ସୁସ୍ଥ ହୋଇ ମୁମ୍ବାଇ ଫେରିଲେ ବଲିଉଡ୍ ଅଭିନେତା ଇରଫାନ୍ ଖାନ ! କର୍କଟ ରୋଗରେ ପୀଡିତ ହୋଇ ଲଣ୍ଡନରେ ହେଉଥିଲେ ଚିକିତ୍ସିତ ।

ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ କିଛି ମାସ ତଳେ ନିଜ କର୍କଟ ରୋଗ ବିଷୟରେ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ ।

114

ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ କିଛି ମାସ ତଳେ ନିଜ କର୍କଟ ରୋଗ ବିଷୟରେ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ । ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକମାନେ ଇରଫାନଙ୍କ ଆରୋଗ୍ୟ କାମନାରେ ଲାଗି ପଡ଼ିଥିଲେ । ଏବେ ଇରଫାନଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି ।

ଲଣ୍ଡନରେ ନିଜର ଚିକିତ୍ସା କରାଇବା ପରେ ଇରଫାନ୍ ଖାନ୍ ଏବେ ସୁସ୍ଥ ହୋଇ ମୁମ୍ବାଇ ଫେରି ଆସିଥିବା ଖବର ମିଳିଛି । ସୋସିଆଲ ମିଡିଆରେ ଇରଫାନଙ୍କ ମୁମ୍ବାଇ ବିମାନ ବନ୍ଦରରୁ ଯାଉଥିବାର କିଛି ଫଟୋ ଭାଇରାଲ ହେଉଛି । ଫଟୋରେ ଇରଫାନ୍ ନିଜ ମୁହଁ ଲୁଚାଇ ଯାଉଥିବା ଦେଖା ଯାଇଛି । ଯାହା ପାଇଁ ତାଙ୍କ ମୁହଁ ସ୍ପଷ୍ଟ ଜଣା ପଡ଼ି ପାରି ନାହିଁ ।

ସୂଚନା ମୁତାବକ, କିଛି ମାସ ତଳେ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ଇରଫାନ୍ ଖାନ୍ ତାଙ୍କ ରୋଗ ବିଷୟରେ ଲେଖି ଜଣାଇଥିଲେ । ଏହା ସହ ସେ ନିଜ ରୋଗର ଚିକିତ୍ସା କରାଇବା ପାଇଁ ଲଣ୍ଡନ ଯାଉଥିବା ମଧ୍ୟ ଲେଖିଥିଲେ । ଏବେ ତାଙ୍କ ଭାରତ ଫେରିବାର କାରଣ ସ୍ପଷ୍ଟ ହୋଇ ପାରି ନ ଥିଲେ ମଧ୍ୟ ନିଜ ଚିକିତ୍ସା ସାରି ସେ ସୁସ୍ଥ ହୋଇ ଫେରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।