ଚାରୋଟି କେମୋଥେରାପି ଦେବା ପରେ ପ୍ରଥମଥର ପାଇଁ ନିଜ ଅନୁଭୂତି ବଖାଣିଲେ ଇରଫାନ୍ ! କହିଲେ , ଯେକୌଣସି ମୁହୂର୍ତ୍ତରେ ବି ଚାଲିଯାଇପାରେ ଜୀବନ । 

24

ବଲିଉଡ୍ ଅଭିନେତା ଇରଫାନ୍ ଖାନଙ୍କର ଆଗାମୀ ଚଳଚ୍ଚିତ୍ର “କାରୱାଂ” ଅଗଷ୍ଟ ୩ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଯେଉଁଠି ଗୋଟିଏ ପଟେ ତାଙ୍କ ପ୍ରଶଂସକ ଆଗାମୀ ଚଳଚ୍ଚିତ୍ରକୁ ଦେଖିବା ପାଇଁ ଉତ୍ସୁକ ଥିବାବେଳେ ଅନ୍ୟ ଗୋଟିଏ ପଟେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ଇରଫାନ୍ ବର୍ତ୍ତମାନ ଲଣ୍ଡନରେ ରହି ନିଜର ନ୍ୟୁରୋ ଏଣ୍ଡୋକ୍ରାଇନ୍ କର୍କଟ ରୋଗର ଚିକିତ୍ସା କରୁଛନ୍ତି ।

 

ତେବେ ଇତ୍ୟ ଅବସରରେ ସେ ଏକ ନ୍ୟୁଜ୍ ଏଜେନ୍ସିକୁ ନିଜର ସାକ୍ଷାତକାର ଦେବାକୁ ଯାଇ କହିଥିଲେ ଯେ,ସେ ନିଜର ୪ ଗୋଟି କେମୋ ସାଇକେଲ୍ ଚିକିତ୍ସା ଶେଷ କରିସାରିଛନ୍ତି । ଆଉ ୬ ଟି କେମୋ ସାଇକେଲ୍ ଚିକିତ୍ସା କରିବା ପାଇଁ ସେ ପ୍ରସ୍ତୁତ ହେଉଛନ୍ତି । ଏହାପରେ ସ୍କାନ୍ ମଧ୍ୟ କରିବା ପାଇଁ ଡାକ୍ତର ପରାମର୍ଶ କରିଛନ୍ତି । ତେବେ ଏଥିନେଇ ଇରଫାନ୍ ଖୁବ୍ ଚିନ୍ତିତ ଅଛନ୍ତି । ସେ କୁହନ୍ତି, “ମୋତେ ଏଭଳି ପ୍ରତୀତ ହେଉଛି ଯେ ମୁଁ ମୋ ବେକରେ ଗୋଟିଏ ଚିପ୍ ଲଗାଇଦେବି ଯାହା ମୋତେ ଥରକୁ ଥର ମନେ ପକାଇଦେଉଥିବ ଯେ ପୃଥିବୀରେ ମୋ ସମୟ ସରି ସରି ଆସୁଛି । ଜୀବନ ମୋତେ ବହୁତ କିଛି ଦେଇଛି ଯେତେ କହିଲେ ବି ଏହାର ମୂଲ୍ୟ ମୁଁ ଶବ୍ଦରେ ତୁଳନା କରିପାରିବି ନାହିଁ ।

ସାକ୍ଷାତକାରରେ ଇରଫାନଙ୍କୁ ପଚରାଗଲା ଆପଣ କୌଣସି ସିନେମା ପାଇଁ ପ୍ଲାନିଙ୍ଗ୍ କରିଛନ୍ତି କି? ଉତ୍ତରରେ ସେ କହିଲେ, “ମୁଁ ଏବେ କିଛି ବି ପ୍ଲାନିଙ୍ଗ୍ କରିବା ଛାଡି ଦେଇଛି । ଜୀବନ ଉପରେ ମୋର ଆଉ ଭରଷା ନାହିଁ କେତେବେଳେ ଯେ ସେ ମୋତେ ମୃତ୍ୟୁର ଦ୍ୱାରକୁ ନେଇ ଚାଲିଯିବ  ତାହା ମୁଁ ବି ଜାଣିନାହିଁ । ତେଣୁ ପ୍ରତିକ୍ଷଣ ବିନା ପ୍ଲାନିଙ୍ଗରେ ବଞ୍ଚିବାକୁ ଚାହୁଁଛି । ଆପଣଭ୍କୁ ଏଠାରେ କହିରଖୁଛୁ କି କିଛିଦିନ ପୂର୍ବେ ଇରଫାନ୍ ନିଜ ଟ୍ୱିଟର ଆକାଉଣ୍ଟରେ ତାଙ୍କୁ ନ୍ୟୁରୋ ଇଣ୍ଡୋକ୍ରାଇନ୍ ଟ୍ୟୁମର ନାମକ ରୋଗ ହୋଇଥିବା ନେଇ ନିଜ ଫ୍ୟାନ୍ସମାନଙ୍କୁ ଜଣାଇଥିଲେ ।