କର୍କଟ ରୋଗରେ ପୀଡିତ ଅଭିନେତା ଇରଫାନ୍ ଖାନଙ୍କର ଚିକିତ୍ସା ପରେ ଆସିଲା ପ୍ରଥମ ଫଟୋ !

25

ଇରଫାନ ଏବେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି । ସେ ନ୍ୟୁରୋଲଣ୍ଡୋକ୍ରାଇନ କର୍କଟରେ ପିଡ଼ିତ । ସବୁଠାରୁ ଖାସ କଥା ହେଉଛି ଯେ ଚିକିତ୍ସା ପରେ ସେ ଖୁବ ଶୀଘ୍ର ଭଲ ହେଉଛନ୍ତି । କିନ୍ତୁ ଏବେ ତାଙ୍କର ଦେଶକୁ ଫେରିବାର କୌଣସି ଯୋଜନା ନାହିଁ । ଏବେ ସେ ଲଣ୍ଡନରେ ରହି ଚିକିତ୍ସା ହେବେ । ଏହି ମଧ୍ୟରେ ଇରଫାନଙ୍କ ଫଟୋ ସାମ୍ନାକୁ ଆସିଛି ।

ଫଟୋରେ ଇରଫାନ ଖୁବ ଦୂର୍ବଳ ନଜର ଆସୁଛନ୍ତି ଏବଂ ତାଙ୍କ ଓଜନ ମଧ୍ୟ ହ୍ରାସ ହୋଇଛି । ତେବେ ତାଙ୍କର ଏହି ଫଟୋ ତାଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ଗିଫ୍ଟ ଠାରୁ କମ ନୁହେଁ । ଏହା ପୂର୍ବରୁ ଇରଫାନଙ୍କର ଜଣେ ବନ୍ଧୁ ଲଣ୍ଡନରୁ ଫେରି କହିଥିଲେ ଯେ ଇରଫାନ ଧୀରେ ଧୀରେ ଭଲ ହେଉଛନ୍ତି । ଖବର ଅନୁସାରେ ଚିକିତ୍ସା ପରେ ଏହି ବର୍ଷ ଶେଷ ସୁଦ୍ଧା ଇରଫାନ ଭାରତ ଫେରିପାରନ୍ତି ।