ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଆଦ୍ୟ ସେବକ ଭାବେ ଗଜପତିଙ୍କୁ ଦିଆଗଲା ପରିଚୟପତ୍ର , ପର୍ଯ୍ୟାୟ କ୍ରମେ ଅନ୍ୟ ସବୁ ସେବାୟତଙ୍କୁ ମିଳିବ ଆଇଡେଂଟିଟି କାର୍ଡ

352

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି କ୍ରମରେ ଏଣିକି ମହାପ୍ରଭୁଙ୍କ ସମସ୍ତ ସେବାୟତଙ୍କୁ ମିଳିବ ପରିଚୟପତ୍ର । ଏହି କ୍ରମେର ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ଗଜପତି ମହାରାଜଙ୍କୁ ଦିଆଯାଇଛି ପରିଚୟପତ୍ର । ପର୍ଯ୍ୟାୟ କ୍ରମେ ଅନ୍ୟ ସବୁ ସେବାୟତଙ୍କୁ ମିଳିବ ଆଇଡେଂଟିଟି କାର୍ଡ । ଶ୍ରୀମନ୍ଦିରରେ ଅନେକ ସେବାୟତ ଠାକୁରଙ୍କ ସେବା କରୁଛନ୍ତି । ଅନେକ ବିଦେଶୀ ଓ ଅଣହିନ୍ଦୁ ଶ୍ରଦ୍ଧାଳୁ ଓ ଭକ୍ତ ମଧ୍ୟ ଶ୍ରୀକ୍ଷେତ୍ରରେ ରହୁଛନ୍ତି ।

ସମସ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇବା ଏବଂ ବିଶେଷ ପୂଜା ନୀତି ବେଳେ ନୀତି ଶୃଙ୍ଖଳିତ ଓ ସୁପରିଚାଳନା ପାଇଁ ଏପରି ପରିଚୟପତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଜଷ୍ଟିସ୍ ବିପି ଦାସ କମିଶନଙ୍କ ସୁପାରିଶ ଆଧାରରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛି ଶ୍ରୀମନ୍ଦିର ପ୍ରଶାସନ ।


ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହି ନିଷ୍ପତି କ୍ରମରେ ଏଣିକି ମହାପ୍ରଭୁଙ୍କ ସମସ୍ତ ସେବାୟତଙ୍କୁ ମିଳିବ ପରିଚୟପତ୍ର । ଏହି କ୍ରମେର ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ଗଜପତି ମହାରାଜଙ୍କୁ ଦିଆଯାଇଛି ପରିଚୟପତ୍ର । ପର୍ଯ୍ୟାୟ କ୍ରମେ ଅନ୍ୟ ସବୁ ସେବାୟତଙ୍କୁ ମିଳିବ ଆଇଡେଂଟିଟି କାର୍ଡ । ଶ୍ରୀମନ୍ଦିରରେ ଅନେକ ସେବାୟତ  ଠାକୁରଙ୍କ ସେବା କରୁଛନ୍ତି । ଅନେକ ବିଦେଶୀ ଓ ଅଣହିନ୍ଦୁ ଶ୍ରଦ୍ଧାଳୁ ଓ ଭକ୍ତ ମଧ୍ୟ ଶ୍ରୀକ୍ଷେତ୍ରରେ ରହୁଛନ୍ତି ।