କ୍ୟାନସର ସହ ଇରଫାନଙ୍କ ଜୀବନ ସଂଘର୍ଷର କାହାଣୀ : ଭାବ ବିହ୍ୱଳ ହୋଇ ଚିଠିରେ ଲେଖିଲେ, ଅନିଶ୍ଚିତତା ହିଁ ନିଶ୍ଚିତତା 

30

ତିନି ମାସ ପରେ ପୁଣି ଟ୍ୱିଟ କରିଛନ୍ତି କ୍ୟାନସର ପୀଡ଼ିତ ବଲିଉଡ଼ ଅଭିନେତା ଇରଫାନ ଖାନ । ହେଲେ ଏହି ଚିଠିରେ ରହିଛି ତାଙ୍କର ଭାବବିହ୍ୱଳତା । ଏଥିରେ ସେ କିପରି କ୍ୟାନସର ରୋଗ ସହ ସଂଘର୍ଷ କରୁଛନ୍ତି ସେ ନେଇ ଟ୍ୱିଟ କରିଛନ୍ତି । ଟ୍ୱିଟଟର୍ ଜରିଆରେ ସେ ହସ୍ପିଟାଲରୁ ନିଜର ସ୍ୱପ୍ନର ମକ୍କା ଲର୍ଡ୍ସ ଷ୍ଟାଡ଼ିୟମ ବିଷୟରେ ସେୟାର କରିଛନ୍ତି । ଇରଫାନ କହିଛନ୍ତି, କିଛି ଦିନ ହେବ ସେ ନୁରୋକ୍ରାଇନ୍ କ୍ୟାନସର ରୋଗରେ ପୀଡ଼ିତ ଅଛନ୍ତି ।

ଆଉ ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଛି । ଗୋଟିଏ ପଟେ ହସ୍ପିଟାଲ ଥିବା ବେଳେ ଅନ୍ୟପଟେ  ଷ୍ଟାଡ଼ିୟମ । ଆଉ ଏହାରି ମଝିରେ ଯେଉଁ ରାସ୍ତା ରହିଛି ଜୀବନ ଓ ମରଣ ଭିତରେ ଥିବା ରସ୍ତା ଭଳି ଲାଗୁଛି । ଆଉ ଏହି ଯାତ୍ରା ଭିତରେ ଜୀବନରେ ଥିବା ଅନିଶ୍ଚିତତା ହିଁ ନିଶ୍ଚିତତା ବୋଲି ଜାଣିବାକୁ ପାଇଲି ।  ପ୍ରଥମ ଥର ପାଇଁ ସ୍ୱାଧୀନତାର ଅର୍ଥ କ’ଣ ବୁଝିପାରିଥିଲି ବୋଲି ଇରଫାନ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ।