ଇଭିଏମ ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ । ଟୁଇଟ କରି ଉଦିତ ରାଜ୍ ଲେଖିଲେ, ଭିଭିପାଟର ସ୍ଲିପ୍ ଗଣତି କରିବାକୁ କାହିଁକି ଚାହୁଁନାହାନ୍ତି ସୁପ୍ରିମକୋର୍ଟ

381

କନକ ବ୍ୟୁରୋ: ଇଭିଏମ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ବୟାନ । ନିକଟରେ ବିଜେପିରୁ କଂଗ୍ରେସରେ ମିଶିଥିବା ଉଦିତ ରାଜ ସର୍ବୋଚ୍ଚ ଅଦାଲତଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଟୁଇଟ କରି ସେ ଲେଖିଛନ୍ତି ଯେ, ଭିଭିପାଟର ସବୁ ଚିରକୁଟକୁ ଗଣତି କରିବାକୁ କାହିଁକି ସୁପ୍ରିମକୋର୍ଟ ଚାହୁଁନାହାନ୍ତି । ନିର୍ବାଚନ ପ୍ରକ୍ରିୟାରେ ପାଖାପାଖି ୩ମାସ ହେଲା ସକରାରୀ କାମ ବନ୍ଦ ପଡିଛି, ତେଣୁ ଗଣତି ପାଇଁ ୨ରୁ ୩ଦିନ ସମୟ  ଲାଗିଲେ କଣ ଫରକ ପଡୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ସହ ନିର୍ବାଚନ କମିଶନଙ୍କୁ ମଧ୍ୟ ଟାଣିଛନ୍ତି ଉଦିତ ରାଜ । ସେ କହିଛନ୍ତି ନିର୍ବାଚନ କମିଶନ ବିକ୍ରି ହୋଇସାରିଛନ୍ତି । ତା ସହ ଗମ୍ଭୀର କହିଯୋଗ କରି କହିଛନ୍ତି ଯେ ବିଜେପିକୁ  ଯେଉଁଠି ଯେଉଁଠି ଇଭିଏମ ବଦଳାଇବାକୁ ଥିଲା ସେଠାରେ ବଦଳା ଦିଆଯାଇ ସାରିଥିବ । ଏଥିପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇଛି ବୋଲି କଂଗ୍ରେସ ନେତା ଉଦିତ ରାଜ ଅଭିଯୋଗ ଆଣିଛନ୍ତି ।