କପିଲ୍ ସୋ’ରେ ମସ୍ତି କଲେ ଇରଫାନ୍ ଓ ୟୁସୁଫ୍ ! ଖୋଲିଲେ ଅନେକ ରହସ୍ୟ

27

କପିଲ୍ ଶର୍ମାଙ୍କ ଲୋକପ୍ରିୟ କମେଡି ସୋ’ ‘ଦ କପିଲ୍ ଶର୍ମା ସୋ’ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଆସିଛି । କେତେବେଳେ ସୁନିଲ୍ ଗ୍ରୋଭର, ଚନ୍ଦନ ପ୍ରଭାକର ଓ ଅଲୀ ଅସଗର ସୋ’ରୁ ଅଲଗା ହେବାକୁ ନେଇ ତ ପୁଣି କେବେ ଚନ୍ଦନ ପ୍ରଭାକରଙ୍କ ସୋ’ ଫେରିବା ନେଇ । ଏବେ ଏହି ସୋ’ ବେଶୀ ଚର୍ଚ୍ଚାକୁ ଆସିଛି, କାରଣ ଲୋକପ୍ରିୟ କମେଡିଆନ୍ ଭାରତୀସିଂହ ମଧ୍ୟ ତାଙ୍କ ସହ ଯୋଡି ହୋଇଛନ୍ତି । ଖାଲି ଏହା ନୁହେଁ ତାଙ୍କର ସୋ’ରେ ସାମିଲ ହେବାପରେ ସୁଟ୍ ହୋଇଥିବା ପ୍ରଥମ ଏପିସୋଡ୍ ରେ ଭାରତୀୟ କ୍ରିକେଟର ଇରଫାନ୍ ପଠାନ୍ , ୟୁସୁଫ୍ ପଠାନ୍ ସାମିଲ୍ ହୋଇଥିଲେ ।

ଦର୍ଶକଙ୍କ ପାଇଁ ଏହି ଏପିସୋଡ୍ ରବିବାର ସନ୍ଧ୍ୟାରେ ଟେଲିକାଷ୍ଟ ହୋଇଥିଲା । ଏହା ପୂର୍ବରୁ ଏହା ବିଷୟରେ ଇରଫାନ୍ ପଠାନ୍ ନିଜର ଟ୍ୱିଟର ଆକାଏଣ୍ଟରେ କିଛି ଫଟୋ ପୋଷ୍ଟ କରି ସୂଚନା ଦେଇଥିଲେ । ଏହି ଫଟୋରେ ସମସ୍ତେ ମସ୍ତି କରିବାର ନଜର ଆସୁଥିଲେ ।

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାନ୍ ଓ ୟୁସୁଫ୍ ପଠାନଙ୍କ ଅନେକ ରହସ୍ୟ ଏହି ସୋ’ ଜରିଆରେ ଜାଣିବାକୁ ମିଳିଲା । ଭାରତ ଓ କପିଲଙ୍କ ଯୋଡିକୁ ଦର୍ଶକ ଏକାସାଥିରେ ପରଦାରେ ଦେଖିବା ପ୍ରତୀକ୍ଷାର ଅନ୍ତ ଘଟିିଲା । ୨ ଜୁଲାଇରେ ରାତିରେ ପ୍ରସାରିତ ଏହି ଏପିସୋଡ୍ ରେ ପ୍ରଥମଥର ଇରଫାନ ଓ ୟୁସୁଫଙ୍କ ଜୀବନର ଅନେକ ରହସ୍ୟ ଖୋଲିଥିଲା । ନିଜର ପିଲାଦିନର ସ୍ମୃତିଙ୍କୁ ଦୁହେଁ ସେୟାର କରିଥିଲେ ।

ଏହାସହ ମଧ୍ୟ ପଢନ୍ତୁ – ଗୀତରେ ଜିଏସଟି ! ବାବା ସହଗଲ୍ ଲଂଚ କଲେ ଗୀତ !