ହଜିଯିବ ୨୦୦୦ ଟଙ୍କା ନୋଟ, ଏବଂ ଆପଣଙ୍କ ପାଖକୁ ପୁଣି ଫେରିବ ୧୦୦୦ ଟଙ୍କା ନୋଟ ! ଜାଣନ୍ତୁ ଏହି ଭାଇରାଲ ଖବରର ସତ୍ୟତା ।

120

କଣ ପୁଣି ଥରେ ଦେଶରେ ନୋଟବନ୍ଦୀ ହେବାକୁ ଯାଉଛି ? କଣ ସତରେ ନୂଆ ୨୦୦୦ ଟଙ୍କା ନୋଟ ବନ୍ଦ ହୋଇଯିବ ? ଏମିତି ଅନେକ କଥା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ କୁହାଯାଉଛି ଯେ, ସରକାର ୨୦୦୦ ଟଙ୍କା ନୋଟକୁ ବନ୍ଦ କରିବାକୁ ଯାଉଛନ୍ତି । ଏବଂ ଏହା ବଦଳରେ ପୁଣି ଥରେ ୧ହଜାର ଟଙ୍କା ନୋଟ ମାର୍କେଟରେ ପ୍ରଚଳନ ହେବ । ଭାଇରାଲ ହେଉଥିବା ଏହି ଖବରର ସତ୍ୟତାକୁ ନେଇ ଏବେ ସବୁଠି ଲାଗି ରହିଛି ଚର୍ଚ୍ଚା ।

୨୦୧୬ ନଭେମ୍ବର ୮ତାରିଖ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣର ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ । ଆଉ ଏହା ପରେ ପୁରୁଣା ୧୦୦୦ ଟଙ୍କା ଏବେ ୫୦୦ ଟଙ୍କା ନୋଟ ଅଚଳ ହୋଇଯାଇଥିଲା । ବ୍ୟାଙ୍କ ଏବଂ ଏଟିଏମ ଆଗରେ ଲୋକଙ୍କ ଲମ୍ବା ଲାଇନ ଲାଗିଯାଇଥିଲା । ନୋଟ ବଦଳାଇବା ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥିଲେ । କିଛି ଦିନ ପରେ ନୂଆ ୨୦୦୦ ଟଙ୍କା ମାର୍କେଟକୁ ଆସିଥିଲା । ଏବଂ ପୁଣି କିଛି ଦିନ ପରେ ନୂଆ ୫୦୦ ଟଙ୍କା ନୋଟ ମଧ୍ୟ ପ୍ରଚଳନ କରାଯାଇଥିଲା ।

ତେବେ ପୁଣି ଥରେ ଦେଶରେ ଏବେ ଦେଖାଦେିଛି ସଙ୍କଟ । ବଜାରରେ ୨୦୦୦ ଟଙ୍କା ନୋଟ ପାଖାପାଖି ହଜିବାରେ ଲାଗିଲାଣି । ଏପରିକି ୨୦୦୦ ଟଙ୍କା ନୋଟର ମୁଦ୍ରଣ ମଧ୍ୟ ବନ୍ଦ କରାଯାଇଛି । ଆଉ ଯାହାକୁ ନେଇ ଦେଶର ଅନେକ ରାଜ୍ୟର ଟଙ୍କାର ଅଭାବ ଦେଖାଦେବା ସହ କାରବାର ଠପ ହୋଇପଡିଛି । ଏଟିଏମରେ ଟଙ୍କା ନଥିବା ବେଳେ ବ୍ୟାଙ୍କ ଶାଖା ଗୁଡିକରେ ମଧ୍ୟ ଟଙ୍କାର ପରିମାଣ କମିଗଲାଣି ।

ସୋସିଆଲ ମିଡିଆରେ ଏବେ ପୁଣି ଥରେ ନୋଟବନ୍ଦୀ ହେବା ନେଇ ସୂଚନା ପ୍ରଚାରିତ ହେଉଛି । ଫେସବୁକ, ହ୍ୱାଟସଆପ ଏବଂ ଟ୍ୱିଟରରେ ଏଭଳି ଖବର ଭାଇରାଲ ହେଉଛି ଯେ, ସରକାର ୨୦୦୦ ଟଙ୍କାର ନୋଟ ବନ୍ଦ କରିପାରନ୍ତି । ଏହା ସହ ୨୦୦୦ ଟଙ୍କା ନୋଟ ପରିବର୍ତ୍ତେ ନୂଆ ୧୦୦୦ ଟଙ୍କାର ନୋଟ ଆରବିଆଇ ପ୍ରଚଳନ କରିପାରେ । ଏହି ଖବର ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

ସୂଚନା ଅନୁଯାୟୀ, ନୂଆ ନୋଟ ଜାରି କରିବା କିମ୍ବା ପୁରୁଣା ନୋଟ ବନ୍ଦ କରିବା, ଏସବୁର ନିଷ୍ପତ୍ତି ଆରବିଆଇ ନେଇଥାଏ । ତେବେ ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଆରବିଆଇ ଏବେ ୨୦୦୦ ଟଙ୍କା ନୋଟ ର ମୂଦ୍ରଣ ବନ୍ଦ ରଖିଛି । ଯାହାକି ଦେଶରେ ଟଙ୍କା ଅଭାବର ଏକ ପ୍ରମୁଖ କାରଣ ହୋଇଥିଲା । ତେବେ ଆରବିଆଇର ଅଫିସର ମାନେ ଗଣମାଧ୍ୟମ ଆଗରେ କିଛି ଉତ୍ତର ପ୍ରକାଶ କରିବାକୁ ମନା କରିଦେଇଥିଲେ ।

କିନ୍ତୁ ପରେ ଏକ ଗଣମାଧ୍ୟମ ସଂସ୍ଥାକୁ ଇ-ମେଲ ମାଧ୍ୟମରେ ଆରବିଆଇ ଏସବୁ ପ୍ରଶ୍ନର ସ୍ପଷ୍ଟୀକରଣ ରଖିଥିଲେ । ଆରବିଆଇ କହିଛି ଯେ, ୨୦୦୦ ଟଙ୍କା ନୋଟ ବନ୍ଦ ହେବ ନାହିଁ । ଏବଂ ୧୦୦୦ ଟଙ୍କା ନୋଟ ପ୍ରଚଳନ ହେବାର କୌଣସି ସମ୍ଭାବନା ନାହିଁ । ଏଭଳି କୌଣସି ଯୋଜନା ଆରବିଆଇ ପକ୍ଷରୁ କରାଯାଇ ନାହିଁ । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏସବୁ ଖବର କେବଳ ଏକ ଗୁମର ଅଟେ । ଏଥିରେ କୌଣସି ସତ୍ୟତା ନାହିଁ ।