ବ୍ୟାଟସମ୍ୟାନ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ଦକ୍ଷତା ଶୁଷ୍କ ହେବାରେ ଲାଗିଥିଲେ ବି ଚାପ ପରିସ୍ଥିତିରେ ଶାନ୍ତ ସ୍ୱଭାବ ଚରିତ୍ର ଦେଖାଇବାର କଳାକୁ ରୋହିତ ଶର୍ମା ତାଙ୍କ ପୂର୍ବସୂରୀଙ୍କଠାରୁ ହିଁ ଶିଖିଛନ୍ତି ବୋଲି କହିଛନ୍ତି । ବିଗତ ବର୍ଷମାନଙ୍କରେ ମୁଁ ଯେବେ ବି ଧୋନିଙ୍କୁ ନେତୃତ୍ବ ନେବାର ଦେଖିଛି ସେ କେବେ ବି ଛାନିଆ ହୁଅନ୍ତି ନାହିଁ ଏବଂ ନିଷ୍ପତ୍ତି ନେବା ଆଗରୁ କିଛି ସମୟ ନିଅନ୍ତି। ଶାନ୍ତ ସ୍ବଭାବର କଥା ଆସିଲେ ମୋ ନିକଟରେ ମଧ୍ୟ ଏଭଳି ସାମଞ୍ଜସ୍ୟ ରହିଛି ବୋଲି ରୋହିତ ଶୁକ୍ରବାର ରାତିରେ ଏସିଆ କପ୍ ବିଜୟ ପରେ ପ୍ରକାଶ କରିଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ଧୋନିଙ୍କ ନିକଟରେ ଥିବା ଏଭଳି ଗୁଣକୁ ମୁଁ ଶିଖିଛି ବୋଲି ଦିନିକିଆ କ୍ରିକେଟରେ ୩ ଥର ଦ୍ବିଶତକ ଅର୍ଜନ କରି ସାରିଥିବା ରୋହିତ ଶର୍ମା କହିଛନ୍ତି। ଚିନ୍ତା କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିବା କଥାକୁ ମଧ୍ୟ ମୁଁ ତାଙ୍କ ଠାରୁ ଶିଖିଛି। ଦିନିକିଆ କ୍ରିକେଟରେ ଚିନ୍ତା କରିବାକୁ ସମୟ ମିଳିଥାଏ। କିନ୍ତୁ ଅନେକ ବର୍ଷ ଧରି ଧୋନିଙ୍କ ଅଧିନରେ ଖେଳିବା ପରେ ମୁଁ ଏହା ଅନୁସରଣ କରିଛି। ଯେତେବେଳେ ଆବଶ୍ୟକ ହୁଏ ସେ ମଧ୍ୟ ପରାମର୍ଶ ଦେବାକୁ ପ୍ରସ୍ତୁତ ଥାଆନ୍ତି। ବ୍ୟାଟିଂ ଜରିଆରେ ଧୋନି ଏସିଆ କପକୁ ରୁଦ୍ଧିମନ୍ତ କରିପାରନ୍ତି କିନ୍ତୁ ୱିକେଟରକ୍ଷଣ ଓ ସୃଜନଶୀଳ କୌଶଳ ପ୍ରଦାନରେ ସେ ଧୂରନ୍ଧର ଥିଲେ। ସେ ଏଭଳି ଜଣେ ମହାନ ଅଧିନାୟକ ତାଙ୍କଠାରୁ ଆମେ ନିୟମିତ ଶିଖି ଚାଲିଛୁ। ପଡ଼ିଆରେ କୌଣସି ଦ୍ୱନ୍ଦ ଆସିଲେ ସେ ଉତ୍ତର ରଖିବାକୁ ପ୍ରସ୍ତୁତ ଥାଆନ୍ତି ବୋଲି ରୋହିତ ପ୍ରକାଶ କରିଥିଲେ।