ଅନ୍ଧବିଶ୍ୱାସରେ ଦିଲ୍ଲୀ ସହର : କେଉଁଠି ଚାଲିଛି ମନ୍ତ୍ରତନ୍ତ୍ର ତ କେଉଁଠି ମୋକ୍ଷ ପ୍ରାପ୍ତି ପାଇଁ ଆତ୍ମହତ୍ୟା କରୁଛନ୍ତି ଲୋକ । ପଢ଼ନ୍ତୁ ମେଟ୍ରୋ ସହରର କଳା କାହାଣୀ

29

ଦିଲ୍ଲୀର ବୁରାଡି ଅଞ୍ଚଳରେ ଗୋଟେ ପରିବାରର ୧୧ ଜଣଙ୍କ ମୃତ୍ୟୁ ପରେ ସମସ୍ତେ ହତବାକ୍ ହୋଇଥିଲେ । ଏହି ଘଟଣା ଜଣା ପଡିବା ପରେ ସାରା ଅଞ୍ଚଳରେ ମୃତ୍ୟୁର କାରଣ କଣ ହୋଇ ଥାଇପାରେ ବୋଲି ଚର୍ଚ୍ଚା ହୁଏ । ପରେ ପୋଲି୍ସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରେ । ଏହି ପରିବାର କୈାଣସି ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରି ଏପରି କରିଥିବା କେହି କେହି କହିବା ପରେ ପୋଲିସ ମଧ୍ୟ ଏହା ଉପରେ ତଦନ୍ତ ଆରମ୍ଭ କରିିଛି । ସତରେ କଣ ସେମାନେ କୈାଣସି କଳାଯାଦୁର ସାହାରା ନେଇ ଏପରି କରିଛନ୍ତି । ଯଦି କରିଛନ୍ତି ତେବେ କିଏ କହିବା ପରେ ଏହା କରିଥିଲେ ତାହା ଉପରେ ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି ।

ଏକ ରିର୍ପୋଟରୁ ଜଣାପଡିଛି ଯେ, ଦିଲ୍ଲୀର ଜନସାଧାରଣ ଏବେ ନିଜର ମନସ୍କାମନା ପୂରଣ କରିବା ଲାଗି ଅନେକ ଗୁଣିଗାରେଡିରେ ବିଶ୍ୱାସ କରୁଛନ୍ତି । ଦିଲ୍ଲୀର ଏନସିଆର ଠାରେ ଲୋକମାନଙ୍କର ବେରୋଜଗାର, ବୈବାହିକ ଜୀବନରେ ଅଶାନ୍ତି, ପ୍ରେମରେ ଅସଫଳତା, ସନ୍ତାନ ହେଉନଥିବା ଆଦି ଅନେକ ସମସ୍ୟାର ସମାଧାନ ଲାଗି ତାନ୍ତ୍ରିକ ଓ ବାବା ମାନେ ସେଠାରେ ଉପାୟ ଦେଉଥିବା ଜଣାପଡିଛି । ଏପରି କି ଗ୍ରାହକଙ୍କ ପାଖରେ ପହଞ୍ଚିବା ଲାଗି ବାବାମାନେ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଥିବା ଦେଖାଯାଉଛି । ବର୍ତ୍ତମାନ ସମୟରେ ତାନ୍ତ୍ରିକ ମାନେ ନିଜର ପ୍ରସାର ଲାଗି ଇଣ୍ଟରନେଟରେ ଅନେକ ସାଇଟ ଗୁଡିକ ମଧ୍ୟ ଖୋଲିଲେଣି ଓ ଅନଲାଇନ ରେଜିଷ୍ଟର ମଧ୍ୟ କରୁଛନ୍ତି । ଘରେ ବସି ଗ୍ରାହକଙ୍କ ସମସ୍ୟା ସମାଧାନ କରି ନେଟବ୍ୟାଙ୍କିଂ କରିବା ସହ ଲୋକମାନଙ୍କଠାରୁ ଅନଲାଇନରେ ଟଙ୍କା ମଧ୍ୟ ଠକି ନେଉଛନ୍ତି । ଏପରିକି ତାନ୍ତ୍ରିକମାନେ ନିଜକୁ ଏକ ସ୍ୱତନ୍ତ୍ର ବିଭାଗର ବିଶେଷଜ୍ଞ କହିବାକୁ ମଧ୍ୟ ପଛାଉନାହାନ୍ତି ।

ସେଠାକାର ଜଣେ ସ୍ଥାନୀୟ ବ୍ୟକ୍ତି ନିଜର ସମସ୍ୟା ବିଷୟରେ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିବାରୁ ପ୍ରଥମେ ଟଙ୍କା ଅନଲାଇନରେ ପେମେଣ୍ଟ କରିବାକୁ ପଡିବ ପରେ ସେମାନଙ୍କର ସମସ୍ୟାର ସମାଧାନ କରାଯିବ ବୋଲି ବାବା କହିଥିବାର ସେହି ବ୍ୟକ୍ତି ଜଣକ କହିଛନ୍ତି । ଏହା ସହ କେବଳ ନିଜର ଜନ୍ମତିଥି ମେସେଜ କରିବାକୁ କହିଥିଲେ ଓ ପରେ ସେ ଇଣ୍ଟରନେଟ ସାହାଯ୍ୟରେ ସବୁ ସମାଧାନ କରି ଦେବେ ବୋଲି କହିଥିଲେ ।

ଦିଲ୍ଲୀର ଏନସିଆରରେ ରହୁଥିବା ବାବା ଓ ତାନ୍ତ୍ରିକମାନେ କହୁଛନ୍ତି ଯେ, ସେମାନେ ଅଘୋରୀ ସମ୍ପ୍ରଦାୟର । ସେଠାରେ ଅନେକ ତାନ୍ତ୍ରିକ ମାନେ ଲମ୍ବା ଲମ୍ବା ବାଳ ସହ ଲମ୍ବା ଧାଡି ରଖିଛନ୍ତି । କେହି କେହି ସମ୍ପୂର୍ଣ୍ଣ ଭାବରେ କପଡା ପିନ୍ଧୁନଥିବା ଦେଖାଯାଉଛି । ଏପରିକି ସେଠାରେ କେତେକ ଆଧୁନିତକ ବାବା ରହିଛନ୍ତି ଯେଉଁମାନେ କି ଆଜିର ଯୁବ ବର୍ଗ ପରିଧାନ କରୁଥିବା କପଡା ମଧ୍ୟ ପରିଧାନ କରିବା ସହ ମୋବାଇଲ ଫୋନକୁ ବେଶ ଭଲ ଭାବରେ ଚଳାଉଥିବା ଦେଖାଯାଉଛି । ରାଜଧାନୀରେ ଦିନକୁ ଦିନ ବାବାଙ୍କ ସଂଖ୍ୟା ବଢିବାରେ ଲାଗୁଛି ।