ଓଡିଶାରେ ଜଳସେଚନର ବିକାଶ ପାଇଁ କେନ୍ଦ୍ର ଓ ଏଡିବି ବ୍ୟାଙ୍କ ମଧ୍ୟରେ ବୁଝାମଣା

31

କନକ ବ୍ୟୁରୋ : ଓଡିଶାରେ ଜଳସେଚନର ବିକାଶ ପାଇଁ ଏସିଆନ ଡେଭଲପମେଂଟ ବ୍ୟାଙ୍କ ଦେବ ୮୦୦ କୋଟି ଟଙ୍କାର ଋଣ । ଏଥିପାଇଁ କେନ୍ଦ୍ର ସରକାର ଓ ଏଡିବି ବ୍ୟାଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଓଡିଶା ସମନ୍ୱିତ କୃଷି ଓ ଜଳସେଚନ ଯୋଜନାରେ ଏହି ଅର୍ଥ ବିନିଯୋଗ କରାଯିବ । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ମହାନଦୀର ଜଳକୁ ବ୍ୟବହାର କରି ଏକ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବା ପାଇଁ ବ୍ୟବସ୍ଥା କରାଯିବ । ପୂର୍ବରୁ ଏଥିପାଇଁ ୧୫୭ ମିଲିଅନ ଟଙ୍କା ଋଣ ନେଇ ବୁଝାମଣା ହୋଇଥିଲା । ଏହି ଆଧାରରେ ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶାକୁ ମିଳିବ ୮୦୦ କୋଟି ଟଙ୍କାର ଋଣ ।