କନକ ବ୍ୟୁରୋ : ଭୁବନେଶ୍ୱରର ଏସଓଏସ ଭିଲେଜରେ ଆୟର୍ଲାଣ୍ଡ ହକି ଟିମ୍ । ଖେଳାଳିମାନେ ଫୁରସତ ସମୟରେ ଭୁବନେଶ୍ୱରସ୍ଥିତ ସେଭ ଆୱାର ଭିଲେଜ ବୁଲି ଦେଖିଛନ୍ତି । ଆୟର୍ଲାଣ୍ଡର ଖେଳାଳିମାନେ ଏସଓଏସ୍ ଭିଲେଜର ଛୋଟ ଛୋଟ ପିଲାଙ୍କ ଗହଣରେ ବେଶ କିଛି ସମୟ କାଟିଛନ୍ତି । ପିଲାଙ୍କ ସହ ଫଟୋ ଉଠାଇବା ସହ ଖୁସି ବାଂଟିଛନ୍ତି ଏହି ବିଦେଶୀ ଖେଳାଳି ।ବିଦେଶୀ ଖେଳାଳିଙ୍କୁ ପାଖରୁ ଦେଖିବା ପାଇଁ ଗାଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ବିଶ୍ୱକପ ହକି ଅବସରରେ ବିଦେଶୀ ଖେଳାଳିମାନେ, ରାଜଧାନୀରେ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ସପିଂ କରୁଥିବା ଦେଖିବାକୁ ମିଳିଛି । ଏହି ବିଦେଶୀ ହକି ଖେଳାଳିମାନେ କ୍ରିକେଟ ଖେଳୁଥିବା ମଧ୍ୟ ଦେଖିବାକୁ ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସପିଂ କରିବା ସହ କ୍ରିକେଟ ଖେଳିଲେ ଆୟର୍ଲାଣ୍ଡ ହକି ଟିମ୍ #IrelandHockeyTeam pic.twitter.com/wHz63Tfcnb
— Kanak News (@kanak_news) December 9, 2018
ଏସବୁ ଭିତରେ ଆଜି ଶେଷ ହେଉଛି ପୁରୁଷ ବିଶ୍ୱକପ୍ ହକିର ଗ୍ରୁପ ପର୍ଯ୍ୟାୟ ମୁକାବିଲା । ଗ୍ରୁପ ଡିର ଦୁଇଟି ମ୍ୟାଚ କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ । ପ୍ରଥମ ମୁକାବିଲାରେ ପୁଲର ଶୀର୍ଷ ଥିବା ଜର୍ମାନୀ ସହ ମାଲେସିଆର ମ୍ୟାଚ ହେବ । ସେପଟେ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ସହ ନେଦରଲାଣ୍ଡର ମୁକାବିଲା ହେବ । ପାକିସ୍ତାନ ସର୍ବାଧିକ ୪ ଥର ବିଶ୍ୱକପ୍ ଜିତିଥିବା ବେଳେ ନେଦରଲାଣ୍ଡ ୩ ଥର ଏହି କପ୍ ହାତେଇଛି । ତେଣୁ ଏହି ମ୍ୟାଚ ବେଶ୍ ରୋମାଂଚକର ହେବ ବୋଲି କୁହାଯାଉଛି ।