ଭାରତ ଉପରେ ଆତଙ୍କବାଦୀ ସଂଗଠନ ଆଇଏସର ନଜର ! କୁମ୍ଭମେଳାରେ ଆକ୍ରମଣ କରିବାକୁ ଜାରି କଲା ଅଡିଓ ଟେପ୍

30

ଭାରତ ଉପରେ ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଆଇଏସର ନଜର । ଗୋଟିଏ ପଟେ ଇରାକ ଓ ଇରାନରେ ଆଇଏସର ଗଡ ଭାଙ୍ଗୁଥିବା ବେଳେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ଆଇଏସ ଆତଙ୍କବାଦୀ । ବିଶ୍ୱର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଇସଲାମିକ୍ ଷ୍ଟେଟ’ର ଆତଙ୍କବାଦୀ ନେତାମାନେ ଆଜି ଏକ ଅଡିଓ କ୍ଲିପ୍ ଜରିଆରେ ଭାରତ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି।

ଆଇଏସର ଆତଙ୍କବାଦୀମାନେ ଭାରତରେ ପ୍ରସିଦ୍ଧ କୁମ୍ଭମେଳା ସମୟରେ ଦେଶରେ ଭୟଙ୍କର ଆତଙ୍କବାଦୀ ହମଲା ଘଟାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
ଏକ ପୁରୁଷ କଣ୍ଠସ୍ୱରରେ ରେକର୍ଡିଂ ହୋଇଥିବା ୧୦ ମିନିଟ୍ ସମୟ ଅବଧିର ଏହି ଅଡିଓ କ୍ଲିପରେ ଶୁଦ୍ଧ ଆରବିକ୍ ଉଚ୍ଚାରଣରେ ଏହା (ଦୌଲାତୁଲ୍ ଇସଲାମ୍) ଆଇଏସର ୫୦ତମ ଅଡିଓ କ୍ଲିପ୍ ବୋଲି ଦାବି କରାଯାଇଛି।

ନିକଟ ଅତୀତରେ, ଲାସ୍- ଭେଗାସରେ ଆଇଏସ୍ ପକ୍ଷରୁ ହୋଇଥିବା ଆତଙ୍କବାଦୀ ହମଲା ଶୈଳୀରେ କୁମ୍ଭମେଳାରେ ଆଇଏସ୍ ପକ୍ଷରୁ ଆକ୍ରମଣ କରାଯିବ ବୋଲି ଏଥିରେ ଚେତାବନୀ ଦିଆଯାଇଛି। ‘ଯେ କେହି ଚାହିଁଲେ ମଧ୍ୟ ଆମକୁ ଏଥିରୁ କୌଣସି ସ୍ଥିତିରେ ବି ବିରତ ରଖି ପାରିବ ନାହିଁ’ ବୋଲି ଅଡିଓ କ୍ଲିପରେ କୁହାଯାଇଛି। କେରଳ ପୁଲିସ୍ ଏହି ଅଡିଓ କ୍ଲିପକୁ ଅନୁଧ୍ୟାନ କଲାପରେ କହିଛି ଯେ ଅଡିଓ କ୍ଲିପ୍ରେ ଥିବା କଣ୍ଠସ୍ୱର ହେଉଛି ଆଇଏସ୍ ଆତଙ୍କବାଦୀ ରସିଦ୍ ଅବଦୁଲ୍ଲାର। ରସିଦ୍ ଅବଦୁଲ୍ଲା ଆଇଏସ୍ ସଂଗଠନରେ ଯୋଗଦେବା ପାଇଁ ଦେଶ ଛାଡ଼ି ଆଫଗାନିସ୍ତାନ ପଳାୟନ କରିଥିଲା। ସେ ଏବେ ଆଇଏସର ଜଣେ ତୁଙ୍ଗ କର୍ମକର୍ତ୍ତା ସାଜିଛି। ଏହି ଅଡିଓ କ୍ଲିପ୍ ଏବେ ଦେଶ ବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି।