ପିପିଲି : ଜିଲ୍ଲାପରିଷଦ ଭୋଟ ଗଣତି ବେଳେ ଅନିୟମିତତା ଅଭିଯୋଗ କରି ରାସ୍ତା ଅବରୋଧ କଲେ ବିଜେପି କର୍ମୀ

22

କନକ ବ୍ୟୁରୋ : ପିପିଲିରେ ରାସ୍ତା ଅବରୋଧ । ଜିଲ୍ଲା ପରିଷଦ ଭୋଟ୍ ଗଣତିରେ ଅନିୟମିତତା ଅଭିଯୋଗ କରି ବିଜେପି ପକ୍ଷରୁ ରାସ୍ତାରୋକ । ୨୨ ନମ୍ବର ଜୋନରେ ଜିଲ୍ଲାପରିଷଦ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ବିଭିନ୍ନ ବୁଥରେ ଫଳାଫଳ ନେଇ ଏହି ଜୋନରେ ବିଜେପିର ବିଜୟ ନେଇ ନିଶ୍ଚିତ ଥିବା ବେଳେ ଗଣତି ପ୍ରକ୍ରିୟାରେ ଚଂଚକତା କରାଯାଇଥିବା ଦଳ ଅଭିଯୋଗ କରିଛି ।

ଶତାଧିକ ବିଜେପି କର୍ମୀ ରାସ୍ତା ଉପରକୁ ଆସି ଧାରଣା ଦେବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଧାରଣାରେ ବସିଥିଲେ । ଅନ୍ୟପଟେ ବିଜେପିର ରାସ୍ତାରୋକକୁ ବିରୋଧ କରି ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ତେବେ ପୁରୀ ଉପଜିଲ୍ଲାପାଳଙ୍କ ସହ ଏସଡିପିଓ ଏବଂ ପିପିଲି ଆଇଆଇସି ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ବିଜେପିର ଅଭିଯୋଗକୁ ନିର୍ବାଚନ କମିଶନଙ୍କ ପାଖକୁ ପଠାଇବା ପାଇଁ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।