କ’ଣ ପ୍ରବାସୀ ଭାରତୀୟ ଲୋକସଭା ନିର୍ବାଚନରେ ଭୋଟ ଦେଇପାରିବେ ? ରାଜ୍ୟସଭାରେ ଅଟକିଲା ବିଲ୍

41

ଆଇନ ମନ୍ତ୍ରାଳୟ ଏକ ମହତ୍ୱପୂର୍ଣ୍ଣ ବିଲ୍ ସଂସଦରେ ପାରିତ କରିବାର ଆଶା ରଖିଛନ୍ତି । ଯେଉଁଥିରେ ପ୍ରବାସୀ ଭାରତୀୟ ଭୋଟ୍ ଦେବାର ଅଧିକାର ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାରେ ସୈନ୍ୟ କର୍ମୀ ଭୋଟରଙ୍କ ପାଇଁ ମଧ୍ୟ ସଂଶୋଧନର ପ୍ରସ୍ତାବ କରାଯାଇଛି । ଏହି ବ୍ୟବସ୍ଥା ଏଥିପାଇଁ ମହତ୍ୱପୂର୍ଣ୍ଣ କି, ଲୋକସଭା ନିର୍ବାଚନକୁ ଏବେ ଅଧିକ ସମୟ ନାହିଁ ।

ସଂସଦର ବଜେଟ୍ ଅଧିବେଶନ ୩୧ ଜାନୁୟାରୀରୁ ଆରମ୍ଭ ହୋଇ ୧୩ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ୍ ୧୧ଟି ବୈଠକ ହେବ । ଉପସ୍ଥିତ ସରକାରଙ୍କ ଏହା ଶେଷ ଅଧିବେଶନ ହେବ । ଏହି ବିଲ୍ ଲୋକସଭାରେ ଗତ ବର୍ଷ ଅଗଷ୍ଟରେ ପାରିତ ହୋଇଯାଇଥିଲା ଓ ତାକୁ ରାଜ୍ୟସଭାରେ ମଂଜୁରୀ ମିଳିବା ଅପେକ୍ଷାରେ ଥିଲା ।

କ’ଣ ଆଗାମୀ ସରକାର ସଂକ୍ଷିପ୍ତ ବଜେଟ୍ ଅଧିବଶେନରେ ଏହି ବିଲ୍ ପାରିତ କରିବା ଉପରେ ଜୋର୍ ଦେବା ପ୍ରଶ୍ନରେ ଆଇନ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ସମସ୍ତ ଅଟକି ରହିଥିବା ବିଲ୍ ମୁଖ୍ୟ କାହିଁକିନା ଏହା ଅନ୍ତିମ ଅଧିବେଶନ । ଶୀତକାଳୀନ ଅଧିବେଶନରେ ଏହା ପ୍ରତିଦିନ ରାଜ୍ୟସଭାର କାର୍ଯ୍ୟସୂଚୀରେ ସୂଚୀବଦ୍ଧ ଥିଲା ।

ଯଦି ଏହି ବିଲ୍ ଆଇନ୍ ବନିଯାଏ, ତେବେ ପ୍ରବାସୀ ଭାରତୀୟଙ୍କୁ ପ୍ରୋକ୍ସି ନିଯୁକ୍ତ କରିବାର ଅନୁମତି ମିଳିଯିବ । ପ୍ରୋକ୍ସି ଭୋଟ୍ ଅଧିନରେ କୌଣସି ଅନ୍ୟ ବ୍ୟକ୍ତିଙ୍କ ମାଧ୍ୟମରେ ଭୋଟ୍ କରାଯାଏ । ବିଦେଶ ମନ୍ତ୍ରାଳୟଙ୍କ ଅନୁମାନ ଅନୁସାରେ, ବିଦେଶରେ ପାଖାପାଖି ୩.୧୦ କୋଟି ପ୍ରବାସୀ ଭାରତୀୟ ରହୁଛନ୍ତି । ନିର୍ବାଚନ ଆୟୋଗର ଏକ ବିଶେଷଜ୍ଞ ସମିତି ପ୍ରବାସୀ ଭାରତୀୟଙ୍କ ପାଇଁ ଇ-ଭୋଟିଙ୍ଗକୁ ସ୍ୱୀକାର କରିନଥିଲେ, କିନ୍ତୁ ସେ ପ୍ରୋକ୍ସି ଭୋଟ୍ ପାଇଁ ଅନୁମତି ଦେଇସାରିଥିଲେ ।

Comments are closed.