବ୍ୟୁରୋ: ରାଜ୍ୟରେ ବଢ଼ିଚାଲିଛି ଦୁଷ୍ମର୍ମ ଅଭିଯୋଗ । କେତେବେଳେ ରାଜ୍ୟର ଐତିହାସିକ ସ୍ଥାନ ତ କେତେବେଳେ ଉପାନ୍ତ ଅଞ୍ଚଳରେ ହେଉଛି ଦୁଷ୍କର୍ମ । ଏପରିକି ଖୁଲମଖୁଲା ଯୁବତୀ ଏବଂ ନାବାଳିକାଙ୍କୁ ଯୌନ ପିପାସୁମାନେ ଟାର୍ଗେଟ କରି ଘଟାଉଛନ୍ତି ଜଘନ୍ୟ କାଣ୍ଡ । ଏହାକୁ ନେଇ ପରିବାର ବର୍ଗ ଥାନାରେ ଅଭିଯୋଗ କଲେ ସୁଦ୍ଧା ପୋଲିସ ହାତରେ ଧରା ପଡ଼ୁନାହାନ୍ତି ପ୍ରକୃତ ଅପରାଧୀ । ଏବଂ ଯେଉଁଥି ପାଇଁ ପୋଲିସର ପାରିବା ପଣିଆ ଉପରେ ସାଧାରଣରେ ପ୍ରଶ୍ନ ଉଠିଛି ।

ଯୁବତୀ ହୁଅନ୍ତୁ କିମ୍ବା ନାବାଳିକା ସବୁ ଏବେ ଅସୁରକ୍ଷିତ ହେବାରେ ଲାଗିଲେଣି । କାରଣ ନିକଟରେ ଅନୁଗୁଳ ପାଳଲହଡ଼ା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଗତ ୩୦ ତାରିଖ ରାତିରେ ଘର ଭିତରୁ ଜଣେ ଯୁବତୀଙ୍କୁ ଅପହରଣ କରିନେଇ ୩ ଜଣ ଯୁବକ ଗଣ ଦୁଷ୍କର୍ମ କରି ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଫିଙ୍ଗି ଦେଇ ପଳାଇ ଯାଇଛନ୍ତି । ଏ ନେଇ ପାଲଲହଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟରାର ତଦନ୍ତ ଆରମ୍ଭ କରିଛି। ମାତ୍ର ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଗିରଫ କରିବାରେ ସଫଳ ହୋଇଥିବାବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି । ଯାହାକୁ ନେଇ ସ୍ଥନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଅନ୍ୟପଟେ ପ୍ରସିଦ୍ଧ କୋଣାର୍କରେ ବନ୍ଦ ଘରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ । ପୋଲିସ ନିଜ ଆଡୁ ଦଫା ଆଇପିସିର ଧାରା ୩୪୨, ୩୪ରେ ମାମଲା ଏବଂ ଇମୁରାଲ ଟ୍ରାଫିକିଂ ଆକ୍ଟ ୩, ୪, ୫, ୬, ୭ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯୁବତୀଙ୍କୁ ପଶ୍ଚିମବଙ୍ଗରୁ ଆଣି କୋଣାର୍କରେ ଘର ଭଡା ନେଇ ରଖିଥିବା କିଙ୍ଗପିନକୁ ପଚରାଉଚୁରା କରିଥିଲେ ମଧ୍ୟ ସଂପୃକ୍ତ ଅଭିଯୁକ୍ତକାରୀଙ୍କୁ ଏଯାବତ୍ ଗିରଫ କରିପାରି ନାହିଁ ପୋଲିସ୍ । ତେବେ ନିକଟରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତିଓଟ ଗ୍ରାମପଞ୍ଚାୟତ ଧୋୟାକଣା ଗ୍ରାମର ନାବାଳିକା ଗଣଦୁଷ୍କର୍ମ ଘଟଣାର ୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ପଡ଼ିଛି । କିନ୍ତୁ ଏଭଳି ଅମାନବୀୟ କାଣ୍ତ ଘଟାଇଥିବା ଦୁର୍ବୃତ୍ତଙ୍କ ଟେର ପୁଲିସ୍ ଏଯାଏଁ ପାଇ ପାରିନାହିଁ । ଯାହାକୁ ନେଇ ବିରୋଧୀ ବିଜେପି ରାଜ୍ୟରେ ମହିଳା ଅସୁରକ୍ଷିତ ବୋଲି ଅଭିଯୋଗ କରିଛନ୍ତି । ବିଭିନ୍ନ ଘଟଣାରେ ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଉକ୍ତ ଅଞ୍ଚଳକୁ ଯାଇ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନକୁ ଟାର୍ଗେଟ କରିଛନ୍ତି ।